ଖୋର୍ଦ୍ଧା: ସାରା ଦେଶରେ ମହାମାରୀ କୋରୋନା ତା'ର କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ରୋକିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲକଡାଉନ ଓ ସଟଡାଉନ ଘୋଷଣା କରୁଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ସାନପଦର ଗ୍ରାମରେ ଶନିବାର ଏକ ପଜିଟିଭି କେସ ବାହାରିଥିଲା।
ସାନପଦର ପଞ୍ଚାୟତକୁ 3 ଦିନ ସଟଡାଉନ ଘୋଷଣା କଲେ ସରପଞ୍ଚ - Sanpadar panchayat
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ସାନପଦର ଗ୍ରାମରେ ଶନିବାର ଏକ ପଜିଟିଭି କେସ ବାହାରିବା ପରେ ସାନପଦର ଗ୍ରାମପଞ୍ଚାୟତର ସରପଞ୍ଚ ରେଣୁବାଳା ସାହୁ ଉକ୍ତ ପଞ୍ଚାୟତର ସାନପଦର ଓ କୃଷ୍ଣଶରଣପୁର ଅଞ୍ଚଳକୁ 3ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ।
ସାନପଦର ପଞ୍ଚାୟତକୁ ସଟଡାଉନ ଘୋଷଣା କଲେ ସରପଞ୍ଚ
ଏହାପରେ ସାନପଦର ଗ୍ରାମପଞ୍ଚାୟତର ସରପଞ୍ଚ ରେଣୁବାଳା ସାହୁ ଉକ୍ତ ପଞ୍ଚାୟତର ସାନପଦର ଓ କୃଷ୍ଣଶରଣପୁର ଅଞ୍ଚଳକୁ 3ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି । ତେବେ ସଟଡାଉନ ଘୋଷଣା କରିବା ସହିତ ସମସ୍ତେ ସରକାରଙ୍କ ନିୟମମାନି ମୁହଁରେ ମାସ୍କ ପିନ୍ଧି ସଚେତନ ରହିବା ପାଇଁ ଅନୁରୋଧ କରିଛନ୍ତି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ