ଭୁବନେଶ୍ବର:ସାନ୍ତାଳୀ ଭାଷାର ମାନ୍ୟତା ଦାବି । ସାନ୍ତାଳୀ ଭାଷାର ମାନ୍ୟତା ଓ ଶିକ୍ଷକଙ୍କୁ ନିୟମିତ ଦାବୀ ନେଇ ରାଜଧାନୀ ଆସିଛନ୍ତି ସାନ୍ତାଳୀ ଶିକ୍ଷକ । ଦୀର୍ଘ ୨୮ ଦିନ ଧରି ମୟୂରଭଞ୍ଜ ଜିଲ୍ଲାରୁ ପଦଯାତ୍ରାରେ ଆସି ଭୁବନେଶ୍ବର ପହଞ୍ଚିଛନ୍ତି ସାନ୍ତାଳୀ ଶିକ୍ଷକ । ଏହି ପ୍ରତିନିଧି ଦଳର ସଦସ୍ୟଙ୍କୁ ଭେଟିଛନ୍ତି ବିଜେପି ବିଧାୟକ ପ୍ରକାଶ ସୋରେନ ଏବଂ ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ ।
ନିୟମିତ ଶିକ୍ଷକ ଦାବିରେ ସାନ୍ତାଳୀ ଭାଷାର ଶିକ୍ଷକ ମାନଙ୍କ 34 ଦିନ ଧରି ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । କିନ୍ତୁ ଦାବି ସମାଧାନ ନ ହେବାରୁ ଦାବି ଉପସ୍ଥାପନା ପାଇଁ ନବୀନ ନିବାସ ଅଭିମୁଖେ 28 ଦିନ ଚାଲି ଚାଲି ଆସିବା ବେଳେ ଭୁବନେଶ୍ବର ପାୱାର ହାଉସ ଛକ ନିକଟରେ ଅଟକ ରଖିଛି ପୋଲିସ । ନିଯୁକ୍ତି ପାଇଥିବା ଶିକ୍ଷକ ମାନେ 15 ବର୍ଷ ହେଲା ସର୍ବନିମ୍ନ ଦରମାରେ କାମ କରି ଆସୁଛନ୍ତି । ସମସ୍ୟା ବିଷୟରେ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା କୌଣସି ସମାଧାନ ନ ହେବାରୁ ଶିକ୍ଷକ ମାନେ ଆଜି ନବୀନ ନିବାସ ଅଭିମୁଖେ ପଦଯାତ୍ରା କରିଛନ୍ତି ।