ଓଡିଶା

odisha

ETV Bharat / state

ସୁରଭି ୨୦୨୨ ଦ୍ବିତୀୟ ଦିନ: ଆକର୍ଷଣ ସାଜିଲା ଛାୟା ବିଧାନସଭା - ସୁରଭି ୨୦୨୨ ଦ୍ବିତୀୟ ଦିନ

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ । କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ଆକର୍ଷଣ ସାଜିଲା ଛାୟା ବିଧାନସଭା । ଅଧିକ ପଢନ୍ତୁ

ସୁରଭି ୨୦୨୨ ଦ୍ବିତୀୟ ଦିନ: ଆକର୍ଷଣ ସାଜିଲା ଛାୟା ବିଧାନସଭା
ସୁରଭି ୨୦୨୨ ଦ୍ବିତୀୟ ଦିନ: ଆକର୍ଷଣ ସାଜିଲା ଛାୟା ବିଧାନସଭା

By

Published : Nov 16, 2022, 7:22 AM IST

ଭୁବନେଶ୍ବର: ଶିଶୁ ଦିବସ ଅବସରରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୁରଭି ୨୦୨୨(Suravi 2022) କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ମଙ୍ଗଳବାର ଥିଲା ଏହାର ଦ୍ବିତୀୟ ଦିନ । ଏହି ଅବସରରେ ବିଭାଗ ପକ୍ଷରୁ ଆୟୋଜିତ ‘'ମିଟ ଦ ପର୍ସନାଲିଟି” ଓ “ଛାୟା ବିଧାନସଭା" କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ସାଜିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କୁନି କୁନି ପିଲାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ନିକଟରୁ ଦେଖିବାର ଓ ସେମାନଙ୍କ ସହ ଭାବର ଆଦାନପ୍ରଦାନ କରିବାର ସୁଯୋଗ ଦେଇଛି ଏହି ନିଆରା କାର୍ଯ୍ୟକ୍ରମ । ପିଲାମାନେ ଟେଲିଭିଜନର ବଡ଼ ପରଦାରେ ଦେଖିଥିବା ବ୍ୟକ୍ତିତ୍ଵମାନଙ୍କର ଜୀବନ କାହାଣୀ ଶୁଣିବା ସହ ମନରେ ଥିବା ବିଭିନ୍ନ ପ୍ରଶ୍ନ ପଚାରିବାର ସୁଯୋଗ ପାଇଛନ୍ତି ।

ସୁରଭି ୨୦୨୨ ଦ୍ବିତୀୟ ଦିନ: ଆକର୍ଷଣ ସାଜିଲା ଛାୟା ବିଧାନସଭା

ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନେତା ଅଭିନେତା ଉଦ୍ୟୋଗୀ ଚିତ୍ର ଶିଳ୍ପୀ ଓ ସ୍ଵାସ୍ଥ୍ୟ ବିଶେଷଜ୍ଞ ସମସ୍ତେ ‘ସୁରଭି-୨୦୨୨’ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ । ପିଲାମାନଙ୍କୁ ସେମାନଙ୍କର ଭବିଷ୍ୟତ ମାଗଦର୍ଶନ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଆୟୋଜିତ ''ମିଟ ଦ ପର୍ସନାଲିଟି” କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ବ୍ୟକ୍ତିମାନେ ପିଲାଙ୍କ ସହ ଭାବ ଆଦାନ ପ୍ରଦାନ କରିଛନ୍ତି । କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ଥିଲେ ଜୀବନରେ ସଫଳତା ନିଶ୍ଚିତ ମିଳିଥାଏ । ଦୃଢ଼ ମନୋବଳ ନେଇ ଆଗକୁ ବଢ଼ିଲେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଲକ୍ଷ୍ୟ ହାସଲ କରିହୁଏ । ବର୍ତ୍ତମାନ ପିଲାଙ୍କ ନିକଟରେ ଅନେକ ସୁବିଧା ସୁଯୋଗ ଉପଲବ୍ଧ ରହିଛି । ତାହାର ସଦୁପଯୋଗ କରି ନିଜର ସ୍ଵପ୍ନ ପୂରଣ ଓ ଲକ୍ଷ୍ୟ ହାସଲ କରିବାକୁ ଉପସ୍ଥିତ ବ୍ୟକ୍ତିମାନେ ପିଲାଙ୍କୁ ପରାମର୍ଶ ଦେଇଛନ୍ତି ।

ସୁରଭି ୨୦୨୨ ଦ୍ବିତୀୟ ଦିନ: ଆକର୍ଷଣ ସାଜିଲା ଛାୟା ବିଧାନସଭା

ଏହାମଧ୍ୟ ପଢନ୍ତୁ: ନୂଆଗାଁରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ସାମିଲ ହେଲେ ୧୦ ହଜାରରୁ ଊର୍ଦ୍ଧ୍ବ ମହିଳା

ଦ୍ବିତୀୟ ଦିବସରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଉପେନ୍ଦ୍ର କୁମାର ତ୍ରିପାଠୀ, ଉନ୍ନୟନ କମିଶନର, ବିଦ୍ୟାଳୟ ଓ ଗଣଶିକ୍ଷା କମିଶନ ତଥା ଶାସନ ସଚିବ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଆଦି ଉପସ୍ଥିତ ରହିଥିଲେ । ଏହାସହ ଆଜି ମୁଖ୍ୟମନ୍ତ୍ରୀ ଏହି ସୁରଭି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଏଥିରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେବେ ।

ସୁରଭି ୨୦୨୨ ଦ୍ବିତୀୟ ଦିନ: ଆକର୍ଷଣ ସାଜିଲା ଛାୟା ବିଧାନସଭା
ସୁରଭି ୨୦୨୨ ଦ୍ବିତୀୟ ଦିନ: ଆକର୍ଷଣ ସାଜିଲା ଛାୟା ବିଧାନସଭା

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details