ଓଡିଶା

odisha

ETV Bharat / state

ରାଜଧାନୀରେ ମାତିଛନ୍ତ ଡକାୟତି ଗ୍ୟାଙ୍ଗ୍, ଘରେଘରେ ପଶି ଲୁଟୁଛନ୍ତି ଦୁର୍ବୃତ୍ତ - ଧଉଳି ଥାନା ଅଞ୍ଚଳରେ ବଢ଼ୁଛି ଡକାୟତି

ଭୁବନେଶ୍ବର ଧଉଳି ଥାନା ଅଞ୍ଚଳରେ ବଢ଼ୁଛି ଡକାୟତି । ବିଜୟ ବିହାରର ଲେନ ୧ରୁ ଘର ଝରକା ତାଡ଼ି ଲୁଟିନେଲେ ସୁନା ଅଳଙ୍କାର ସମେତ ଲକ୍ଷାଧିକ ନଗଦ ଟଙ୍କା । ଅଧିକ ପଢ଼ନ୍ତୁ

ରାଜଧାନୀରେ ମାତିଛନ୍ତ ଡକାୟତି ଗ୍ୟାଙ୍ଗ୍
ରାଜଧାନୀରେ ମାତିଛନ୍ତ ଡକାୟତି ଗ୍ୟାଙ୍ଗ୍

By

Published : Apr 5, 2023, 10:55 PM IST

ରାଜଧାନୀରେ ମାତିଛନ୍ତ ଡକାୟତି ଗ୍ୟାଙ୍ଗ୍

ଭୁବନେଶ୍ବର: ଆତଙ୍କର ଗଡ଼ ସାଜିଛି ଭୁବନେଶ୍ବର । ମାରଣାସ୍ତ୍ର ଧରି ଘରେ ପଶୁଛନ୍ତି ଦୁର୍ବୁତ୍ତ । ବୁଲୁଛନ୍ତି ଏବେ ଗୋଟିଏରୁ ଆଉ ଗୋଟିଏ ଥାନା ଅଞ୍ଚଳରେ । ଘରେ ପଶୁଛନ୍ତି, କଳାକନା ବୁଲାଇ ଛୁ ମାରୁଛନ୍ତି । ଅପରାଧରେ ଅତିଷ୍ଠ ହେଲେଣି ସାଧାରଣ ଲୋକେ । ରାତିରେ ଶୁଆଇ ଦେଉନାହାନ୍ତି ଦୁର୍ବୁତ୍ତ । ମାରଣାସ୍ତ୍ର ଧରି ପଶୁଛନ୍ତି ଡକାୟତି ଗ୍ୟାଙ୍ଗ୍ । ଘରର ଝରକା ତାଡି ଛୁ ମାରୁଛନ୍ତି । ଘରର ଆଲମିରା ବା ଲକର ତାଡି ସୁନା ଅଳଙ୍କାରଠୁ ଆରମ୍ଭ କରି ଘରର ଦାମି ସାମଗ୍ରୀ ନେଇ ଫେରାର ହେଉନ୍ତି । ଧଉଳି ଥାନା ବିଜୟ ବିହାରର ଲେନ ୧ରୁ ଏପରି ଢଙ୍ଗରେ ସିରିଜ ଡକାୟତି କରିଛନ୍ତି ଦୁର୍ବୁତ୍ତ ।

ଅଭିଯୋଗ ଅନୁସାରେ ବିଜୟ ବିହାର ଲେନ ୧ ଅଞ୍ଚଳରେ ରହୁଥିବା ବୃଦ୍ଧା ଆରତୀ ଦାସଙ୍କ ଘରେ ପଶି ଗ୍ରିଲ ତାଡି ଦୁଇଟି ଆଲମିରାରୁ ଦୁଇଟି ସୁନାଚେନ, ଶଙ୍ଖା, ମୁଦି ଓ କାନଫୁଲ ସମେତ ଠାକୁରଙ୍କ ୧ କେଜିର ରୁପା ସାମଗ୍ରୀ ଓ ୧ ଲକ୍ଷ ନଗଦ ଟଙ୍କା ନେଇ ଯାଇଛନ୍ତି । ଖାଲି ସେତିକି ନୁହେଁ, ସେହିପରି ଶ୍ରୀଚରଣ ନାୟକଙ୍କ ଘରେ ପଶି ମଧ୍ୟ ଦାମି ସୁନା ଅଳଙ୍କାର ସହ ରୂପା ସାମଗ୍ରୀ ଲୁଟ କରି ଛୁ ମାରିଛନ୍ତି ଦୁର୍ବୃତ୍ତ । ସେହିପରି ଆଉ କିଛି ଲୋକଙ୍କ ଘରୁ ଡକାୟତି କରିବା ସହ କିଛି ଲୋକଙ୍କ ଘରେ ଡକାୟତି ଉଦ୍ୟମ ବେଳେ ସେମାନେ ଉଠି ପଡ଼ିବାରୁ ଛୁ ମାରିଥିଲେ । ତେବେ ଡକାୟତିର ଶିକାର‌ ହୋଇଥିବା ମହିଳା କହିଛନ୍ତି, "ସେମାନେ ଯେମିତି ବୁଲୁଛନ୍ତି ଭୟ ଲାଗୁଛି । ମାରଣାସ୍ତ୍ର ଧରି ଯଦି ଏମିତି ବୁଲିବେ, ପୋଲିସ କଣ କରୁଛି । ପାଟ୍ରୋଲିଂ ଓ ତଦନ୍ତ କଡାକଡି କଲେ ଟିକେ ଆଶ୍ୱସ୍ତି ମିଳିବ । ଆମକୁ ଖାଲି ସାନ୍ତ୍ବନା ଦେଇ ଚାଲିଛନ୍ତି, ହେଲେ ସେପଟେ ଆମ କଷ୍ଟ ଅର୍ଜିତ ଧନ ନେଇ ଛୁ ମାରୁଛନ୍ତି ଡକାୟତ । କେବେ ମିଳିବ ଆମେ ଜାଣିନୁ ।" ସେହିପରି ସେହି ଅଞ୍ଚଳର ୱାର୍ଡ ମେମ୍ବର ଅଜିତ ରାୟ କହିଛନ୍ତି, "ସେମାନେ ରାତି ୨ଟାରୁ ୪ଟା ଭିତରେ ଆସୁଛନ୍ତି । ସେମାନେ ମାରଣାସ୍ତ୍ର ଓ କଟର ମେସିନ ଧରି ବୁଲୁଛନ୍ତି । ଗୋଟିଏ ନୁହେଁ, ଗୋଟିଏ ସପ୍ତାହରେ ୭ ଜଣଙ୍କ ଘରେ ପଶିଲେଣି । ଆମେ ପୋଲିସକୁ ରିପୋର୍ଟ ଦେଉଛୁ, ସିସିଟିଭି ଦେଉଛୁ, କିନ୍ତୁ ପୋଲିସ କହୁଛି ସ୍ପେଶାଲ ସ୍କ୍ବାର୍ଡ ଦିଆଯାଇଛି । ଆମକୁ ଆଶ୍ବାସନା ଦେଉଛନ୍ତି, ଘରେ ଚୋର ଡକାୟତ ପଶୁଛନ୍ତି ।"

ତେବେ ତାଙ୍କ ଅଞ୍ଚଳରେ ପୂର୍ବରୁ ମଧ୍ୟ ଏମିତି ଡକାୟତି ଲୁଟପାଟ ହୋଇଛି । ହେଲେ ନା ଚୋରି ହୋଇଥିବା ଜିନିଷ ମିଳିଛି, ନା ପୋଲିସ ଚୋରକୁ ଧରିପାରିଛି । ପୂର୍ବରୁ ଦୁଇ ଦୁଇଥର ତାଙ୍କ ଘରୁ ଲୁଟ୍‌ ହୋଇଥିଲେ ମଧ୍ୟ ଏଯାଏଁ ମିଳିନଥିବା ସେ କହିଛନ୍ତି । ଏଭଳି ଯଦି ଲୁଟପାଟ ହୁଏ, ଯେଉଁ କଷ୍ଟ ଅର୍ଜିତ ଧନ ସଞ୍ଚୟ କରି ରଖିବେ, ପରେ ଯଦି ଏପରି ଚୋର ଡକାୟତ ନେଇଯିବେ, ଶେଷରେ ଲୋକ ରାଜରାସ୍ତାକୁ ଆସିବେ, ନଚେତ ନିଜେ ଚୋରି ଡକାୟତି କରିବେ ବୋଲି ସେ କହିଛନ୍ତି । ତେବେ ଅପରାଧ ବିରୋଧରେ ପୋଲିସ ଜିରୋ ଟଲେରାନ୍ସ ପଲିସି ଆପଣାଉଥିବା କହୁଛି । ବାସ୍ତବିକ ଯାହା ପୋଲିସ ଦେଖାଉଛି, ବା ଲୋକଙ୍କୁ କହୁଛି, ତା'ର ଓଲଟା ଚିତ୍ର ଏବେ ଭୁବନେଶ୍ବରରେ ଦେଖିବାକୁ ମିଳୁଛି । ମହିଳା ରାସ୍ତାରେ ଯିବା ବେଳେ ଲୁଟ ଓ ଛିନତାଇର ଶିକାର ହେଉଛନ୍ତି । ଲୁଟେରା ଡକାୟତ ଘରେ ପଶି ସର୍ବସ୍ବ ଲୁଟି ନେଉଛନ୍ତି । ଏଭଳି ସ୍ଥିତିରେ ସହରବାସୀ ଏବେ ଭୟରେ ଥିବାବେଳେ ଏବେ ଲୋକଙ୍କ ସୁରକ୍ଷା ନେଇ ବରିଷ୍ଠ ଅଧିକାରୀ କେଉଁ ପ୍ରକାର ଟେକ୍‌ନିକ୍‌ ଆପଣାଉଛି, ତାହା ଏବେ ଦେଖିବାର କଥା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details