ଓଡିଶା

odisha

ETV Bharat / state

ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ନେତା ନିଲମ୍ବିତ - ପିସିସି ଶୃଙ୍ଖଳା କମିଟି

ପିସିସି ଶୃଙ୍ଖଳା କମିଟିର ସୁପାରିଶ କ୍ରମେ ପିସିସି ସଭାପତି ଶରତ ପଟ୍ଟନାୟକ ରାଉରକେଲା ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ଉପସଭାପତି ଉମେଶ ଶରଣଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ କରିଛନ୍ତି । ସେପଟେ ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ବିଭାଗ ପୂର୍ବତନ ଅଧ୍ୟକ୍ଷ ସେଖ୍‌ ସବିର ହୁସେନଙ୍କୁ ପିସିସି ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଅଧିକ ପଢ଼ନ୍ତୁ

ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ନେତା ନିଲମ୍ବିତ
ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ନେତା ନିଲମ୍ବିତ

By

Published : May 17, 2023, 7:06 AM IST

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ଏବେ କାର୍ଯ୍ୟାନୁଷ୍ଠାନ ସମୟ ଚାଲିଛି । ବାରମ୍ବାର କଂଗ୍ରେସ ନେତା ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ଦଳକୁ ଅନେକ କ୍ଷତି ପହଞ୍ଚାଇଛି । ଏନେଇ ଗତକାଲି ପିସିସି ମୁଖପାତ୍ର ଡଃ ଷ୍ଟାଲିନ ମିଶ୍ରଙ୍କୁ ତାଙ୍କ ପଦରୁ ବହିଷ୍କାର କରିଥିଲେ ପିସିସି ସଭାପତି । ଏହାପରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଶୃଙ୍ଖଳା କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କମିଟିର ଅଧ୍ୟକ୍ଷ କିଶୋର ଚନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଥିଲା । ଏହାପରେ ରାଉରକେଲା ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ଉପସଭାପତି ଉମେଶ ଶରଣଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେହିପରି ରାଉରକେଲା ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ବିଭାଗ ପୂର୍ବତନ ଅଧ୍ୟକ୍ଷ ସେଖ୍‌ ସବିର ହୁସେନଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନି, ସେନେଇ ପିସିସି ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ବୈଠକରେ ଗତ ୧୩ ତାରିଖ ଦିନ ରାଉରକେଲା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ହୋଇଥିବା ବିଶୃଙ୍ଖଳିତ କାର୍ଯ୍ୟକଳାପ ସଂପର୍କରେ ଆଲୋଚନା କରାଯାଇଥିଲା । ଏହାପରେ ଶୃଙ୍ଖଳା କମିଟିର ସୁପାରିଶ କ୍ରମେ ପିସିସି ସଭାପତି ଶରତ ପଟ୍ଟନାୟକ ରାଉରକେଲା ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ଉପସଭାପତି ଉମେଶ ଶରଣଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ କରିଛନ୍ତି । ସେହିପରି ରାଉରକେଲା ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ବିଭାଗ ପୂର୍ବତନ ଅଧ୍ୟକ୍ଷ ସେଖ୍‌ ସବିର ହୁସେନଙ୍କ ବିରୋଧରେ କାହିଁକି ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ, ସେ ସମ୍ପର୍କରେ ପିସିସି ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ଏନେଇ ପିସିସି ସଭାପତି କହିଛନ୍ତି, "ଯେଉଁମାନେ ଦଳ ବିରୋଧୀ ମନ୍ତବ୍ୟ ଦେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦଳ ଭିତରେ ବହୁ ବରିଷ୍ଠ ନେତା ଅଛନ୍ତି । ଦଳର ସମସ୍ୟା ଦଳ ଭିତରେ ସମାଧାନ ହେବ । ତେଣୁ ବାହାରେ ଦଳର ଭାବମୂର୍ତ୍ତି ନଷ୍ଟ କରିବା ଅତ୍ୟନ୍ତ ଦୁଃଖଦାୟକ ।" ଯେଉଁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ଫେସବୁକ ଓ ଅନ୍ୟ ସାମାଜିକ ଗଣମାଧ୍ୟମରେ କଂଗ୍ରେସ ଦଳର ଶୀର୍ଷ ନେତାମାନଙ୍କୁ ଓ ଦଳର ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରିବା ଭଳି ମନ୍ତବ୍ୟ, ଟିପ୍ପଣୀ ଓ ମତ ରଖୁଛନ୍ତି, ଯାହା ଫଳରେ ଦଳ ନିନ୍ଦିତ ହେଉଛି, ସେମାନେ ଏଭଳି କାର୍ଯ୍ୟରୁ ବିରତ ରୁହନ୍ତୁ ବୋଲି ଆଜିର ଶୃଙ୍ଖଳା କମିଟି ବୈଠକରେ ବିଷଦ ଆଲୋଚନା ହୋଇଥିଲା । ଆଗକୁ ଯଦି ଏଭଳି ଘଟଣା ପୁଣି ନଜରକୁ ଆସେ, ତେବେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details