ଓଡିଶା

odisha

ETV Bharat / state

3 ଦଫା ଦାବି ନେଇ ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ - student strike for road in khurda

କୋଟପଲ୍ଳା ଠାରୁ ଭୀମପଡା ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ଦାବିରେ ସୋମବାର  କୋଟପଲ୍ଲା  ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀ  57ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Oct 21, 2019, 11:25 AM IST

Updated : Oct 21, 2019, 11:54 AM IST

ଖୋର୍ଦ୍ଧା: ଖୋର୍ଦ୍ଧାରେ ତିନି ଦଫା ଦାବି ନେଇ 57ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି । କୋଟପଲ୍ଳା ଠାରୁ ଭୀମପଡା ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ଦାବିରେ ସୋମବାର କୋଟପଲ୍ଲା ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀ 57ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ଭୀମପଡା ଠାରୁ ଆରମ୍ଭ କରି ମାତ୍ର ୧ କିଲୋମିଟର ଦୂର କୋଟପଲ୍ଳା ଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ସଂକଟାପନ୍ନ ଅବସ୍ଥାରେ ରହିଛି । ଏହି ରାସ୍ତା ଦେଇ ପ୍ରତିଦିନ ବହୁ ଯାତ୍ରୀବାହୀ ଗାଡି ସହ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯିବା ଆସିବା କରୁଛନ୍ତି । ଯାହାଫଳରେ ବହୁବାର ଏହି ରାସ୍ତାରେ ଲୋକ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଉଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଏସମ୍ପର୍କରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନିକ ଅଧିକାରୀ ମାନଙ୍କୁ ଜଣାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଫଳରେ ସୋମବାର କୋଟପଲ୍ଲା ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀଙ୍କ ତରଫରୁ ଭୀମପଡା ଠାରୁ କୋଟପଲ୍ଲା ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା, ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ଜଳାଶ୍ରୟ ଉପର ଦେଇ ଯାଇଥିବା ବିଦ୍ୟୁତ ତାର ସ୍ଥାନାନ୍ତର ଆଦି ତିନି ଦଫା ଦାବି ନେଇ 57ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି ।

ଖବର ପାଇ ବିଡିଓ ଏ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

Last Updated : Oct 21, 2019, 11:54 AM IST

ABOUT THE AUTHOR

...view details