ଓଡିଶା

odisha

By

Published : Aug 10, 2022, 8:05 PM IST

ETV Bharat / state

ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଅଚ୍ୟୁତପୁର ଆରଆଇ

ଖୋର୍ଦ୍ଧା ଜିଲ୍ଲା ଅଚ୍ୟୁତପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ । ଲାଞ୍ଚ ନେଉଥିବା ବେଳେ ବନ୍ଧାହେଲେ କାର୍ଯ୍ୟରତ ଆରଆଇ ଗୌରାଙ୍ଗ ଶବର । ଅଧିକ ପଢ଼ନ୍ତୁ

ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ
ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ପକ୍ଷରୁ ଆଜି (ବୁଧବାର) ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଆରଆଇ ଅଫିସରେ ଚଢାଉ ହୋଇଛି । ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି ଅଚ୍ୟୁତପୁର ଆରଆଇ ଗୌରାଙ୍ଗ ଶବର ।

ଖୋର୍ଦ୍ଧା ଜିଲ୍ଲାରେ ଅନେକ ସମୟରେ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟର ନଜର ରହିଥାଏ । ଦୁର୍ନୀତି ନେଇ ବିଭିନ୍ନ ସମୟରେ ସରକାରୀ ଅଫିସରଙ୍କୁ ଘେରିଛି ଭିଜିଲାନ୍ସ । ତେବେ ଏହିଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି ଜଙ୍କିଆ ଥାନା ଅନ୍ତର୍ଗତ ଅଚ୍ୟୁତପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ । ସ୍ଥାନୀୟ ଦେଉଳି ଗ୍ରାମର ଦୀପକ ପ୍ରଧାନଙ୍କର କୌଣସି କାର୍ଯ୍ୟ କରାଇଦେବା ପାଇଁ ୮ ହଜାର ଟଙ୍କା ଦାବି କରିଥିଲେ କାର୍ଯ୍ୟରତ ଆରଆଇ ଗୌରାଙ୍ଗ ଶବର । ତେବେ ବିଶେଷ ସୂତ୍ରରୁ ଖବର ପାଇ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟର ସ୍ବତନ୍ତ୍ର ସ୍କ୍ବାର୍ଡ ଏଠାରେ ଚଢ଼ାଉ କରି ସମ୍ପୃକ୍ତ ଅଧିକାରୀଙ୍କୁ ଗିରଫ କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details