ଓଡିଶା

odisha

ETV Bharat / state

ପଞ୍ଚାୟତ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲେ ସରପଞ୍ଚ

ଖୋର୍ଦ୍ଧା ଜିଲ୍ଲା ସୋରଣ ଗ୍ରାମପଞ୍ଚାୟତର ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ସରପଞ୍ଚ । ଏନେଇ ସେ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ଅଧିକ ପଢନ୍ତୁ...

ସରପଞ୍ଚ
ସରପଞ୍ଚ

By

Published : Mar 11, 2021, 7:29 AM IST

ଖୋର୍ଦ୍ଧା: ଚିଲିକା ବ୍ଲକ ସୋରଣ ଗ୍ରାମପଞ୍ଚାୟତରେ 2019/20 ଆର୍ଥିକ ବର୍ଷରେ କରାଯାଇଥିବା ମାହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ ଯୋଜନାରେ ବହୁତ ଟଙ୍କା ସ୍ଥାନୀୟ ଜିଆରଏସ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ହଡପ କରିଛନ୍ତି । ପାଞ୍ଚାୟତକୁ ଦୀର୍ଘ 5 ମାସ ହେଲା ଆସୁ ନାହାଁନ୍ତି । ଏପରି ଅଭିଯୋଗ କରି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ସରପଞ୍ଚ ।

ସରପଞ୍ଚ

ଏହା ସହ ତିନି ମାସ ହେଲା କ୍ଲଷ୍ଟର ଟିଏମସି ବିଲକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଜ ପାଖରେ ଟଙ୍କା ରଖି ହୋଇନାହିଁ ବୋଲି କହି ସରପଞ୍ଚଙ୍କୁ ବୁଲାଇ ଚାଲିଛନ୍ତି । ଏ ସମ୍ପର୍କରେ ଚିଲିକା ବିଡିଓଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ବିଡିଓଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ସେ କହିଛନ୍ତି ।

ସୋରଣ ପଞ୍ଚାୟତରେ ହୋଇଥିବା ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ସରପଞ୍ଚ। ସେପଟେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ପିଡି ଡିଆରଡିଏଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details