ଓଡିଶା

odisha

ETV Bharat / state

ରଥଯାତ୍ରା ପୂର୍ବରୁ ମାତିଲେଣି ଲୁଟେରା, ଚିନ୍ତା ବଢାଇବ ଷ୍ଟେସନ ଚୋରି

ରେଳ ଷ୍ଟେସନରୁ ମହିଳା ଯାତ୍ରୀଙ୍କ ଠାରୁ ଭ୍ୟାନିଟ ଚୋରି। ଅଭିଯୁକ୍ତ ଗିରଫ। ଅଧିକ ପଢନ୍ତୁ

Robbers Arrested From Bhubaneswar Railway Station
Robbers Arrested From Bhubaneswar Railway Station

By

Published : Jun 17, 2023, 2:06 PM IST

ଭୁବନେଶ୍ବର: ଆଉ ଦିନ କେଇଟା ପରେ ରଥଯାତ୍ରା । ପୁରୀ ସମେତ ଭୁବନେଶ୍ୱରକୁ ଅନେକ ଯାତ୍ରୀଙ୍କ ସମାଗମ ହେବ । ଏହା ପୂର୍ବରୁ ଆତଙ୍କ ମଚାଇଲେଣି ଲୁଟେରା । ମଉକା ଦେଖି ଚଉକା ମାରୁଛନ୍ତି । କିଛିଦିନ ତଳେ ଭୁବନେଶ୍ବର ରେଳ ଷ୍ଟେସନରୁ ଜଣେ ମହିଳାଙ୍କ ଠାରୁ ଭ୍ୟାନିଟ ଛଡାଇ ନେଇଥିଲେ ଲୁଟେରା । ଏବେ ସେହି ଲୁଟେରାକୁ କାବୁ କରିଛି ଆରପିଏଫ ଓ ଆରପିଏଫ ଏସଟିଏଫ ଟିମ । ଅଭିଯୁକ୍ତ ଜଣଙ୍କ ହେଉଛି ପି ନରସିମା ରାଓ। ସେ ରେଳ ଷ୍ଟେସନର କଦଳୀ ଗୋଦାମରେ ରହୁଥିଲା । ଗିରଫ ପରେ ତାଠାରୁ ଚୋରି ହୋଇଥିବା ସାମଗ୍ରୀ ସୁନା ଅଳଙ୍କାର ,ଏଟିଏମ୍ ,ଡକୁମେଣ୍ଟ, ନଗଦ ଟଙ୍କା ସହ ଭ୍ୟାନିଟ ଜବତ କରାଯାଇଛି ।

Robbers Arrested From Bhubaneswar Railway Station

ଆରପିଏଫର ସୂଚନା ଅନୁଯାୟୀ, ଗତ ୧୫ତାରିଖରେ ଜଣେ ମହିଳା ଭୁବନେଶ୍ୱର ଷ୍ଟେସନରୁ ଜୁନାଗଡ ଏକ୍ସପ୍ରେସ ଯୋଗେ ଯାତ୍ରା ଆରମ୍ଭ କରିଥିଲେ । ଟ୍ରେନରେ ଚଢିବା ବେଳେ କେହି ତାଙ୍କ ବ୍ୟାଗ ଛଡାଇ ନେଇଥିଲେ । କିନ୍ତୁ ଟ୍ରେନଟି ଭୁବନେଶ୍ବର ଷ୍ଟେସନ ଛାଡି ବ୍ରହ୍ମପୁର ଅଭିମୁଖେ ଯିବା ବେଳେ କଳ୍ପନା ରେଲୱେ ବ୍ରିଜ କ୍ରମ ଅତିକ୍ରମ ପରେ ତାଙ୍କ ଭ୍ୟାନିଟ ଚୋରି ହୋଇଥିବା ସେ ଜାଣିବାକୁ ପାଇଥିଲେ ।

ଏହାପରେ ତୁରନ୍ତ ସେ ୧୩୯ ହେଲପ ଲାଇନକୁ କଲ କରି ଅଭିଯୋଗ କରିଥିଲେ । ପରେ ଆରପିଏଫ ଥାନା ଅଧିକାରୀ ଷ୍ଟେସନରେ ଏସଟିଏଫ ଜରିଆରେ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ସମୟରେ କିଛି ପେଷାଦାର ଅପରାଧିଙ୍କୁ ଟ୍ରାକ କରି ଶେଷରେ ପି ନରସିମାକୁ ଗିରଫ କରିଛି ଆରପିଏଫ ପୋଲିସ । ତାଠାରୁ ମହିଳାଙ୍କ ଭ୍ୟାନିଟି ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ପୂର୍ବରୁ ଅନେକ ଅପରାଧି ମାମଲାରେ ସାମିଲ ରହିଛି ।

ଏହି ଘଟଣା ପରେ ପୁରା ଆଲର୍ଟ ହୋଇଛି ଆରପିଏଫ ଓ ଜିଆରପି ସମେତ ଆରପିଏଫର ଏସଟିଏଫ ଟିମ୍। କାରଣ ଆଗକୁ ଆସୁଛି ରଥଯାତ୍ରା । ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ ତଥା ଶ୍ରଦ୍ଧାଳୁ ସମେତ ରେଳଯାତ୍ରା କରି ଓଡ଼ିଶା ଆସିବେ । ପୁରୀ ସମେତ ଭୁବନେଶ୍ୱରରେ ଅନେକ ଯାତ୍ରୀଙ୍କ ସମାଗମ ହେବ। ଏହାର ମଉକା ନେଇ ଅନେକ ଅପରାଧି ଏପରି ଆତଙ୍କ ମଚାଇପାରନ୍ତି । ତେଣୁ ଏସବୁ ଅପରାଧିକ ଗତିବିଧି ଉପରେ ନଜର ରଖିବା ପାଇଁ ଆଲର୍ଟରେ ରହିଛି ଆରପିଏଫ ଓ ଜିଆରପି ଟିମ୍ । ନଜର ପକାଇବା କିଛି ଏପରି ଗ୍ୟାଙ୍ଗ ଉପରେ ଯେଉଁ ମାନେ କି ଷ୍ଟେସନରେ ଲୁଟପାଟ କରିବାରେ ସକ୍ରିୟ ।

ପକେଟ କଟା ଗ୍ୟାଙ୍ଗ:ବ୍ଲେଡ ଓ ଛୁରୀରେ ଶୋଇଥିବା ଯାତ୍ରୀଙ୍କ ପକେଟ୍ କାଟି ନଚେତ ବ୍ୟାଗକୁ କଣା କରି ଏମାନେ ମୋବାଇଲ ଓ ପର୍ସ ସମେତ ଦାମି ଜିନିଷ ଝାମ୍ପି ନେଇଥାନ୍ତି । ବିଶେଷ କରି ଷ୍ଟେସନ ପାଖ ନଚେତ ଦୂର ଦୂରାନ୍ତରୁ ଟ୍ରେନ ଆସୁଥିବା କୋଚ ଭିତରେ ଥାଇ ରାତ୍ରି ସମୟରେ ଲୁଟପାଟ କରିଥାନ୍ତି ।

ନିଶା ଦିଆ ଲୁଟେରା:ଏମାନେ ବିଶେଷ କରି ଯାତ୍ରୀଙ୍କ ସରଳତାର‌ ସୁଯୋଗ ନେଇଥାନ୍ତି । ପାଖରେ ବସି ମିଠା ମିଠା କଥା କହି ବିଶ୍ବାସ ଭାଜନ‌ ହୋଇ ଏପରିକି ନିଜ ଗାଁ ପାଖ ବା ସହର ପାଖ ଲୋକର‌ ପରିଚୟ ଦେଇଥାନ୍ତି । ଥଣ୍ଡା ବା ଚା’ ପିଇବା ଆଳରେ ସେଥିରେ ନିଶା ଦେଇ ଚେତାଶୂନ୍ୟ ହେବା ପରେ ସବୁ ନେଇ ଛୁ ମାରନ୍ତି ।

ଛିନତାଇ ଗ୍ୟାଙ୍ଗ: ଏମାନେ ବିଶେଷ କରି ଯାତ୍ରୀ ମାନେ ଟ୍ରେନ ଛାଡ଼ିବା ସମୟରେ ଗହଳିର‌ ମଉକା ନିଅନ୍ତି । କୌଣସି ଲୋକ ଟ୍ରେନ ଚଢିବା ବେଳେ ବା ଟ୍ରେନ ଛାଡିବା ପାଇଁ ଆସୁଥିବା ବେଳେ ଏମାନେ ଏଇ ମଉକାରେ ଛକି ବସିଥାନ୍ତି । ଏହି ସୁଯୋଗରେ ଯାତ୍ରୀ ତରତର ହୋଇ ଟ୍ରେନ ଯିବା ପାଇଁ ଉଦ୍ୟମ ବେଳେ ବ୍ୟାଗ, ଭ୍ୟାନିଟି କିମ୍ବା ପର୍ସ ବା ମୋବାଇଲ୍ ପକେଟରୁ ନେଇ ଛୁ ମାରନ୍ତି । ତେବେ ଏହିପରି ପୂର୍ବରୁ ପେସାଦାର ଅପରାଧୀଙ୍କ ଉପରେ ନଜର ରହିଥିବା କହିଛନ୍ତି ଆରପିଏଫ ଥାନାଧିକାରୀ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details