ଭୁବନେଶ୍ବର : ରାଜରାସ୍ତାକୁ ଓଲ୍ଲାଇଲେ ସନାତନୀ ସାଧୁସନ୍ଥ । ସୁରକ୍ଷା ଆଇନ ଦାବି ନେଇ ଲୋୟର ପିଏମଜି ଛକରେ ସନ୍ଥମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ସମୟରେ ସାଧୁସନ୍ଥଙ୍କ ଉପରେ ଅତ୍ୟାଚାର ଘଟଣା ଲୋକଲୋଚନକୁ ଆସୁଛି । କେତେକ ସମୟରେ ବିନା କାରଣରେ ସନ୍ଥମାନେ ହିଂସାର ଶିକାର ହେଉଛନ୍ତି । କେତେକ ସମୟରେ ତାଙ୍କ ଉପରେ ମରଣାତ୍ମକ ଆକ୍ରମଣ ମଧ୍ୟ ହେଉଛି । ତେବେ ସେନେଇ ନିଜ ସୁରକ୍ଷା ଦାବିରେ ରାଜରାସ୍ତାକୁ ଓଲ୍ଲାଇଛନ୍ତି ସାଧୁବୃନ୍ଦ ।
ତେବେ ବିଭିନ୍ନ ସମୟରେ ଚାଲିଥିବା ସାଧୁସନ୍ଥଙ୍କ ଉପରେ ଅତ୍ୟାଚାର ବିରୁଦ୍ଧରେ ସମସ୍ତ ସାଧୁସନ୍ଥ ଏକାଠି ହୋଇଛନ୍ତି । ନ୍ୟାୟ ପାଇଁ ସରକାରଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ପାଖାପାଖି 50ରୁ ଅଧିକ ସାଧୁମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖାଯାଇଛି । ତେବେ ଏନେଇ ସାଧୁସନ୍ଥ ମାନେ କହିଛନ୍ତି, ’’ଭାରତ ସନାତନୀ ଦେଶ । ତେବେ ସନାତନୀ ହିନ୍ଦୁ ବିଚାର ଉପରେ କୌଣସି ଆକ୍ରମଣ ହେଲେ କିମ୍ବା ଆଘାତ ଆସିଲେ ରାଜ୍ୟ ତଥା କେନ୍ଦ୍ର ସରକାର ଏହାର ସୁରକ୍ଷା ଦେଉ ନାହାନ୍ତି । ବିଭିନ୍ନ ସମୟରେ ବିନା କାରଣରେ ସାଧୁଙ୍କ ଉପରେ ଆକ୍ରମଣ ହେଉଥିବା ଦେଖାଯାଉଛି । ଯାହାର ସୁଯୋଗ ନେଇ ବିଦେଶୀ ବିଚାରରେ ପ୍ରଭାବିତ ଗୋଷ୍ଟି ସନାତନ ହିନ୍ଦୁ ଧର୍ମର ମାନବିନ୍ଦୁ ସାଧୁସନ୍ଥଙ୍କ ଉପରେ ଅନବରତ ଆକ୍ରମଣ କରି ଆସୁଛନ୍ତି । ’’