ଖୋର୍ଦ୍ଧା :ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ସୁମନ୍ତ ଖଟେଇ ତାର ଘର ଟାଙ୍ଗୀ ଥାନା ନଇରୀ ଗ୍ରାମରେ ବୋଲି ଜଣା ପଡିଛି ।
ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ, ତଦନ୍ତ ଜାରି - road accident
ବାଇକକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ, ତଦନ୍ତ ଜାରି । ଅଧିକ ପଢନ୍ତୁ...
ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ, ତଦନ୍ତ ଜାରି
ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ, ତଦନ୍ତ ଜାରି
ସୂଚନା ଅନୁଯାୟୀ ସୁମନ୍ତ ଏକ ବାଇକରେ ଘରକୁ ଫେରୁଥିବା ବେଳେ ନାଚୁଣୀ ହରିପୁର ରାସ୍ତାରେ ଏକ ସ୍କୁଟି ସହ ତାଙ୍କ ବାଇକ ମଧ୍ୟ୍ୟରେ ଧକ୍କା ହୋଇଥିଲା । ଫଳରେ ସୁମନ୍ତ ବାଇକରୁ ଛିଟିକି ପଡିବା ଯୋଗୁଁ ସୁମନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ସୁମନ୍ତଙ୍କୁ ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ