ଓଡିଶା

odisha

ETV Bharat / state

ଠକେଇର ଶିକାର ହୋଇଥିବା କାଠ ବ୍ୟବସାୟୀଙ୍କ ଆତ୍ମହତ୍ୟା ଉଦ୍ୟମ - ସାଇବର ଠକ

ନାଇଜେରିଆ ସାଇବର ଠକଙ୍କ ହାବୁଡ଼ରେ ଗ୍ରାମାଞ୍ଚଳର କାଠ ବ୍ୟବସାୟୀ । ଠକାମିର ଶିକାର ହେବା ପରେ ଆତ୍ମାହୁତି କରୁଥିବାବେଳେ ଉଠାଇ ନେଲା ପୋଲିସ । ଅଧିକ ପଢନ୍ତୁ...

Rural timber trader in the hubbub of Nigerian cyber fraud in khordha
ନାଇଜେରିଆ ସାଇବେର ଠକଙ୍କ ହାବୁଡ଼ରେ ଗ୍ରାମାଞ୍ଚଳର କାଠ ବ୍ୟବସାୟୀ

By

Published : Jan 4, 2021, 8:22 PM IST

ଖୋର୍ଦ୍ଧା : ସାଇବର ଠକଙ୍କ ହାବୁଡ଼ରେ ଗ୍ରାମାଞ୍ଚଳର କାଠ ବ୍ୟବସାୟୀ । ଅନଲାଇନରେ କାଠ କିଣା ବିକାର ଏମିତି ଏକ ସନ୍ଧାନ ପାଇଥିଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ବାଙ୍କୋଇ ଗାଁ କାଠ ବ୍ୟବସାୟୀ ବ୍ରଜବନ୍ଧୁ ସାହୁ। ୱେବସାଇଟରେ ସୂଚନା ପାଇ ପୋଲାଣ୍ଡରୁ ମୂଲ୍ୟବାନ କାଠ ପାଇଁ ଋଣ କରି ୧୬ ଲକ୍ଷ ଟଙ୍କା ଜମା କରିଦେଲେ। କାଠ ତ ପାଇଲେ ନାହିଁ । ଟଙ୍କା ବି ଗଲା। ଠକେର ଶିକାର ହେବ ପରେ ନ୍ୟାୟ ପାଇଁ ପୋଲିସ ଠାରୁ କ୍ରାଇମ ସେଲ ପର୍ଯ୍ୟନ୍ତ ଧାଇଁ ଶେଷରେ ନିରାଶ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଦେବାବେଳେ ପୋଲିସ ଉଠାଇନେଲା ।

ନାଇଜେରିଆ ସାଇବେର ଠକଙ୍କ ହାବୁଡ଼ରେ ଗ୍ରାମାଞ୍ଚଳର କାଠ ବ୍ୟବସାୟୀ

ସୂଚନା ଅନୁସାରେ, ୨୦୧୯ ଅଗଷ୍ଟ ମାସରେ ବ୍ରଜବନ୍ଧୁ ଟ୍ରେଡ ୟୁନାଇଟେଡ ଲିମିଟେଡ଼ ନାମକ ଏକ ବିଦେଶୀ ୱେବସାଇଟ କାଠ ଯୋଗାଇ ଦେବାର ସୂଚନା ଦେଇଥିଲେ। ବ୍ରଜବନ୍ଧୁ ସେହି ସଂସ୍ଥା ସହିତ ନିଜ କାଠ ଗୋଲାର ବ୍ୟାଙ୍କ ଖାତା ନମ୍ବର ସହିତ ସମସ୍ତ କାଗଜପତ୍ର ଦେଇ 16 ଲକ୍ଷ 32 ହଜାର ସେହି ସଂସ୍ଥାକୁ ପଠାଇଥିଲେ। ଏହି ଟଙ୍କା ସେ ବ୍ୟାଙ୍କରୁ ଋଣରେ ଆଣି ପଠାଇ ଠକାମିର ଶିକାର ହୋଇଥିବା ଆଜି ଖୋର୍ଦ୍ଧା ଏସପି କହିଛନ୍ତି । ବ୍ରଜବନ୍ଧୁଙ୍କ ପାଖକୁ ଫୋନ ଆସିଥିଲା ଯେ ସେ, ପାରାଦୀପ ବନ୍ଦରରୁ ପୋଲାଣ୍ଡରୁ ଆସିଥିବା ଶାଗୁଆନ କାଠ ପାଇବେ। ପାରାଦୀପ ବନ୍ଦରରେ ପହଞ୍ଚି ଥିଲେ ସେ । ଆଉ ସେତେବେଳେ ସେ ଜାଣିବାକୁ ପାଇଥିଲେ ସେ ଠକାମିର ଶିକାର ହୋଇଛନ୍ତି । ସେହିଦିନ ଠାରୁ ବୋଲଗଡ଼ ଥାନାରୁ କଟକ ସାଇବର ଥାନା ପର୍ଯ୍ୟନ୍ତ ସବୁଠି ଅଭିଯୋଗ କରିଥିଲେ। ୧୫ ଦିନ ତଳେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସବୁଠି ଜଣାଇ ନିରାଶ ହେବା ପଟେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। କିନ୍ତୁ ଖୋର୍ଦ୍ଧା ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି । ଘଟଣାର ତଦନ୍ତ ଜାରି ରଖିଛି । ସେହିପରି ଠକେଇ କରିଥିବା ସଂସ୍ଥା ନାଇଜେରିଆ ଦେଶର ବୋଲି ଏସପି କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ତା, ଇଟିଭି ଭାରତ

ABOUT THE AUTHOR

...view details