ଖୋର୍ଦ୍ଧା:ସରପଞ୍ଚ ଦେଖାଇଲେ ଦବଙ୍ଗଗିରି । ପ୍ରଧାନଶିକ୍ଷକ ଓ ସ୍କୁଲ କମିଟିର ବିନା ଅନୁମତିରେ ସ୍କୁଲ ଗେଟ ତାଲା ଭାଙ୍ଗି କଲେ ସିସି ରୋଡ । ଏହାର ପ୍ରତିବାଦରେ ସରପଞ୍ଚଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଗେଡିଆପଲି ସରକାରୀ ବିଦ୍ୟାଳୟରେ ।
ସୂଚନା ଅନୁସାରେ ଗେଡିଆପଲି ସରକାରୀ ଉଚ୍ଚ ବିଦ୍ୟାଳୟ କ୍ୟାମ୍ପସରେ ଢଳେଇ ରାସ୍ତା ପାଇଁ ସରକାରୀ ଅର୍ଥ ମଞ୍ଜୁର ହୋଇଥିଲା । କିନ୍ତୁ ସରପଞ୍ଚ ଅର୍ଜୁନ ବେହେରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ କମିଟି ସଦସ୍ୟଙ୍କୁ ନଜଣାଇ ଗେଟ ତାଲା ଭାଙ୍ଗି ଅତି ନିମ୍ନ ମାନର କାର୍ଯ୍ୟ କରିଥିବା ଅଭିଯୋଗ କରିଛନ୍ତି ସ୍କୁଲ କମିଟି ସଭାପତି ଓ ସଦସ୍ୟ । ଶୈକ୍ଷିକ ପରିବେଶରେ ସରପଞ୍ଚଙ୍କ ଏଭଳି ଦବଙ୍ଗଗିରି ବିରୋଧରେ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସ୍କୁଲ କମିଟି ସଭାପତି ।