ଖୋର୍ଦ୍ଧା: ଆଜିର ଦିନରେ ମହାସତୀ ସାବିତ୍ରୀ ତାଙ୍କ ସ୍ୱାମୀଙ୍କୁ ଯମ ନିକଟରୁ ଛଡାଇ ଆଣିଥିଲେ । ସେହି ବିଶ୍ୱାସକୁ ଆଧାରକରି ଓଡ଼ିଆ ପରମ୍ପରାରେ ପ୍ରତ୍ୟେକ ସଧବା ନାରୀମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନାକରି ସାବିତ୍ରୀ ବ୍ରତ ପାଳନ କରି ଆସୁଛନ୍ତି । ତେବେ ସାବିତ୍ରୀ ବ୍ରତ ଗାଁରୁ ସହର ପାଳନ କରାଯାଉଥିବା ବେଳେ ଏଥିରୁ ବାଦ ପଡି ନାହାନ୍ତି ଖୋର୍ଦ୍ଧା ସବ୍ଜେଲର ଆଠଜଣ ମହିଳା ଅନ୍ତେବାସୀ । ସେମାନେ ମଧ୍ୟ ନିଜ ସ୍ବାମୀଙ୍କ ମଙ୍ଗଳ ମନାସି ସାବିତ୍ରୀ ପାଳନ କରିଛନ୍ତି ।
ଖୋର୍ଦ୍ଧା ସବଜେଲ୍ରେ ମହିଳା ଅନ୍ତେବାସୀ ପାଳିଲେ ସାବିତ୍ରୀ ବ୍ରତ - sabitri brata celebration
ଖୋର୍ଦ୍ଧା ସବଜେଲ୍ରେ ରହୁଥିବା ମହିଳା ଅନ୍ତେବାସୀ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ।
![ଖୋର୍ଦ୍ଧା ସବଜେଲ୍ରେ ମହିଳା ଅନ୍ତେବାସୀ ପାଳିଲେ ସାବିତ୍ରୀ ବ୍ରତ](https://etvbharatimages.akamaized.net/etvbharat/prod-images/768-512-3459441-544-3459441-1559562919117.jpg)
ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ସାବିତ୍ରୀ ପାଇଁ ଜେଲ କର୍ତ୍ତୃପକ୍ଷଙ୍କ ତରଫରୁ ମହିଳାମାନଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯଥା- ନୂଆଲୁଗା, ବିଭିନ୍ନ ଫଳ ଏବଂ ପୂଜାଦ୍ରବ୍ୟ ଯୋଗାଇ ଦିଆଯାଇଥିଲା । ମହିଳା ଅନ୍ତେବାସୀମାନେ ଜେଲ ପରିସରରେ ଥିବା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଜେଲ୍ କର୍ତ୍ତୃପକ୍ଷ ନିଜ ବାପାଙ୍କ ଭଳି ସାବିତ୍ରୀ ପାଳନ ପାଇଁ ସାମଗ୍ରୀ ଯୋଗାଇଦେଇଥିବା ଶାନ୍ତିଲତା ମହାପାତ୍ର କହିଛନ୍ତି । ସାବିତ୍ରୀ ପାଳନ କରି ମହିଳାମାନେ ବେଶ ଖୁସି ଥିବା ଖୋର୍ଦ୍ଧା ସବ୍ଜେଲ ସୁପରିଟେଣ୍ଡେଣ୍ଟ ରାଧାକାନ୍ତ ନାୟକ ପ୍ରକାଶ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ