ଖୋର୍ଦ୍ଧା: ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର( MLA Jyotirindra Nath Mitra)ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ବିଧାନସଭା ଉନ୍ନୟନ କମିଟି ବୈଠକ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ଯୋଗ ଦେଇ ବିଧାନସଭା ନିର୍ବାଚନ ମଣ୍ତଳୀରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।
ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ଉଦ୍ଭିଦ୍ଦ ବିଜ୍ଞାନ, ପ୍ରାଣୀ ଓ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବା ନେଇ ବିଧାୟକ ଖୁସିବ୍ୟକ୍ତ କହିଥିବା ବେଳେ ମହାବିଦ୍ୟାଳୟର ଛାତ୍ରାବାସ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଥିଲେ । ସେହିଭଳି ଏମ୍ଏଲଏ ଲ୍ୟାଡ ଅନୁଦାନରେ ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ପ୍ରକୋଷ୍ଠ, ଅମ୍ଲଜାନ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା । ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, କୃଷି, ଉଦ୍ୟାନକୃଷି, ବୟନ, ସାଧାରଣ ବଣ୍ଟନ, ସାମାଜିକ ସୁରକ୍ଷା, ଖାଦ୍ୟ ନିରାପତ୍ତା, ନୂତନ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣ, ବିଭିନ୍ନ ପ୍ରକଳ୍ପର ସଂପ୍ରସାରଣ ନିମନ୍ତେ ଜମି ଯୋଗାଣ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।