ଓଡିଶା

odisha

ETV Bharat / state

ଆଇନଜୀବୀଙ୍କ ଗିରଫଦାରୀ ପରେ ଦୁର୍ଦ୍ଦଶା ଭୋଗୁଛନ୍ତି ମହକିଲ, କେବେ ଫେରିବ ସ୍ୱାଭାବିକ ସ୍ଥିତି ?

ଦିନେ ଯେଉଁଠି ଶହ ଶହ ଲୋକଙ୍କ ଭିଡ ଲାଗୁଥିଲା । ଓକିଲ-ମହକିଲଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିଲା । ଆଜି ସେଇଠି ପୋଲିସ ଛାଉଁଣୀ । ପୁରା କୋର୍ଟ ପରିସରରେ ଲାଗିଛି 144 ଧାରା । ସୃଷ୍ଟି ହୋଇଛି ନ୍ୟାୟିକ ଅଚଳାବସ୍ଥା । ଅଧିକ ପଢନ୍ତୁ

By

Published : Dec 17, 2022, 8:51 PM IST

Etv Bharat
Etv Bharat

ଆଇନଜୀବୀଙ୍କ ଗିରଫଦାରୀ ପରେ ଦୁର୍ଦ୍ଦଶା ଭୋଗୁଛନ୍ତି ମହକିଲ, କେବେ ଫେରିବ ସ୍ବାଭାବିକ ସ୍ଥିତି?

ସମ୍ବଲପୁର: ଦିନେ ଯେଉଁଠି ଶହ ଶହ ଲୋକଙ୍କ ଭିଡ ଲାଗୁଥିଲା । ଓକିଲ ଓ ମହକିଲଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିଲା । ଆଜି ସେଇଠି ପୋଲିସ ଛାଉଁଣୀ । ପୁରା କୋର୍ଟ ପରିସରରେ ଲାଗିଛି 144 ଧାରା । ସୃଷ୍ଟି ହୋଇଛି ନ୍ୟାୟିକ ଅଚଳାବସ୍ଥା । ଦୃଶ୍ୟ ହେଉଛି ସମ୍ବଲପୁର କଚେରୀ ଛକ ଅଞ୍ଚଳର । ଗତ 12 ତାରିଖର ଅଭାବନୀୟ ଘଟଣାକୁ ନେଇ ବାର କାଉନସିଲ ଅଫ ଇଣ୍ଡିଆର କାର୍ଯ୍ୟାନୁଷ୍ଠାନ ପରେ ସମ୍ବଲପୁରରେ ଭୁଶୁଡି ପଡିଛି କୋର୍ଟ କାର୍ଯ୍ୟ । ପୋଲିସ 23 ରୁ ଅଧିକ ଓକିଲଙ୍କ ସମେତ ମୋଟ 32 ଜଣଙ୍କୁ ଗିରଫ କରିଛି । ଫଳରେ ମହକିଲ କୋର୍ଟକୁ ଆସି ଓକିଲଙ୍କ ଅନୁପସ୍ଥିତିରେ ନାହିଁ ନଥିବାର ଦୁର୍ଦ୍ଦଶା ଭୋଗୁଛନ୍ତି ।

ଏହାବି ପଢନ୍ତୁ- Lawyers Licence Suspension: ସ୍ୱାଭାବିକ ସ୍ଥିତି ଫେରାଇ ଆଣନ୍ତୁ ମୁଖ୍ୟମନ୍ତ୍ରୀ: ପଶ୍ଚିମ ଓଡିଶା ବିଜେପି ସାଂସଦ

ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନା ପାଇଁ 50 ବର୍ଷ ରୁ ଉର୍ଦ୍ଧ୍ବ ହେଲା ଆନ୍ଦୋଳନ ଜାରି ରହିଛି। ମୁଖ୍ୟତଃ ଆଇନଜୀବୀ ମାନେ ଏହି ଆନ୍ଦୋଳନ କରି ଆସୁଥିବା ବେଳେ ଏଥିରେ ସାଧରଣ ଲୋକ ମଧ୍ୟ ସାମିଲ ହୋଇ ଦାବି ଉପସ୍ଥାପନ କରି ଆସୁଥିଲେ। ତେବେ ରାଜ୍ୟ ସରକାର ହାଇକୋର୍ଟ ବେଞ୍ଚ ସ୍ଥାପନା ନେଇ କେନ୍ଦ୍ର ସରକାରଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେଉନଥିବା ପଶ୍ଚିମ ଓଡିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଆସୁଛି । ସମ୍ବଲପୁରରେ ଏହି ଆନ୍ଦୋଳନ ନିୟମିତ ଅନ୍ତରାଳରେ ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘ କରି ଆସୁଥିଲା। ତେବେ ଗତ 12 ତାରିଖ ଏହି ଆନ୍ଦୋଳନ ହିଂସାର ରୂପ ନେବା ପରେ ବର୍ତ୍ତମାନ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସମସ୍ତ ସଦସ୍ୟଙ୍କ ଲାଇସେନ୍ସ ରଦ୍ଦ ହୋଇଥିଲା । କିନ୍ତୁ ଆଜି 54 ଜଣ ଆଇନଜୀବୀଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ଲାଇସେନ୍ସକୁ ସଚଳ କରିଛି ବାର କାଉନସିଲ ଅଫ ଇଣ୍ଡିଆ ।

ଏହାବି ପଢନ୍ତୁ- Lok Sabha: ସମ୍ବଲପୁର ବାର ସସପେଣ୍ଡ ପ୍ରସଙ୍ଗ, ଆଇନ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ସାଂସଦ ସୁରେଶ ପୂଜାରୀ

ସେପଟେ ସୁପ୍ରିମକୋର୍ଟଙ୍କ ହାଇକୋର୍ଟ ବେଞ୍ଚ ଆବଶ୍ୟକ ନଥିବାର ରାୟ ପରେ ହାଇକୋର୍ଟ ବେଞ୍ଚ ଆଶା ମଉଳିଯିବା ସହ ବର୍ତ୍ତମାନ ସମ୍ବଲପୁରରେ ନ୍ୟାୟିକ ଅଚଳାବସ୍ଥା ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ଅସ୍ପଷ୍ଟ ଆଭିମୁଖ୍ୟ ଯୋଗୁଁ ଏହା ହୋଇଥିବା ଅଭିଯୋଗ ହେଉଛି। କୋର୍ଟ ଖୋଲା ଅଛି ତେବେ ଜଣେ ବି ଆଇନଜୀବୀ ନାହାଁନ୍ତି । ମହକିଲ କୋର୍ଟକୁ ଆସି ଓକିଲ ଙ୍କ ଅନୁପସ୍ଥିତି ରେ ହଇରାଣ ହେଉଛନ୍ତି । କୌଣସି କୋର୍ଟ କାର୍ଯ୍ୟ ହୋଇପାରୁନଥିବା ରୁ ଦୂରଦୂରାନ୍ତରୁ ଆସୁଥିବା ମହକିଲ କୌଣସି ଉପାୟ ନପାଇ ଖର୍ଚ୍ଚାନ୍ତ ହୋଇ ଫେରିଯାଉଛନ୍ତି । ଏହିଭଳି ପରିସ୍ଥିତି ଏଥିପାଇଁ ଉପୁଜିଛି କାରଣ ଗତ 12 ତାରିଖ ରେ ହୋଇଥିବା ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସମୟର ହୋଇଥିବା ହିଂସା ପାଇଁ ।

ଏହାବି ପଢନ୍ତୁ- Sambalpur Lawyers Agitation: ଗିରଫ ଓକିଲଙ୍କୁ ଥାର୍ଡଡିଗ୍ରୀ ଦେଉଛି ପୋଲିସ: ବିରୋଧୀ ଦଳନେତା

ଗତ 12 ତାରିଖରେ କେତେକ ଆନ୍ଦୋଳନକାରୀ ପୋଲିସର ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ବିଚାରପତି ଙ୍କ ଚ୍ୟାମ୍ବରକୁ ପଶି ଭଙ୍ଗାରୁଜା କରିଥିଲେ। ଏହା ପରେ ଏହି ଘଟଣା ନେଇ ସୁପ୍ରିମ କୋର୍ଟ ଓଡିଶା ପୋଲିସକୁ ଭର୍ତ୍ସନା କରିଥିଲେ । ରାଜ୍ୟରେ କୌଣସି ହାଇକୋର୍ଟ ର ବେଞ୍ଚ ର ଆବଶ୍ୟକତା ନଥିବା କହିଥିଲେ। ଘଟଣାକୁ ନେଇ ବାର କାଉନସିଲ ଅଫ ଇଣ୍ଡିଆ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସମସ୍ତ ସଦସ୍ୟ ଙ୍କ ଲାଇସେନ୍ସ ରଦ୍ଦ କରିଥିଲା । ଏହାପର ଠାରୁ ସମ୍ବଲପୁର ରେ ସୃଷ୍ଟି ହୋଇଛି ନ୍ୟାୟିକ ଅଚଳାବସ୍ଥା। କୋର୍ଟ ପରିସରରେ ମହକିଲ ଙ୍କ ସହାୟତା ପାଇଁ ହେଲ୍ପ ଡେସ୍କ ଖୋଲାଯାଇ ପାରା ଲିଗାଲ ଭୋଲେଣ୍ଟିୟର ନିୟୋଜିତ ହୋଇଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହୋଇପାରୁନାହିଁ ।

ଏହାବି ପଢନ୍ତୁ- Sambalpur Bar suspends Impact: ବଢୁଛି ଆଇନଜୀବିଙ୍କ ଗିରଫଦାରୀ, ଦୁର୍ଦ୍ଦଶା ଭୋଗୁଛନ୍ତି ମହକିଲ

ସମ୍ବଲପୁରରେ ସୃଷ୍ଟି ହୋଇଥିବା ନ୍ୟାୟିକ ଅଚଳାବସ୍ଥା ପାଇଁ ଗତକାଲି ପଶ୍ଚିମ ଓଡିଶା ବିଜେପି ସାଂସଦ ମାନେ ନୂଆଦିଲ୍ଲୀରେ ପ୍ରେସମିଟ କରିଥିଲେ । ସାଂସଦ ସୁରେଶ ପୂଜାରୀ ଗିରଫ ଓକିଲଙ୍କୁ ତୁରନ୍ତ ମୁକ୍ତ କରିବା ସହ ଜିଲ୍ଲାରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଦାବି କରିଥିଲେ । ଏତତ ବ୍ୟତୀତ ହାଇକୋର୍ଟ ବେଞ୍ଚ ନେଇ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ସକରାତ୍ମକ ପଦକ୍ଷେପ ନେବାକୁ ସମସ୍ତ ସାଂସଦ ଚିଠି ଲେଖିଥିଲେ । ଆଜି 54 ଜଣ ଓକିଲଙ୍କ ବ୍ୟତୀତ ସମସ୍ତ ଓକିଲଙ୍କ ଲାଇସେନ୍ସ ସଚଳ ସତ୍ତ୍ୱେ କୋର୍ଟ ଅଚଳ ହୋଇରହିଛି । ଏହି ରାଜନୈତିକ ଓ ବେଞ୍ଚ ଲଢେଇ ମଧ୍ୟରେ ଏବେ ଜନସାଧାରଣ ଦୁର୍ଦ୍ଦଶା ଭୋଗୁଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details