ଓଡିଶା

odisha

ସ୍କୁଲ ଜମିକୁ ଜବରଦଖଲ କରୁଛନ୍ତି ଜମି ମାଫିଆ, ପ୍ରଶାସନ ଚୁପ୍

By

Published : Oct 7, 2020, 2:00 PM IST

ସ୍କୁଲ ଜମିକୁ ଜବରଦଖଲ କରୁଛନ୍ତି ଜମି ମାଫିଆ । ଯେତେ ବିରୋଧ କଲେ ବି କିଛି ଫଳ ମିଳୁନି । କାରଣ ଜବରଦଖଲକାରୀଙ୍କ ମୁଣ୍ଡ ଉପରେ ରହିଛି ପ୍ରଶାସନିକ ଛତ୍ରଛାୟା । ଏନେଇ ଖୋର୍ଦ୍ଧା ବେଗୁନିଆ ବ୍ଲକ ସାମନ୍ତରାପୁରରେ ବଢ଼ୁଛି ଜନ ଅସନ୍ତୋଷ । ଅଧିକ ପଢନ୍ତୁ...

School land is being forcibly occupied by land mafia
ସ୍କୁଲ ଜମିକୁ ଜବର ଦଖଲ କରୁଛନ୍ତି ଜମି ମାଫିଆ, ପ୍ରଶାସନ ଚୁପ୍

ଖୋର୍ଦ୍ଧା: ସ୍କୁଲ ଖେଳପଡିଆରେ ଘର । ଖେଳପଡିଆ ଜମିକୁ ଜବରଦଖଲ କରି ଗଢ଼ି ଉଠିଛି ଅଟ୍ଟାଳିକା । ଯେତେ ବିରୋଧ କଲେ ବି କିଛି ଫଳ ମିଳୁନି । କାରଣ ଜବରଦଖଲକାରୀଙ୍କ ମୁଣ୍ଡ ଉପରେ ରହିଛି ପ୍ରଶାସନିକ ଛତ୍ରଛାୟା । ଏନେଇ ଖୋର୍ଦ୍ଧା ବେଗୁନିଆ ବ୍ଲକ ସାମନ୍ତରାପୁରରେ ବଢ଼ୁଛି ଜନ ଅସନ୍ତୋଷ ।

ସ୍କୁଲ ଜମିକୁ ଜବର ଦଖଲ କରୁଛନ୍ତି ଜମି ମାଫିଆ, ପ୍ରଶାସନ ଚୁପ୍

ସୂଚନାଯୋଗ୍ୟ ଯେ, ଦେଉଳି ପଞ୍ଚାୟତ ସାମନ୍ତରାପୁର ଗ୍ରାମର ଉନ୍ନିତ ପ୍ରାଥମିକ ବିଦ୍ୟାଳୟକୁ ଲାଗି ରହିଛି ୨ ଏକର ୫୪୦ ଡିସିମିଲର ଖେଳ ପଡିଆ । ଡଙ୍ଗରପଡା ଗାଁର ଶିଖର ବିଶ୍ବାଳ ଏହି ଜମିରୁ କିଛି ଜମିକୁ ନିଜ ଦଖଲରେ ରଖି ବେଆଇନ କୋଠା ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ଏ ସଂପର୍କରେ ଗାଁ ଲୋକେ ୨୦୦୦ ମସିହାରୁ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ବି କିଛି ସୁଫଳ ମିଳୁନି । ଯାହାକୁ ନେଇ ତାତିଛନ୍ତି ସାମନ୍ତରାପୁର ଗାଁ ଲୋକେ ।

ଏପଟେ ଖେଳ ପଡିଆକୁ ବ୍ୟବହାର କରି ପାରୁ ନାହାଁନ୍ତି ଛାତ୍ରଛାତ୍ରୀ । ତେବେ ଜିଲ୍ଲା ପ୍ରଶାସନ ଏନେଇ ମାପଚୁପ କରି ରିପୋର୍ଟ ଦେବାକୁ ବେଗୁନିଆ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କୋର୍ଟରେ ମାଲିମୋକଦ୍ଦମାର ଧମକ ଦେଖାଇ ସମ୍ପୃକ୍ତ ବ୍ୟକ୍ତି ଜବରଦଖଲ ଛାଡୁନଥିବା ଅଭିଯୋଗ ହୋଇଛି । ଶେଷରେ ଜିଲ୍ଲାପ୍ରଶାସନ ତରଫରୁ ସାନି ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉପଜିଲ୍ଲାପାଳ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details