ଓଡିଶା

odisha

ETV Bharat / state

ବିଶ୍ବସ୍ତରୀୟ ହେବ 28 ଷ୍ଟେସନ: ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ - କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମୀକ୍ଷା ବୈଠକ

ରାଜ୍ୟରେ ରେଳ ପ୍ରକଳ୍ପ ଅଗ୍ରଗତିକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମୀକ୍ଷା ବୈଠକ । ଚାଲୁ ରହିଥିବା ପ୍ରକଳ୍ପ ଗୁଡିକୁ ଶୀଘ୍ର ସମ୍ପାଦନ ପାଇଁ ରେଳ ଅଧିକାରୀଙ୍କୁ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

review meeting by union railway minister ashwini vaishnaw
ରେଳମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ବିଶ୍ବସ୍ତରୀୟ ହେବ 28 ଷ୍ଟେସନ

By

Published : Nov 27, 2022, 7:18 AM IST

ଭୁବନେଶ୍ବର: ଚଳିତ ବର୍ଷ ପ୍ରାୟ 550 କିଲୋମିଟର ରେଳ ଲାଇନ ବିକଶିତ କରାଯିବ । 28ଟି ଷ୍ଟେସନକୁ ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମାଣ କରିବାକୁ ଯୋଜନା କରାଯାଇଛି, ଯେଉଁଠାରେ ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇଛି ଏବଂ କାର୍ଯ୍ୟ ଚାଲିଛି । ଓଡ଼ିଶାରେ ରେଳ ପ୍ରକଳ୍ପ ଅଗ୍ରଗତି ସମ୍ବନ୍ଧରେ ଆୟୋଜିତ ସମୀକ୍ଷା ବୈଠକରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି ।

2014 ମସିହା ପୂର୍ବରୁ ଓଡିଶାକୁ କେବଳ 830 କୋଟି ବଜେଟ ଆବଣ୍ଟନ ମିଳୁଥିଲା । ଚଳିତ ବର୍ଷ ଓଡିଶା ପ୍ରାୟ 10 ହଜାର କୋଟି ବଜେଟ ଆବଣ୍ଟନ ପାଇଛି । ଯାହା ଆଶା ଠାରୁ ବହୁତ ଅଧିକ । ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, " 2014 ପୂର୍ବରୁ ରାଜ୍ୟରେ ମାତ୍ର 20 ରୁ 25 କିଲୋମିଟର ରେଳ ଲାଇନର ବିକାଶ କରାଯାଉଥିଲା । ଗତ ବର୍ଷ ରାଜ୍ୟରେ ପ୍ରାୟ 180 କିଲୋମିଟର ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା ଏବଂ ଚଳିତ ବର୍ଷ ପ୍ରାୟ 550 କିଲୋମିଟର ରେଳ ଲାଇନ ବିକଶିତ କରାଯିବ। ଏହା ରେଳ ବିକାଶ କ୍ଷେତ୍ରରେ ଓଡିଶାର ବୃହତ ପରିବର୍ତ୍ତନକୁ ସୂଚିତ କରୁଛି । 28 ଟି ଷ୍ଟେସନକୁ ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମାଣ କରିବାକୁ ଯୋଜନା କରାଯାଇଛି, ଯେଉଁଠାରେ ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇଛି ଏବଂ କାର୍ଯ୍ୟ ଚାଲିଛି । ଖୁବଶୀଘ୍ର ଓଡିଶାକୁ ବନ୍ଦେ ଭାରତ ଏକ୍ସପ୍ରେସ ମିଳିବ ବୋଲି’’ ସେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହା ବ୍ୟତୀତ ଖୁବଶୀଘ୍ର ରାଜ୍ୟରେ 5G କନେକ୍ଟିଭିଟି ଯୋଗାଇ ଦିଆଯିବ । ରଥଯାତ୍ରା ପୂର୍ବରୁ ଜଗନ୍ନାଥ ସର୍କିଟ ଟ୍ରେନ୍ ଚଳାଇବାକୁ ରେଳବାଇ ଯୋଜନା କରୁଛି, ଯାହା ପ୍ରଭୁ ଜଗନ୍ନାଥ ଏବଂ ଓଡିଶାର ମହାନ ସଂସ୍କୃତି, ଐତିହ୍ୟ ଏବଂ ଇତିହାସ ଓ କଥାବଳିକୁ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:Jagannath Express: ଫୋକସରେ ଜଗନ୍ନାଥ ସଂସ୍କୃତି ପ୍ରଚାର, ରଥଯାତ୍ରା ପୂର୍ବରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ

ଯେହେତୁ ରାଜ୍ୟରେ ରେଳ ପ୍ରକଳ୍ପ ଗୁଡିକର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରି ଶୀଘ୍ର ସମାପ୍ତି ପାଇଁ ପ୍ରାଥମିକତା ଦିଆଯାଉଛି ସେଥିପାଇଁ ବୈଷ୍ଣବ ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇ କହିଛନ୍ତି, ଏଥିପ୍ରତି ପ୍ରାଥମିକତା ଦେଇ ଚାଲୁ ରହିଥିବା ପ୍ରକଳ୍ପ ଗୁଡିକୁ ଶୀଘ୍ର ସମ୍ପାଦନ ପାଇଁ ବିଶେଷ ଧ୍ୟାନ ଦିଆଯିବ ଦରକାର । ଯାହା ଦ୍ୱାରା ଚାଲୁରହିଥିବା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହେବ । ପ୍ରକଳ୍ପଗୁଡିକ ଶୀଘ୍ର ଶେଷ କରିବାକୁ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସମେତ ସମସ୍ତ ସଂସ୍ଥା ସହିତ ନିରନ୍ତର ସମ୍ପର୍କ ଏବଂ ସମନ୍ୱୟ ରକ୍ଷା କରିବାକୁ ମନ୍ତ୍ରୀ ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details