ଭୁବନେଶ୍ବର:ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସାକାଣ୍ଡ । ପଥର ମାଡ ସହ 8ରୁ 9ଟି ସ୍ଥାନରେ ଅଗ୍ନିକାଣ୍ଡ ଯୋଗୁଁ 7 ଜଣଙ୍କୁ ଗିରଫ କରିଛି ପୋଲିସ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି । ଏହି ହିଂସାକାଣ୍ଡରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଯେଉଁ ଲୋକମାନେ ଏପରି ହିଂସାକୁ ଉସୁକାଇଥିବେ ସେମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ବୋଲି କହିଛନ୍ତି ଡିଜିପି ।
ଡିଜି ସୁନୀଲ ବଂଶଲ କହିଛନ୍ତି ଯେ,'' ସମ୍ବଲପୁରରେ ହିଂସାକାଣ୍ଡ ଘଟିଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଅଛି । ସିନିୟର ଅଫିସର ମଧ୍ୟ ସେଠାରେ କାମ କରୁଛନ୍ତି । ବର୍ତ୍ତମାନ ସେଠାରେ ପରିସ୍ଥିତି ଶାନ୍ତ ରହିଛି । ଆମେ ଦେଖିବୁ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଛି । ସେହି ଅନୁସାରେ ଆମେ ଦେଖିବୁ କିପରି ଶାନ୍ତି ଶୃଙ୍ଖଳାର ବଜାୟ ରହୁ । ଯେଉଁ ଲୋକମାନେ ହିଂସାକାଣ୍ଡକୁ ଉସୁକାଇଥିବେ ବା କେହି ସମ୍ପୃକ୍ତି ଥିବା ଖବର ଆସିବ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶାନ୍ତି ଫେରାଇ ଆଣିବା ପାଇଁ ସବୁ ପ୍ରକାର ଉଦ୍ୟମ ହୋଇଛି । ଅଧିକ ଫୋର୍ସ ମୁତୟନ ହୋଇଛି । ବରିଷ୍ଠ ଅଧିକାରୀ ମାନେ ମଧ୍ୟ ସମ୍ବଲପୁରରେ ଉପସ୍ଥିତ ରହି ବିଭିନ୍ନ ଦିଗ ଉପରେ ନଜର ରଖିଛନ୍ତି । ''
ଏହା ମଧ୍ୟ ପଢନ୍ତୁ-Internet suspended: ପୁଣି ସମ୍ବଲପୁରରେ 48 ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ