ଓଡିଶା

odisha

ETV Bharat / state

ଏସୀୟ କ୍ରୀଡାରେ ସ୍ବର୍ଣ୍ଣ ଜିତିଲା ଭାରତୀୟ ହକି ଟିମ, ସ୍କୁଲରେ ପିଲା ପଢ଼ିଲେ ହକିର ବିଜୟ ଗାଥା - ସ୍କୁଲରେ ପିଲା ପଢ଼ିଲେ ହକିର ବିଜୟ ଗାଥା

ସ୍କୁଲର ପ୍ରାର୍ଥନା ସଭାରେ ଭାରତୀୟ ହକି ଟିମର ବିଜୟ ଗାଥା ପଢିଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ଭିତରେ ହକି ପାଇଁ ସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଅଧିକ ପଢ଼ନ୍ତୁ

Indian mens hockey team
Indian mens hockey team

By ETV Bharat Odisha Team

Published : Oct 9, 2023, 2:18 PM IST

Indian mens hockey team

ଭୁବନେଶ୍ବର:ଛାତ୍ରଛାତ୍ରୀଙ୍କ ଭିତରେ ହକି ପ୍ରତି ଉତ୍ସୁକତା ବଢାଇବା ପାଇଁ ଗଣଶିକ୍ଷା ବିଭାଗର ପ୍ରୟାସ । ସ୍କୁଲରେ ପିଲା ପଢ଼ିଲେ ହକିର ବିଜୟ ଗାଥା । ପ୍ରାର୍ଥନା ସଭାରେ ଭାରତୀୟ ହକିର ବିଜୟ ଗାଥା ପଢ଼ିଛନ୍ତି ଛାତ୍ରଛାତ୍ରୀ । ଏସୀୟ କ୍ରୀଡ଼ାରେ ଭାରତୀ ପୁରୁଷ ହକି ଟିମ୍‌ ସ୍ବର୍ଣ୍ଣ ପଦକ ହାସଲ ପରେ ସ୍କୁଲ ଗୁଡ଼ିକରେ ହକିକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହକୁ ବଢାଇବା ପାଇଁ ଏପରି ପ୍ରୟାସ ଆରମ୍ଭ ହୋଇଛି । ହକି ବିଷୟରେ ଅବଗତ ହେବା ସହ 2024 ଅଲମ୍ପିକ୍ସ ପାଇଁ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ଦେଇଛନ୍ତି ସ୍କୁଲ ଛାତ୍ରଛାତ୍ରୀ ।

Indian mens hockey team

ଏହା ମଧ୍ୟ ପଢନ୍ତୁ-ଅମିତ ରୋହିଦାସଙ୍କୁ ଦେଢ଼ କୋଟି ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏସିଆନ୍‌ ଗେମ୍ସରେ ଜାପାନକୁ ଦେଇଥିଲେ ଗୋଲ

ହକିର ବିଜୟ ଗାଥା ସମ୍ପର୍କରେ ସମସ୍ତ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଥିଲା ଗଣଶିକ୍ଷା ବିଭାଗ।ଛାତ୍ରଛାତ୍ରୀଙ୍କ ଭିତରେ ହକି ପାଇଁ ସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟ ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ, ଓସେପା ପକ୍ଷରୁ ଦୁଇ ପୃଷ୍ଠା ହକି ଗାଥା ସମ୍ବଳିତ ବାର୍ତ୍ତା ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ଦିଆଯାଇଛି । ଯାହାକୁ ପ୍ରାର୍ଥନା ସଭାରେ ପାଠ କରାଯିବା ସହ ଏହାର ଫଟୋ ଓସେପାକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ମଧ୍ୟ ପଢନ୍ତୁ-Asian games: ବ୍ରୋଞ୍ଜ ଜିତିଲେ ଭାରତୀୟ ମହିଳା ହକି ଖେଳାଳି, 3 ଲକ୍ଷ ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସୂଚନା ଅନୁଯାୟୀ, ଏସିଆ କ୍ରୀଡ଼ାରେ ଭାରତ ସ୍ବର୍ଣ୍ଣ ଜିତିବା ସହ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି । ବିଜୟୀ ଭାରତୀୟ ଦଳରେ ଓଡ଼ିଆ ପୁଅ ଅମିତ ରୋହିଦାସ ପ୍ରତିନିଧିତ୍ବ କରୁଥିଲେ । ଭାରତୀୟ ହକି ପାଇଁ ଓଡ଼ିଶାର ଅବଦାନ ଉଲ୍ଲେଖନୀୟ । ଓଡ଼ିଶା ଜାତୀୟ ହକିର ପ୍ରାୟୋଜକ ରହିବା ସହ ଉନ୍ନତ ଭିତ୍ତିଭୂମି ପ୍ରତିଷ୍ଠା କରି କ୍ରୀଡ଼ାବିତଙ୍କୁ ପ୍ରଶିକ୍ଷଣ ଦେଉଛି । ପୂର୍ବରୁ ଦୁଇଦୁଇ ଥର ବିଶ୍ବକପ ଆୟୋଜନ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶା । ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ କରିବାକୁ ସ୍କୁଲ ସ୍ତରରେ କ୍ରୀଡ଼ାକୁ ଗୁରୁତ୍ବ ଦିଆଯାଇଛି। ରୂପାନ୍ତରିତ ସ୍କୁଲରେ କ୍ରୀଡ଼ାକୁ ଅଧିକ ମାତ୍ରାରେ ଫୋକସରେ ରଖାଯାଇଛି । ହକିକୁ ଲୋକପ୍ରିୟ କରିବାକୁ ସରକାରୀ ବିଦ୍ୟାଳୟରେ ମୋ ସ୍କୁଲ୍‌ ହକି କ୍ଲବ କାର୍ଯ୍ୟ କରୁଛି । ସ୍କୁଲ୍‌ ସ୍ତରରୁ ପ୍ରତିଭା ଚିହ୍ନଟ ଓ ସେମାନଙ୍କୁ ଦକ୍ଷ କ୍ରୀଡ଼ାବିତ କରିବାକୁ ଏହି କ୍ଲବ ପ୍ରମୁଖ ଭୂମିକା ନିଭାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details