ଓଡିଶା

odisha

By

Published : Jun 3, 2023, 4:16 PM IST

ETV Bharat / state

ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ହାଣିବା ଘଟଣା, ଡେମୋ ଦେଖାଇଲେ ଅଭିଯୁକ୍ତ

ଗତ 28 ତାରିଖ ସାନକୁମାରୀ ଗ୍ରାମରେ ଦୁଇ ଭାଇଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ହାଣିଥିଲେ ଦୁବୃର୍ତ୍ତ। ଗିରଫ ଦୁଇ ଅଭିଯୁକ୍ତଙ୍କର ଆଜି ସିନ୍ ରି କ୍ରିଏସନ କରାଯାଇଛି। ସେମାନେ କିଭଳି ଆକ୍ରମଣ କରିଥିଲେ ତାହାର ଡେମୋ ଦେଖାିଇଛନ୍ତି। ଅଧିକ ପଢନ୍ତୁ

ହତ୍ୟା ଘଟଣାରେ ସିନ୍ ରିକ୍ରିଏସନ
ହତ୍ୟା ଘଟଣାରେ ସିନ୍ ରିକ୍ରିଏସନ

ହତ୍ୟା ଘଟଣାରେ ସିନ୍ ରିକ୍ରିଏସନ

ଖୋର୍ଦ୍ଧା: ଦିନ ଦିପ୍ରହରେ ଦୁଇ ଭାଇଙ୍କୁ ଗୋଡାଇ ଗୋଡ଼ାଇ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଗତ 28 ତାରିଖ ରବିବାର ସାନକୁମାରୀ ଗ୍ରାମର ଦୁଇ ଭାଇଙ୍କୁ ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଥିଲେ ଦୁର୍ବୃତ୍ତ । ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ବୋଲଗଡ଼ ପୋଲିସ । ଏହାସହ ଦୁଇ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ଆଣି ସିନ ରି କ୍ରିଏସନ କରାଯାଇଛି । ଏନେଇ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ ସହିତ SDPO ଦିଲ୍ଲୀପ ଦାସ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ । ଅଭିଯୁକ୍ତ ଦୁହେଁ କିଭଳି ନୃଶଂସ ଭାବେ ଖଣ୍ଡାରେ ହାଣିଥିଲେ ସିନ୍ ରି କ୍ରିଏସନ ସମୟରେ ତାହାର ଡେମୋ ଦେଖାଇଥିଲେ । ଖୋର୍ଦ୍ଧା ଏସପିଙ୍କ କହିବା ଅନୁଯାୟୀ, ଏହି ହତ୍ୟାକାଣ୍ଡରେ ସେହି ଗ୍ରାମର ଲଣ୍ଡା ଓରଫ ଗଣେଶ ଖଣ୍ଡେଇ ଏବଂ ବ୍ରହ୍ମାନନ୍ଦ ଖଣ୍ଡେଇ ସାମିଲ ଅଛନ୍ତି ।

ପୂର୍ବ ଶତ୍ରୁତା କାରଣରୁ ସେମାନେ ଏଭଳି କାଣ୍ଡ ଭିଆଇଥିବା ଜଣାପଡିଛି । ଅଭିଯୁକ୍ତ ଦେଇଥିବା ବୟାନ ଅନୁସାରେ, ଗତ 3 ବର୍ଷ ପୂର୍ବେ ଅନୁରୂପ ଭାବେ ଅଭିଯୁକ୍ତ ଲଣ୍ଡା ଖଣ୍ଡେଇକୁ ବିପିନ ରାଉତ ଓ ତାଙ୍କ ଭାଇ ବିକ୍ରମ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାର ପ୍ରତିଶୋଧ ନେବା ପାଇଁ ଅଭିଯୁକ୍ତମାନେ ଦୁଇ ଭାଇଙ୍କୁ ଆକ୍ରମଣ କରିଥିବା ସ୍ବୀକାର କରିଛନ୍ତି । ସେହିଭଳି ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନା ତାହାର ତଦନ୍ତ କରାଯାଉଥିବାବେଳେ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବା ପାଇଁ ଅପିଲ କରାଯିବ ବୋଲି କହିଛନ୍ତି ଏସପି । ସୂଚନା ମୁତାବକ, ଗତ ରବିବାର 28 ତାରିଖ ସ୍ପଷ୍ଟ ଦିବାଲୋକରେ ସାନକୁମାରୀ ଗ୍ରାମର ବିକ୍ରମ ରାଉତ ଗାଁ ମୁଣ୍ଡ ଛକରେ ଠିଆ ହୋଇଥିବାବେଳେ ଏହି ଦୁଇ ଅଭିଯୁକ୍ତ ଏକ ମୋଟର ସାଇକେଲରେ ଆସି ତାଙ୍କୁ ଖଣ୍ଡା ସାହାଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ।

ଆକ୍ରମଣରେ ବିକ୍ରମଙ୍କର ହାତ ଗୋଡ଼ରେ ଗଭୀର ଆଘାତ ଲାଗିଥିବାବେଳେ ନିଜ ଜୀବନ ବଞ୍ଚାଇବା ପାଇଁ ନିକଟରେ ଥିବା ଏକ ଘରେ ପଶି ଯାଇଥିଲେ । ବିକ୍ରମଙ୍କୁ ଆକ୍ରମଣ ହୋଇଥିବା ଜାଣି ସାନ ଭାଇ ବିପିନ ଆସିଥିବାବେଳେ ତାଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଥିଲେ ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ତେବେ ଭୁବନେଶ୍ୱର ସ୍ଥିତ AIIMS ମେଡିକାଲରେ ଆକ୍ରମଣରେ ଗୁରୁତର ହୋଇଥିବା ବିକ୍ରମଙ୍କ ଚିକିତ୍ସା ଜାରି ରହିଛି । ଅପରପକ୍ଷେ ଦୁଇ ଅଭିଯୁକ୍ତଙ୍କୁ କିଭଳି ଉଚିତ ଦଣ୍ଡ ମିଳିବ ସେନେଇ ପୋଲିସ ତଦନ୍ତ ଚଳାଇଛି।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details