ଓଡିଶା

odisha

ETV Bharat / state

School Reopen: ରାଜ୍ୟରେ ୧୭ରୁ ଖୋଲିବ ସମସ୍ତ ସ୍କୁଲ

ଆସନ୍ତା ୧୭ ତାରିଖରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ଭୀଷଣ ଗ୍ରୀଷ୍ମ ପ୍ରବାହ ପାଇଁ ଗତ ୧୨ ତାରିଖରୁ ବନ୍ଦ ଥିଲା ସ୍କୁଲ । ଅଧିକ ପଢନ୍ତୁ

By

Published : Apr 15, 2023, 10:21 PM IST

Etv Bharat
Etv Bharat

ଭୁବନେଶ୍ବର:ରାଜ୍ୟରେ ଆସନ୍ତା ୧୭ ତାରିଖରୁ ଖୋଲିବ ସମସ୍ତ ସ୍କୁଲ। ପୁଣି ଥରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ । ସକାଳ ୬ଟା ୩୦ ମିନିଟରୁ ଦିନ ୧୧ଟା ପର୍ଯ୍ୟନ୍ତ କ୍ଲାସ ହେବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମୟକୁ ବଦଳାଇ ପାରିବେ। ଜାପାନରୁ ଫେରି ଗ୍ରୀଷ୍ମ ସ୍ଥିତିର ସମୀକ୍ଷା କରି ଏଭଳି ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଅପ୍ରେଲ ୧୭ରୁ ଅର୍ଥାତ ସୋମବାରଠାରୁ ପୁଣି ପାଠପଢା ଆରମ୍ଭ ହେବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ। ବିଶେଷ ଭାବରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ବିଦ୍ୟାଳୟଗୁଡ଼ିକର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ ମଧ୍ୟ କରିପାରିବେ। ଏହାସହ ବିଦ୍ୟାଳୟଗୁଡ଼ିକରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ପାଇଁ ସମସ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ଯତ୍ନବାନ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହା ବି ପଢନ୍ତୁ- Interview: ଚାକିରି ଛାଡ଼ି ସମାଜସେବାରେ ହୋଇଥିଲେ ସାମିଲ, ଜାଣନ୍ତୁ ‘ସାର ମ୍ୟାଡାମ ସରପଞ୍ଚ’ର ଅସଲ କାହାଣୀ

ସୂଚନା ଅନୁଯାୟୀ, ଚଳିତ ମାସ ୧୨ ତାରିଖରୁ ସମସ୍ତ ସ୍କୁଲ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନେଇଥିଲେ ଏଭଳି ନିଷ୍ପତ୍ତି । କେବଳ ସ୍କୁଲ ନୁହେଁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିଥିଲା । ରାଜ୍ୟରେ ପ୍ରବଳ ଖରା ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଜାପାନରୁ ଫେରି ଗ୍ରୀଷ୍ମ ସ୍ଥିତିର ସମୀକ୍ଷା କରି ଏଭଳି ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଅସହ୍ୟ ତାତି । ଯେପରି ଆକାଶରୁ ଅଗ୍ନିବର୍ଷା ହେଉଛି।

ଏପଟେ ଖରାକୁ ବାହାରିବା ସମୟରେ ସାଙ୍ଗରେ ପାଣି ବୋତଲ, ଓଦା ଗାମୁଛା ବା କପଡ଼ା ସମେତ ଛତା ଓ କଳା ଚଷମା ନେଇ ଘରୁ ବାହାରିବା ଆବଶ୍ୟକ। ତେବେ ପ୍ରବଳ ଖରା ହେବା ସମୟରେ ଘରୁ ନ ବହାରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖରାରେ ନ ବାହାରିବାକୁ କୁହାଯାଇଛି । ତେବେ ଅତି ଜରୁରୀ କାମ ଥିଲେ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରି ବାହାରକୁ ବାହାରନ୍ତୁ। ବୟସ୍କ ବ୍ୟକ୍ତିମାନେ ଘର ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଏହା ସହ ବାହାରକୁ ବାହାରିବା ସମୟର ପାଣି ବୋତଲ ଓ ଓଆରଏସ ପାଣି ନେଇ ବାହାରକୁ ଯିବା ପାଇଁ ସତର୍କ କରାଇଛନ୍ତି ସରକାର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details