ଓଡିଶା

odisha

ETV Bharat / state

ସରକାରଙ୍କୁ ଶିକ୍ଷୟତ୍ରୀଙ୍କ ଗୁହାରି, ଚାକିରି ସ୍ଥାୟୀ ପାଇଁ କଲେ ନିବେଦନ - ସରକାରଙ୍କୁ ଶିକ୍ଷୟତ୍ରୀଙ୍କ ଗୁହାରି

ସ୍ବଳ୍ପ ଦରମା ସହ ଅନେକ ଦିନ ହେବ ଗୋଟିଏ ସ୍ଥାନରେ ରହିବା ଓ ସ୍ଥାୟୀ ନିଯୁକ୍ତି ପାଇଁ ଜଣେ ସଂସ୍କୃତ ଶିକ୍ଷୟତ୍ରୀ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି । ଅଧିକ ପଢନ୍ତୁ

teacher praying to Chief Minister for transfer
ସରକାରଙ୍କୁ ଶିକ୍ଷୟତ୍ରୀଙ୍କ ଗୁହାରି

By

Published : Feb 23, 2023, 1:31 PM IST

ସରକାରଙ୍କୁ ଶିକ୍ଷୟତ୍ରୀଙ୍କ ଗୁହାରି

ଭୁବନେଶ୍ବର:ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାର ନୀରିକ୍ଷଣ ଭାବରେ ଅନେକ ପଦକ୍ଷେପ ନେଉଛନ୍ତି । ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ପିଲାଙ୍କୁ କିଭଳି ଭାବରେ ଉଚିତ ଶିକ୍ଷା ମିଳିବ ସେ ନେଇ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଆହ୍ଵାନ ଦିଆଯାଉଛି । ହେଲେ ଏହାରି ମଧ୍ୟରେ ଜଣେ ଶିକ୍ଷୟିତ୍ରୀ କାନ୍ଦି କାନ୍ଦି ରାଜ୍ୟ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି । ସ୍ଵାମୀଙ୍କ ହରାଇବା ପରେ ପିଲାକୁ ନେଇ ଅନେକ ଦିନ ହେବ ସ୍ବଳ୍ପ ଦରମାରେ ଚଳିବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି । ଚାକିରି ସ୍ଥାୟୀ ସହିତ ବଦଳି ନେଇ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ସୋସିଆଲ ମିଡିଆରେ ଅନୁରୋଧ କରିଛନ୍ତି ଜଣେ ସଂସ୍କୃତ ଶିକ୍ଷୟତ୍ରୀ ।

ଖୋର୍ଦ୍ଧା ଜିଲ୍ଲାର ସସ୍ମିତା ଜେନା । ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରର ସରକାରୀ ସ୍କୁଲରେ ସଂସ୍କୃତ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରନ୍ତି । କୋରୋନା ସମୟ ତାଙ୍କ ସ୍ବାମୀଙ୍କର ଦେହାନ୍ତ ପରେ ସମ୍ପୂର୍ଣ ଭାବରେ ଏକା ହୋଇଯାଇଛନ୍ତି । ଘର ଠାରୁ ବହୁ ଦୂରରେ ସ୍କୁଲରେ କାର୍ଯ୍ୟ କରୁଥିବାରୁ ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଏହା ସହ ସ୍ବଳ୍ପ ଦରମା ସମେତ ଚଳିବା ତାଙ୍କ ପାଇଁ କଷ୍ଟକର ହୋଇଛି । ତେଣୁ ଚାକିରି ସ୍ଥାୟୀ ସହିତ ବଦଳି କରିବାକୁ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି ସସ୍ମିତା ।

ଏକ ଭିଡିଓ ଜରିଆରେ ସସ୍ମିତା କହିଛନ୍ତି ଯେ, ''କେତେ ଦିନ ଏମିତି କଷ୍ଟ ସହିବି । ଯିଏ ଲାଞ୍ଚ ଦେଇପାରିଲେ ତାଙ୍କର ବଦଳି ହେଲା । ଜଣେ ସାଧାରଣ ଶିକ୍ଷକ ଟିଏ ସେ କଣ କରିବ । ଏହାର ପରିବର୍ତ୍ତନ ହେବା ନିହାତି ଆବଶ୍ୟକ । 2016 ବ୍ୟାଚର ଶିକ୍ଷକଙ୍କୁ ରେଗୁଲାର କରନ୍ତୁ । କମ୍ ପଇସାରେ ବାହାର ଅଞ୍ଚଳରେ ଚଳିବା ବହୁତ କଷ୍ଟ ହେଉଛି । ରେଗୁଲାର ନା କରିବା ଫଳରେ ବଦଳି ହୋଇପାରୁନାହିଁ। ମୋର ଏକ ବର୍ଷର ବୟସର ଝିଅଟି ଥିବାରୁ ଆର୍ଥିକ ଆବଶ୍ୟକତାକୁ ନେଇ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ଚାକିରି ସ୍ଥାୟୀ କରନ୍ତୁ । ରେଗୁଲାର ହୋଇନାହିଁ ବୋଲି ଟ୍ରାନ୍ସଫର ହୋଇପାରୁ ନାହିଁ।''

ସେ ଭିଡିଓରେ ଆହୁରି କହିଛନ୍ତି, ମୁଁ ମୋର ବାପା ଘର ଅଞ୍ଚଳରେ ଥିବା ସ୍କୁଲରେ ରହିବାକୁ ଚାହୁଁଛି । ଗଣଶିକ୍ଷା ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଗୋଟିଏ ମାଆ ନିବେଦନ କରୁଛି, ମୋକ ବଦଳି ବ୍ୟବସ୍ଥା କରନ୍ତୁ । ଆମେ ବହୁତ ଅଭାବ ଅସୁବିଧାରେ ଚାଲୁଛୁ। ଆଉ କେତେ ଦିନ ଅପେକ୍ଷା କରିବୁ। ମୋତେ ନ୍ୟାୟ ଦିଅନ୍ତୁ ବୋଲି କାନ୍ଦି କାନ୍ଦି କହିଛନ୍ତି ଶିକ୍ଷୟତ୍ରୀ ସସ୍ମିତା।''

ଏହା ବି ପଢନ୍ତୁ...ଆଜି ସୁଆଣ୍ଡୋ ଯିବେ ମୁଖ୍ୟମନ୍ତ୍ରୀ, ଉତ୍କଳମଣିଙ୍କ ଗାଁର ପୁନଃବିକଶିତ କାର୍ଯ୍ୟର କରିବେ ଲୋକାର୍ପଣ

ସୂଚନା ଅନୁଯାୟୀ, ସସ୍ମିତାଙ୍କ ସ୍ଵାମୀ ମଧ୍ୟ ଜଣେ ଶିକ୍ଷକ ଥିଲେ । ସସ୍ମିତାଙ୍କର 1 ବର୍ଷର ଝିଅ ରହିଛି । ସ୍ଵାମୀଙ୍କ ଦେହାନ୍ତ ପରେ ଶାଶୁ ଘର ଲୋକ ସସ୍ମିତାକୁ ଅଣଦେଖା କରୁଛନ୍ତି । ଶାଶୁଘର ଲୋକ ଏକ ବ୍ୟାଙ୍କରୁ ଲୋନ କରି ପଇସା ନେଇ ଯାଇଥିବା ସାମାଜିକ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି ସସ୍ମିତା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details