ଓଡିଶା

odisha

ETV Bharat / state

ପାଟଣାଗଡ ବିଧାୟକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ - ଭୁବନେଶ୍ବର

ଜେଇଙ୍କୁ ବସଉଠ କରାଇ ଚର୍ଚ୍ଚାରେ ଥିବା ବିଧାୟକ ସରୋଜ ମେହେରଙ୍କୁ ଜାମିନ ମିଳିଛି ।

ଫାଇଲ ଫଟୋ

By

Published : Jul 6, 2019, 6:05 PM IST

ଭୁବନେଶ୍ବର: ଜେଇଙ୍କୁ ଉଠବସ କରିବା ଘଟଣାରେ ନେଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ଜାମିନ ମିଳିଛି । ଭୁବନେଶ୍ବର ଏଡିଜେଏମ କୋର୍ଟ 25 ହଜାର ଟଙ୍କା ଏବଂ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହାସହ ତଦନ୍ତରେ ସମ୍ପୂର୍ଣ୍ଣ ସାହାଯ୍ୟ କରିବା ପାଇଁ ତାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଜେଇଙ୍କୁ ଉଠବସ କରିବା ପାଇଁ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ମାମଲା ରୁଜୁ ହୋଇଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଆଜି ତାଙ୍କୁ ମାନ୍ୟବର କୋର୍ଟ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଜେଲରୁ ଫେରିବା ପରେ ବିଧାୟକ ଜେଇ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଧମକ ଦେଇପାରିବେ ନାହିଁ । ଏହା ଛଡା ପୋଲିସକୁ ଆବଶ୍ୟକ ସମୟରେ ତଦନ୍ତରେ ସାହାଯ୍ୟ କରିବେ ବୋଲି ସର୍ତ୍ତ ରଖାଯାଇଛି ।
ଜୁଲାଇ ମାସ 1 ତାରିଖରେ ଜାମିନ ଆବେଦନର ଶୁଣାଣି ହୋଇଥିଲେ ମଧ୍ୟ କୋର୍ଟ କୌଣସି ନିଷ୍ପତ୍ତି ଗ୍ରହଣ କରି ନ ଥିଲେ । ସତ୍ୟପାଠ ଦାଖଲ ପରେ ସେହି ଦିନ ଉଭୟ ଜେଇ ଓ ତାଙ୍କ ପତ୍ନୀ ସମୟ ମାଗିଥିଲେ । ଏହା ପରେ ବିଧାୟକଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଥିଲା । ଓକିଲଙ୍କ ଆନ୍ଦୋଳନ ହେତୁ ବିଧାୟକ ନିଜେ ନିଜର କେଶ ଲଢ଼ିଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details