ଓଡିଶା

odisha

ETV Bharat / state

ସାଇକେଲକୁ ଧକ୍କା ଦେଲା ସ୍କର୍ପିଓ: ଅଜା ମୃତ, ନାତି ଆହତ

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଇପାସ 16 ନମ୍ବର ଜାତୀୟ ରାଜପଥ ମଠପାଟଣା ଛକ ନିକଟରେ ସ୍କର୍ପିଓ ଧକ୍କାରେ ସାଇକେଲ ଚାଳକ ମୃତ । ଅଧିକ ପଢନ୍ତୁ...

By

Published : Feb 18, 2021, 10:25 AM IST

ଟାୟାର ଜାଳି ରାସ୍ତା ଅବରୋଧ
ଟାୟାର ଜାଳି ରାସ୍ତା ଅବରୋଧ

ଖୋର୍ଦ୍ଧା: ଜିଲ୍ଲା ବାଲୁଗାଁ ବାଇପାସ 16 ନମ୍ବର ଜାତୀୟ ରାଜପଥ ମଠପାଟଣା ଛକ ନିକଟରେ ଗତକାଲି ରାତିରେ ସଡକ ଦୁର୍ଘଟଣା ଘଟିଛି । ସାଇକେଲରେ ଅଜା ନାତି ଯାଇଥିବା ବେଳେ ସ୍କର୍ପିଓ ଧକ୍କାରେ ଅଜାଙ୍କର ମୃତ୍ୟୁ ହୋଇଥିବା ବେଳେ ନାତି ଆହତ ହୋଇଛି ।

ସ୍କର୍ପିଓ ଧକ୍କାରେ ସାଇକେଲ ଚାଳକ ମୃତ

ସୂଚନାଅନୁସାରେ,ମଠପାଟଣା ଗ୍ରାମର ସନିଆ ସାଇକେଲରେ ତାଙ୍କ ନାତିକୁ ବସାଇ ରାସ୍ତା ପାରି ହେଉଥିଲେ । ଏହି ସମୟରେ ଭୁବନେଶ୍ବରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ସ୍କର୍ପିଓ ମଠପାଟଣା ଛକରେ ସାଇକେଲକୁ ଧକ୍କା ଦେଇଥିଲା । ଫଳରେ ଅଜା ନାତି ଦୁଇଜଣ ସାଇକେଲରୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲା । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାଲୁଗାଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସନିଆଙ୍କୁ ମୃତ ଘୋଷଣା କରିଥିଲେ ।

ସେପଟେ ପରିବାରକୁ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ରେଡ଼କ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ପ୍ରଦାନ ପରେ ରାସ୍ତାରୋକ ହଟିଥିଲା। ଦୁର୍ଘଟଣା ଘଟାଇଥିବା ସ୍କର୍ପିଓକୁ ଜବତ କରିବାକୁ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details