ଓଡିଶା

odisha

ETV Bharat / state

'ସୂର୍ଯ୍ୟମୁଖୀ' ପ୍ରେମରେ ବିଜ୍ଞାନ ସାର୍

କାଠଖୁଣ୍ଟିଆ ଗ୍ରାମର ମାଣ୍ଡୋଇ ସାରଙ୍କ ସୂର୍ଯ୍ୟମୁଖୀ କ୍ଷେତ ଦେଖିଲେ ପୁରି ଉଠୁଛି ସଭିଙ୍କ ମନ । ପେସାରେ ଶିକ୍ଷକ ହେଲେ ନିଶା ଫୁଲ ଚାଷ । ଆଧୁନିକ ସମାଜରେ ଶିକ୍ଷିତ ଲୋକ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନଥିବା ବେଳେ ଜଣେ ଶିକ୍ଷକ ନିଜ କ୍ଷେତରେ ସୂର୍ଯ୍ୟମୁଖୀ ଫୁଲ ଚାଷ କରି ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ ।

By

Published : Mar 31, 2019, 9:18 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଋତୁରାଜ ବସନ୍ତ ଧରାପୃଷ୍ଠକୁ ପଦାର୍ପଣ କରିଛି । ଏତିକି ବେଳେ ଧରିତ୍ରୀ ମା' ତା ବକ୍ଷରେ ସବୁଜିମା ବନାନିକୁ ଲହରାଉଛି । ରଙ୍ଗ ବେରଙ୍ଗର ଫୁଲଫଳ ଏବଂ ବସନ୍ତର ମଳୟ ପବନରେ ଧରା ପୃଷ୍ଠ ଉଲ୍ଲସିତ । ବିଭିନ୍ନ ପ୍ରକାର କୁସୁମର ରଙ୍ଗ ଓ ବାସ୍ନା ସାରା ଜୀବଜଗତର ମନ ମୋହୁଛି । ଏହି ସୌନ୍ଦର୍ଯ୍ୟ ଦେଖି କବିଙ୍କଠାରୁ ଆରମ୍ଭ କରି ଭଅଁର ପର୍ଯ୍ୟନ୍ତ ସମସ୍ତେ ସୂର୍ଯ୍ୟମୁଖୀ ଫୁଲର ସୌନ୍ଦର୍ଯ୍ୟରେ ବିମୋହିତ ।

ଋତୁରାଜ ବସନ୍ତର ମଳୟ ପବନ ସଭିଙ୍କ ମନକୁ ଉଲ୍ଲସିତ କରୁଛି । ପୁଣି ଏତିକିବେଳେ କାଠଖୁଣ୍ଟିଆ ଗ୍ରାମର ମାଣ୍ଡୋଇ ସାରଙ୍କ ସୂର୍ଯ୍ୟମୁଖୀ କ୍ଷେତ ଦେଖିଲେ ପୁରି ଉଠୁଛି ସଭିଙ୍କ ମନ । ପେସାରେ ଶିକ୍ଷକ ହେଲେ ନିଶା ଫୁଲ ଚାଷ । ଏ ହେଉଛନ୍ତି ଖୋର୍ଦ୍ଧା ବେଗୁନିଆ ବ୍ଲକ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ କୈଳାସ ଚନ୍ଦ୍ର ମାଣ୍ଡୋଇ । ଆଧୁନିକ ସମାଜରେ ଶିକ୍ଷିତ ଲୋକ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନଥିବା ବେଳେ ଜଣେ ଶିକ୍ଷକ ନିଜ କ୍ଷେତରେ ସୂର୍ଯ୍ୟମୁଖୀ ଫୁଲ ଚାଷ କରି ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଭଅଁର ଠୁ ମହୁମାଛି ସମସ୍ତେ ଏହି ଫୁଲ ପ୍ରେମରେ ବାୟା । ସୂର୍ଯ୍ୟମୁଖୀ ଫୁଲ ସବୁବେଳେ ସୂର୍ଯ୍ୟଙ୍କୁ ଚାହିଁ ରହିଥିବା ବେଳେ କବି ଏହି ଫୁଲର ସୌନ୍ଦର୍ଯ୍ୟରେ ବିଭୋର ହୋଇ କବିତା ଲେଖିଥାଏ । ଯୁବପିଢ଼ି ଏହି ଫୁଲର ସୌନ୍ଦର୍ଯ୍ୟକୁ ନିଜ ସହ ସାଇତି ରଖିବା ପାଇଁ ତା ସହ ସେଲଫି ନେଉଛନ୍ତି । ଆଧୁନିକ ଯୁଗରେ ଶିକ୍ଷିତ ସମାଜ ଚାଷ ପ୍ରତି ବୈମାତୃକ ମନୋବୃତ୍ତି ରଖୁଥିବା ବେଳେ ବିଜ୍ଞାନ ଶିକ୍ଷକ ସୂର୍ଯ୍ୟମୁଖୀ ଫୁଲ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details