ଓଡିଶା

odisha

ETV Bharat / state

110 ଉନ୍ନୀତ ସ୍କୁଲର ଅଧ୍ୟକ୍ଷଙ୍କୁ ଗୁରୁମନ୍ତ୍ର, ଡ୍ରପ ଆଉଟ୍ ରୋକିବାରେ ସଫଳ ହେବ ବିଭାଗ - ମାଟ୍ରିକର ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

110ଟି ସ୍କୁଲକୁ ଉନ୍ନୀତ କରାଯାଇ ଏକାଦଶ ପାଠ ପଢା ପାଇଁ ପ୍ରସ୍ତୁତ ଶେଷ ହୋଇଛି । ମୋଟ 13 ହଜାର ସିଟ ରହିଥିବା ବେଳେ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ 9 ହଜାର 300 ସିଟ ପୂରଣ ହୋଇଛି । ଅଧିକ ପଢନ୍ତୁ

review cum capacity building programme
review cum capacity building programme

By

Published : Jul 22, 2023, 12:40 PM IST

review cum capacity building programme

ଭୁବନେଶ୍ବର: 110ଟି ସ୍କୁଲକୁ ଉନ୍ନୀତ କରାଯାଇ ଏକାଦଶ ପାଠ ପଢା ପାଇଁ ସରିଛି ପ୍ରସ୍ତୁତି । ଛାତ୍ରଛାତ୍ରୀଙ୍କ ମୋଟ 13 ହଜାର ସିଟ ରହିଥିବା ବେଳେ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ 9 ହଜାର 300 ସିଟ ପୂରଣ ହୋଇଛି । ସେହିପରି ପରେ ମାଟ୍ରିକର ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପରେ ଆହୁରି ସିଟ ପୂରଣ ହେବ ବୋଲି ସୂଚନା ମିଳିଛି ।

ତେବେ ଛାତ୍ରଛାତ୍ରୀ ଅନଲାଇନ କିମ୍ବା ଅଫଲାଇନରେ ନାମ ଲେଖାଇ ପାରିବେ । ଯେହେତୁ ସାମ୍ସ ସହିତ ଏହି ବିଦ୍ୟାଳୟ ଗୁଡ଼ିକ ଅଭ୍ୟସ୍ଥ ନୁହେଁ ତେଣୁ ଯେଉଁ ମାନେ ଇଚ୍ଛୁକ ଅଛନ୍ତି କିମ୍ବା ସେହି ହାଇସ୍କୁଲରର ପିଲା ହୋଇଛନ୍ତି ତାହା ହେଲେ ସେହି ସ୍କୁଲରେ ଏକାଦଶ ପାଠ ପଢ଼ିବା ପାଇଁ ସେମାନଙ୍କୁ ଅଫଲାଇନରେ ନାମ ଲେଖାଇବା ପରାମର୍ଶ ଦିଆଯାଇଛି । ସେହିପରି ଯେତିକି ସିଟ ବଳକା ହେବ ତାହା ଅନଲାଇନ ମାଧ୍ୟମରେ ନାମଲେଖା ଆରମ୍ଭ କରାଯିବ ବୋଲି କହିଛନ୍ତି ଅଭିରାମ ଆର ଆୟାର୍ ।

ଅନ୍ୟପଟେ ବିଭାଗୀୟ ସଚିବ କହିଛନ୍ତି ଯେ, ଏ କ୍ଷେତ୍ରରେ ସମସ୍ତଙ୍କୁ ସମର୍ଥନ କରାଯିବ । ଆମେ ସମସ୍ତେ ମିଶି ଏକ ନୂଆ ପ୍ଲାଟଫର୍ମ ପ୍ରସ୍ତୁତ କରିବା । ବିଭାଗରୁ ଅନେକ ଅଧିକାରୀ ଯିବେ ଏବଂ ଆସିବେ କିନ୍ତୁ ସ୍କୁଲ ବଞ୍ଚି ରହିଥିବ । ପିଲାମାନେ ପାଠ ପଢୁଥିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଡ୍ରପ ଆଉଟ୍ ରୋକିବା ସହ ଝିଅମାନଙ୍କୁ ପାଠ ପଢ଼ାଇବା ନେଇ ସହଜ ସୁବିଧା ହୋଇପାରିଲା । ସେହିପରି ଗାଆଁ ସ୍କୁଲ ଠାରୁ ପାଖାପାଖି 60 କିଲୋମିଟର ଦୂରରେ ରହିଛି ଯୁକ୍ତ ଦୁଇ କଲେଜ । ପୂର୍ବରୁ ବସ ଯାଉ ନ ଥିଲା କିନ୍ତୁ ବର୍ତ୍ତମାନ ବସ ଯାଉଛି । କିନ୍ତୁ ଗାଆଁ ଠାରୁ କଲେଜ ଯିବା ଆସିବା କରିବାକୁ ପାଖାପାଖି 4 ଘଣ୍ଟା ସମୟ ଲାଗୁଛି । ବର୍ତ୍ତମାନ ସେହି ସ୍କୁଲରେ ଯୁକ୍ତ ଦୁଇ ହେବାରୁ ଅନେକ ପିଲାମାନେ ମଧ୍ୟ ପାଠ ପଢ଼ିବାକୁ ଆଗ୍ରହ ପ୍ରକାଶ କରିବେ ବୋଲି ଜଣେ ଅଧ୍ୟକ୍ଷ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ପ୍ରଥମ ପର୍ଯ୍ୟାୟ +2 ନାମଲେଖା ଆରମ୍ଭ, ରେଭେନ୍ସାରେ ଚାଲିଛି ଆଡ଼ମିଶନ

ସୂଚନା ଅନୁଯାୟୀ, ଦଶମ ପରେ ଘର ପାଖରେ ଯୁକ୍ତ ଦୁଇ କଲେଜ ନ ଥିବାରୁ ଅଧିକାଂଶ ପିଲା ଅଧାରୁ ପାଠ ଛାଡ଼ୁଛନ୍ତି । ଦଶମ ଶ୍ରେଣୀରେ ଭଲ ନମ୍ବର ରଖିଥିଲେ ମଧ୍ୟ ଉଚ୍ଚଶିକ୍ଷା ଗ୍ରହଣ କରି ପାରୁନାହାନ୍ତି ଛାତ୍ରଛାତ୍ରୀ । ବିଶେଷକରି ଘର ଠାରୁ ବହୁ ଦୂରରେ ଥିବା ଯୁକ୍ତ ଦୁଇ କଲେଜକୁ ଯିବାକୁ ଅନେକ ପିଲା ଏବଂ ଅଭିଭାବକମାନେ ଅମଙ୍ଗ ହେଉଛନ୍ତି । ମାଓ ପ୍ରଭାବିତ ଅଞ୍ଚଳରେ ଘର ଠାରୁ ୧୫ ରୁ ୨୦ କିଲୋମିଟର ଦୂରକୁ ଯାଇ ଯୁକ୍ତ ଦୁଇ ଶ୍ରେଣୀରେ ପାଠପଢ଼ିବା କଷ୍ଟସାଧ୍ୟ ହୋଇ ପଡୁଛି । ସେହିପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବି ପିଲାମାନେ ଦୂରକୁ ଯିବା କଷ୍ଟସାଧ୍ୟ ହୋଇପଡୁଛି । ତେବେ ରାଜ୍ୟର କୋଣ ଅନୁକୋଣରୁ ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଆଦିଙ୍କ ଜରିଆରେ ରାଜ୍ୟ ସରକାରଙ୍କ ନିକଟକୁ ଆସିଥିବା ପ୍ରସ୍ତାବ ଗୁଡ଼ିକ ଉପରେ ବିଚାର ବିମର୍ଶ ହୋଇଛି । ଅନ୍ୟପଟେ ଏହି ୧୭ଟି ଜିଲ୍ଲାରେ ଥିବା ୬୦ରୁ ଅଧିକ ଉଚ୍ଚ ବିଦ୍ୟାଳୟକୁ ଯୁକ୍ତ ଦୁଇକୁ ଉନ୍ନୀତ କରିବା ପାଇଁ ଦାବି ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details