ଖୋର୍ଦ୍ଧା: ଭାରତୀୟ ନୌସେନାକୁ ମିଳିଲା ଆଉ 2896 ଅଗ୍ନିବୀର । ଚିଲିକା ନୌସେନା ତାଲିମ କେନ୍ଦ୍ରରେ ସେକେଣ୍ଡ ବ୍ୟାଚ୍ ଟ୍ରେନିଂର ପାସିଂ-ଆଉଟ୍ ପରେଡ଼ ଅନୁଷ୍ଠିତ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ସ୍ଥିତ ଚିଲିକା ନୌସେନା ତାଲିମ କେନ୍ଦ୍ରରେ ସେକେଣ୍ଡ ବ୍ୟାଚରେ 2896 ଜଣ ଅଗ୍ନିବୀର ଅଂଶଗ୍ରହଣ କରିଥିଲେ । ସେଥି ମଧ୍ୟରୁ 448 ମହିଳା ଅଗ୍ନିବୀର ଥିବା ସୂଚନା ମିଳିଛି । ଏହି ଅଗ୍ନିବୀରମାନେ ଦୀର୍ଘ 16 ସପ୍ତାହ ଧରି ଟ୍ରେନିଂ ନେବା ପରେ ମଙ୍ଗଳବାର ସେମାନଙ୍କ ପାସିଂ-ଆଉଟ୍ ପରେଡ୍ ଅନୁଷ୍ଠିତ ହୋଇଛି ।
ଏହା ମଧ୍ୟ ପଢନ୍ତୁ- ପୂର୍ବତନ ନୌସେନା ଅଧିକାରୀଙ୍କ ୧୦୨ତମ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ନୌସେନା ମୁଖ୍ୟ
ସେହିପରି ପ୍ରଥମ ବ୍ୟାଚ୍ ମୋଟ 2585 ଜଣ ଅଗ୍ନିବୀର ପ୍ରଶିକ୍ଷଣ ନେଇ ବିଭିନ୍ନ ସ୍ଥାନରେ ନିଯୁକ୍ତ ହୋଇଛନ୍ତି । ସେଥି ମଧ୍ୟରୁ 273 ଜଣ ମହିଳା ପ୍ରଶିକ୍ଷଣ ରହିଥିଲେ । ପ୍ରଥମ ବ୍ୟାଚ ଅପେକ୍ଷା ଦ୍ୱିତୀୟ ବ୍ୟାଚରେ 175 ଜଣ ଅଧିକ ମହିଳା ପ୍ରଶିକ୍ଷିକା ଟ୍ରେନିଂ ନେଇଛନ୍ତି । ଏହି ପାସିଂ-ଆଉଟ୍ ପରେଡରେ ଦକ୍ଷିଣ କମାଣ୍ଡ ପତାକା ଅଧିକାରୀ ଭାଇସ୍-ଆଡମିରାଲ ଏମ୍.ଏ. ହାମ୍ପି ହୋଲି ଏଥିରେ ଅଭିଭାଦନ ଗ୍ରହଣ କରିଥିଲେ । ତାଙ୍କ ସହିତ ଚିଲିକା ନୌସେନା କେନ୍ଦ୍ରର କମାଣ୍ଡିଂ ଅଫିସର କମୋଣ୍ଡର ଏନ.ପି ପ୍ରଦୀପ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପାସିଂ-ଆଉଟ୍ ଅଗ୍ନିବୀରମାନଙ୍କର ଅଭିଭାବକମାନେ ମଧ୍ୟ ଉପସ୍ଥିତ ଥିଲେ ।