ଖୋର୍ଦ୍ଧା:ସଂଘର୍ଷର ଅନ୍ୟନାମ ଜୀବନ । ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଯାଏ ସମସ୍ୟା । ଏମିତି କିଛି ଲୋକଥାନ୍ତି ଯିଏ କଠିନରୁ କଠିନ ପରିସ୍ଥିତିର ସାମ୍ନା କରି ବାଜିଗର ବନିଥାନ୍ତି । ସେହିପରି ଜଣେ ହେଉଛନ୍ତି ଖୋର୍ଦ୍ଧା ନିରାକାରପୁରର ସାଗର ତାଡ଼ । ଗୋଟିଏ ଗେଡରେ ଅଟୋ ଚଲାଇ ପରିବାର ପ୍ରତିପୋଷଣ କରିଥାନ୍ତି । ଏହି ବୟସରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।
ସୂଚନାଅନୁସାରେ, ମୁମ୍ବାଇରେ ଦୀର୍ଘ ଦିନର ଡ୍ରାଇଭିଂ କରି ଜୀବନ ଜୀଇଁ ଥିବା ନିରକାରପୁରର ସାଗର କୋରୋନା ସମୟରେ ଘରମୁହାଣ ହୋଇଥିଲେ । ପରେ ମଧୁମେହ ପୀଡିତ ସାଗରଙ୍କୁ ଗାଁରେ ଏକ ସାମାନ୍ୟ ଆଘାତ ଯୋଗୁଁ ସମ୍ପୁର୍ଣ୍ଣ ଗୋଡ଼ ହରାଇବାକୁ ପଡିଥିଲା । ଏହାରି ଭିତରେ ମଧ୍ୟରେ ଝିଅର ବାହାଘର, ପୁଅର ପାଠପଢା ପୁଣି ଘର ଚଳାଇବା ଚିନ୍ତା ଯୋଗୁଁ ସାଗର ଗୋଟିଏ ଗୋଡରେ ଅଟୋ ଚଲାଇବା ପାଇଁ ବାଧ୍ୟ ହେଲେ । ଜୀବନ ଯୁଦ୍ଧରେ ନହାରି ଜୀଇଁବାର ବାଟ ଖୋଜି ବାହାର କରିଛନ୍ତି ସେ ।