ଭୁବନେଶ୍ବର:ସମ୍ବଲପୁର ହନୁମାନ ଜୟନ୍ତୀ ହିଂସା ଘଟଣାର ତଦନ୍ତ ପାଇଁ 4 ଜଣିଆ ଯାଞ୍ଚ କମିଟି ଗଠନ କରିଛି ବିଜେପି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି କମିଟି ଗଠନ କରିଛନ୍ତି । କମିଟିରେ ମୋଟ 4ଜଣ ସଦସ୍ୟ ରହିଛନ୍ତି । ଘଟଣାସ୍ଥଳକୁ ଯାଇ ଯାଞ୍ଚ କରି ସଭାପତିଙ୍କୁ ରିପୋର୍ଟ ଦେବ କମିଟି । ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ସମ୍ବଲପୁରରେ ହିଂସା ଘଟିଥିଲା ।
ଏହି 4 ଜଣିଆ କମିଟିରେ ଉତ୍ତର ପ୍ରଦେଶର ରାଜ୍ୟସଭା ସାଂସଦ ବ୍ରଜଲାଲ, ଝାଡଖଣ୍ଡର ରାଜ୍ୟସଭା ସାଂସଦ ସମୀର ଓରାଓଁ ଓ ଆଦିତ୍ୟ ସାହୁ, ପଶ୍ଚିମବଙ୍ଗ ପୁରୁଲିଆ ସାଂସଦ ଜ୍ୟୋତିମୟ ସିଂ ମହତୋ କମିଟି ସଦସ୍ୟ ଅଛନ୍ତି । ଗଠିତ 4 ଜଣିଆ ସଦସ୍ୟ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବା ସହ ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବେ । ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁରରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଏହି ଟିମ ଘଟଣାର ସତ୍ୟାସତ ତଦାରଖ କରିବ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ରିପୋର୍ଟ ହସ୍ତାନ୍ତର କରିବ । ଘଟଣା ବିଷୟରେ ତନତନ୍ନ କରି ଯାଞ୍ଚ କରିବ ଖବର ସଂଗ୍ରହ ପରେ ରିପୋର୍ଟ ପ୍ରସ୍ତୁତ କରିବେ ଗଠିତ 4 ଜଣିଆ ସଦସ୍ୟ ।
ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ସମ୍ବଲପୁର ହିଂସା ନେଇ ଓଡିଶା ବିଜେପି ରାଜ୍ୟ ସଭାପତି ମନୋହର ସାମଲ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଚିଠି ଲେଖିଥିଲେ । ହିଂସା ଘଟଣାର ଏନଆଇଏ ତଦନ୍ତ ଦାବି କରିଥିଲେ । ଘଟଣା ପଛରେ ଥିବା ଷଡଯନ୍ତ୍ରକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ କହିଥିଲେ ।