ଓଡିଶା

odisha

ETV Bharat / state

ପମ୍ପାଲୋରେ ବନ୍ୟା ପ୍ରଭାବ, ନିଜସ୍ଵ ଉଦ୍ୟମରେ ସରପଞ୍ଚ ବାଣ୍ଟିଲେ ରିଲିଫ - ପମ୍ପାଲୋ ପଞ୍ଚାୟତ ସରପଞ୍ଚ

ବନ୍ୟାରେ ବେହାଲ ହୋଇଛି ପମ୍ପାଲୋ ପଞ୍ଚାୟତ(Pampalo panchayat has affected by flood) । ଏଭଳି ସ୍ଥିତିରେ ସରପଞ୍ଚ ନିଜସ୍ବ ଉଦ୍ୟମରେ ରିଲିଫ ବାଣ୍ଟି ଲୋକଙ୍କ ଦୁଃଖ ବୁଝିଛନ୍ତି(Pampalo Sarpanch distributed relief) । ଅଧିକ ପଢ଼ନ୍ତୁ

Due to Sarpanch efforts relief was distributed to the flood affected people
ବନ୍ୟା ପ୍ରଭାବିତ ଲୋକଙ୍କୁ ନିଜସ୍ଵ ଉଦ୍ୟମରେ ସରପଞ୍ଚ ବାଣ୍ଟିଲେ ରିଲିଫ

By

Published : Aug 21, 2022, 7:15 PM IST

ନିଆଳି:ରାଜ୍ୟରେ ଧୀରେଧୀରେ ବର୍ଷାର ପରିମାଣ ସହ କମୁଛି ବନ୍ୟାଜଳ ସ୍ତର । ବନ୍ୟା ପରିସ୍ଥିତିରେ ସୁଧାର ଆସୁଛି । ଚଳିତ ବର୍ଷ ବନ୍ୟା ଯୋଗୁଁ ଅନେକ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତ ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଛି(flood in Pampalo) । (pampalo panchayat flood affected) । ଏହି ସମୟରେ ନିଜସ୍ବ ଉଦ୍ୟମରେ ବନ୍ୟା ବିପନ୍ନଙ୍କୁ ରିଲିଫ ବାଣ୍ଟିଛନ୍ତି ପମ୍ପାଲୋ ପଞ୍ଚାୟତ ସରପଞ୍ଚ ବାହନ ଭୋଇ ।

ପଞ୍ଚାୟତର ୧୪ଟି ଗ୍ରାମର ହଜାର ହଜାର ଏକର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଏନେଇ ଚାଷୀ ଚିନ୍ତାରେ ରହିଛନ୍ତି । ରାଜ୍ୟ ସରକାରଙ୍କଠାରୁ ମିଳିଥିବା ସହାୟତା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି । ଏନେଇ ପମ୍ପାଲୋ ପଞ୍ଚାୟତ ସରପଞ୍ଚ ବାହନ ଭୋଇ ନିଜସ୍ବ ଉଦ୍ୟମରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ସମାଜସେବୀଙ୍କୁ ଅନୁରୋଧ କରି ଓ ନିଜସ୍ବ ପ୍ରଚେଷ୍ଟାରେ ରନ୍ଧାଖାଦ୍ୟ ଯୋଗାଇ ଦେବା ସହିତ ରାସନ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚାଇ ଦେଉଛନ୍ତି ।

ରବିବାର ନବାଟି, ଦରଡ଼ା, ବିଶୁଳି ସାହି, ଦନାପଡ଼ା ଓ ଡେଙ୍ଗ ଗ୍ରାମରେ ରନ୍ଧାଖାଦ୍ୟ ସହ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି ସରପଞ୍ଚ । ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ରାଉତ, ସମାଜସେବୀ ବିଦ୍ୟା ଭୂଷଣ ଭୋଳ ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ଏହାକୁ ନେଇ ବନ୍ୟାବିପନ୍ନ ସରପଞ୍ଚଙ୍କୁ ପ୍ରଶଂସାରେ ପୋତିଛନ୍ତି ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details