ଓଡିଶା

odisha

ETV Bharat / state

ପୂରଣ ହେଉନି ଶିକ୍ଷକ ପଦବୀ, ଛାତ୍ରଛାତ୍ରୀଙ୍କୁ ପଢ଼ାଇବେ ଅତିଥି ଶିକ୍ଷକ - ମାଧ୍ୟମିକ ଶିକ୍ଷା ବୋର୍ଡ

Guest Teachers: ଅତିଥି ଶିକ୍ଷକଙ୍କ ହାତରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ବେସରକାରୀ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ସରକାରୀ ସ୍କୁଲରେ ପଢ଼ାଇବେ ପାଠ । ସ୍କୁଲରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଏହା ଶିକ୍ଷା ବିଭାଗର ଏକ ପ୍ରୟାସ । ଅଧିକ ପଢନ୍ତୁ

ଶିକ୍ଷକ ପଦବୀ ପୂରଣ ପାଇଁ ଶିକ୍ଷା ବିଭାଗର ଅଭିନବ ପ୍ରୟାସ
ଶିକ୍ଷକ ପଦବୀ ପୂରଣ ପାଇଁ ଶିକ୍ଷା ବିଭାଗର ଅଭିନବ ପ୍ରୟାସ

By ETV Bharat Odisha Team

Published : Dec 24, 2023, 10:38 PM IST

Updated : Dec 25, 2023, 11:54 AM IST

ଭୁବନେଶ୍ୱର:ଅତିଥି ଶିକ୍ଷକଙ୍କ ହାତରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଘରୋଇ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ସରକାରୀ ସ୍କୁଲରେ ପିଲାଙ୍କୁ ପଠାଇବେ ପାଠ । ସେମାନେ 60 ବର୍ଷରୁ 65 ବର୍ଷ ପର୍ଯ୍ୟନ୍ତ ବୟସ ହୋଇଥିବା ବେଳେ ଅତିଥି ଶିକ୍ଷକ ନିୟୋଜିତ ହେବା ଫଳରେ ଅନେକ ସ୍କୁଲରେ ଶିକ୍ଷକ ଖାଲି ଥିବା ସ୍ଥାନରେ ମାନଦଣ୍ଡ ପୂରଣ କରିବ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ସହିତ ଜଡିତ ଥିବା ବେସରକାରୀ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ପାଠ ପଢ଼ାଇବା ପାଇଁ ଅନୁମତି ଦିଆଯାଇଛି । ଏହି ନିଯୁକ୍ତି କେବଳ 2024 ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା କରାଯିବା ।

ଶିକ୍ଷକ ପଦବୀ ପୂରଣ ପାଇଁ ଶିକ୍ଷା ବିଭାଗର ଅଭିନବ ପ୍ରୟାସ

ସୂଚନା ଅନୁଯାୟୀ, ରାଜ୍ୟର ଅଧିକାଂଶ ବିଦ୍ୟାଳୟରେ ଆବଶ୍ୟକତା ଅନୁଯାୟୀ ନାହାନ୍ତି ଶିକ୍ଷକ । ଯାହାଫଳରେ କି ହଜାର ହଜାର ସଂଖ୍ୟାରେ ଖାଲି ପଡ଼ିଛି ଶିକ୍ଷକଙ୍କ ପଦ ପଦବୀ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବାଧା ଉପୁଜିଛି । ରାଜ୍ୟ ସରକାର ବାରମ୍ବାର ଶିକ୍ଷକଙ୍କ ନିଯୁକ୍ତି ପଦ ସୃଷ୍ଟି କରୁଥିଲେ ମଧ୍ୟ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଏବେ ବି ଶିକ୍ଷକ ପଦ ପୂରଣ ହୋଇପାରିଲା ନାହିଁ । ତେଣୁ ସ୍କୁଲ୍‌ରେ ଖାଲି ଶିକ୍ଷକ ପଦଗୁଡ଼ିକରେ ଅତିଥି ଶିକ୍ଷକଙ୍କୁ ନିଯୁକ୍ତ କରାଯିବାକୁ ନିଷ୍ପତ୍ତି ହୋଇଛି । ରାଜ୍ୟରେ ନିଯୁକ୍ତି ହେବେ ପାଖାପାଖି ୪ ହଜାରରୁ ଅଧିକ ଅତିଥି ଶିକ୍ଷକ । ସେମାନଙ୍କ ଭରସାରେ ହେବ ପାଠପଢ଼ା । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ବାରା ଅତିଥି ଶିକ୍ଷକ ନିଯୁକ୍ତ କରାଯିବ । ଖାଲିଥିବା ପଦରେ ପ୍ରାଥମିକତା ଭିତ୍ତିରେ ଏହି ଶିକ୍ଷକ ନିଯୁକ୍ତି ହେବେ ।

ଅଧିକ ପଢନ୍ତୁ...ବିଦ୍ୟାଳୟରେ ଗପ ଶୁଣିବେ ପିଲାଏ, ଖୁବଶୀଘ୍ର ଆରମ୍ଭ ହେବ ଷ୍ଟୋରୀ ଟେଲିଂ କାର୍ଯ୍ୟକ୍ରମ

ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ତଥ୍ୟ ଅନୁସାରେ, ସରକାରୀ ବିଦ୍ୟାଳୟଗୁଡ଼ିକରେ ୧୮୦୬, ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୧୧୫୩ ଏବଂ ନୂତନ ଗ୍ରାଣ୍ଟ୍ ଇନ୍ ଏଡ୍‌ ବିଦ୍ୟାଳୟ ଗୁଡ଼ିକରେ ୧୪୪୪ ଜଣ ଅତିଥି ଶିକ୍ଷକଙ୍କ ନିଯୁକ୍ତି ପାଇଁ ତାଲିକା ପ୍ରସ୍ତୁତ କରାଯାଇଛି । ସେହିପରି ଭାବେ ଜିଲ୍ଲା ଆଧାରରେ ଅତିଥି ଶିକ୍ଷକ ନିଯୁକ୍ତିକୁ ନେଇ ଦେଖିଲେ ଅନୁଗୋଳ ଜିଲ୍ଲାରେ ମୋଟ ୧୦୫ ଜଣ ଅତିଥି ଶିକ୍ଷକ ନିଯୁକ୍ତ ହେବାକୁ ଥିବାବେଳେ ବାଲେଶ୍ବରେ ୨୧୨ ଜଣ, ବରଗଡ଼ରେ ୧୧୫ ଜଣ, ଭଦ୍ରକରେ ୨୨୦ ଜଣ, ବଲାଙ୍ଗୀରରେ ୧୪୦ ଜଣ, ବୌଦ୍ଧରେ ୬୦ ଜଣ, କଟକରେ ୨୨୦ ଜଣ, ଦେବଗଡ଼ରେ ୧୩୨ ଜଣ, ଢେଙ୍କାନାଳରେ ୨୨୦ ଜଣ, ଗଞ୍ଜାମରେ ୨୨୦ ଜଣ, ଗଜପତିରେ ୩୦ ଜଣ, ଝାରସୁଗୁଡ଼ାରେ ୭୦ ଜଣ ନିଯୁକ୍ତି ପାଇବେ ।

ଏହାସହ ଜଗତସିଂହପୁରରେ ୧୬୦ ଜଣ, ଯାଜପୁରରେ ୨୨୦ ଜଣ, କଳାହାଣ୍ଡିରେ ୧୩୦, କନ୍ଧମାଳରେ ୯୦, କେନ୍ଦ୍ରାପଡ଼ାରେ ୨୨୦, କୋରାପୁଟରେ ୧୫୦, ଖୋର୍ଦ୍ଧାରେ ୧୧୦ ଜଣ, କେନ୍ଦୁଝରରେ ୨୨୦ ଜଣ, ମାଲକାନଗିରିରେ ୧୧୦ ଜଣ, ମୟୂରଭଞ୍ଜରେ ୨୨୦ ଜଣ, ନୟାଗଡ଼ରେ ୯୪ ଜଣ, ନବରଙ୍ଗପୁରରେ ୧୦୦ ଜଣ, ନୂଆପଡ଼ାରେ ୧୭୫ ଜଣ, ପୁରୀରେ ୧୫୦ ଜଣ, ରାୟଗଡ଼ାରେ ୧୦୦ ଜଣ, ସମ୍ବଲପୁରରେ ୧୧୦ ଜଣ, ସୋନପୁରରେ ୮୦ ଜଣ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୨୨୦ ଜଣ ଅତିଥି ଶିକ୍ଷକ ଭାବରେ ନିଯୁକ୍ତି ପାଇବେ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Dec 25, 2023, 11:54 AM IST

ABOUT THE AUTHOR

...view details