ଖୋର୍ଦ୍ଧା:ତିନି ସହରରେ ଭିଡ ନିୟନ୍ତ୍ରଣ ପାଇଁ ହେବ ରିଙ୍ଗରୋଡ ପ୍ରକଳ୍ପ । ଖୋର୍ଦ୍ଧା ଭୁବନେଶ୍ୱର ଓ କଟକରେ ଭିଡ ନିୟନ୍ତ୍ରଣ ପାଇଁ ହେଉଛି 6 ଥାକିଆ ରିଙ୍ଗ ରୋଡ । କଲିକତା ମାଡ୍ରାସ 16ନଂ ଜାତୀୟ ରାଜପଥ ଦେଇ ଦୈନିକ ଲକ୍ଷ ଲକ୍ଷ ଭାରିଯାନ ଯାତାୟତ କରୁଛି । ଯାହାଫଳରେ ରାଜ୍ୟର ରାଜଧାନୀ ସହ ଐତିହାସିକ କଟକ ଓ ଖୋର୍ଦ୍ଧା ସହରରେ ଟ୍ରାଫିକ ସମସ୍ୟା ଉପୁଜୁଛି ।
ଏହି ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ କ୍ୟାପିଟାଲ ରିଜନ ରିଙ୍ଗରୋଡ ପ୍ରୋଜେକ୍ଟ ଆରମ୍ଭ ହେବାକୁ ଯାଉଛି । ଏହି ରିଙ୍ଗ ରୋଡ ଖୋର୍ଦ୍ଧା ଦେଇ ଯାଇଥିବା 16ନଂ ଜାତୀୟ ରାଜପଥର ରାମେଶ୍ୱର ଠାରୁ ବାହାରି ଢେଙ୍କାନାଳ ଗୋବିନ୍ଦପୁର ଜାତୀୟ ରାଜପଥ 55 ରେ ସରିବ ।