ଓଡିଶା

odisha

କାର କାଚ ଭାଙ୍ଗି ୬ ଲକ୍ଷ ଲୁଟ

By

Published : Mar 10, 2021, 6:12 PM IST

ଜଟଣୀ ସବ ରେଜିଷ୍ଟ୍ରାର ଅଫିସ୍ ସମ୍ମୁଖରୁ କାର କାଚ ଭାଙ୍ଗି ୬ ଲକ୍ଷ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

କାର କାଚ ଭାଙ୍ଗି ୬ ଲକ୍ଷ ଲୁଟ
କାର କାଚ ଭାଙ୍ଗି ୬ ଲକ୍ଷ ଲୁଟ

ଖୋର୍ଦ୍ଧା : ଜଟଣୀ ସବ ରେଜିଷ୍ଟ୍ରାର ଅଫିସ୍ ସମ୍ମୁଖରୁ କାର କାଚ ଭାଙ୍ଗି ୬ ଲକ୍ଷ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ରାଜ କିଶୋର ପରିଡ଼ା ନାମକ ବ୍ୟକ୍ତି ଏହି ଲୁଟର ଶିକାର ହୋଇଥିବା ଜଣାପଡିଛି ।

କାର କାଚ ଭାଙ୍ଗି ୬ ଲକ୍ଷ ଲୁଟ

କିଶୋରଙ୍କ ଭିଣୋଇ ଦାସରଥୀ ଏକ ଜମି ବିକିବାକୁ ସବରେଜିଷ୍ଟର କାର୍ଯ୍ୟାଳୟକୁ ଆସିଥିଲେ । ପରେ ଜମି କିଣିଥିବା ଦିଲ୍ଲୀପ ପଣ୍ଡାଙ୍କ ଠାରୁ ଟଙ୍କା ଆଣିବା ପାଇଁ ରାଜ କିଶୋରଙ୍କୁ ପଠାଇଥିଲେ ତାଙ୍କ ଭିଣୋଇ ରବି । ରାଜକିଶୋର ତାଙ୍କ ଠାରୁ 6 ଲକ୍ଷ ଟଙ୍କା ଆଣି ନିଜ କାର (ଓଡି ୦୪ ଜେ ୦୦୬୩) କାରରେ ରଖି କୌଣସି କାର୍ଯ୍ୟ ପାଇଁ ରେଜିଷ୍ଟର ଅଫିସ୍ ଭିତରକୁ ଯାଇଥିଲେ । କିଛି ସମୟ ପରେ ଆସି ଦେଖନ୍ତି ତ ତାଙ୍କ କାର କାଚ ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ । ପରେ ଭିତରେ ରଖିଥିବା ବ୍ୟାଗ ମଧ୍ୟ ଲୁଟ ହୋଇଥିବା ସେ ଦେଖିବାକୁ ପାଇଥିବା ସେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଜଟଣୀ ଥାନାରେ ଅଭିଯୋଗ ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details