ଖୋର୍ଦ୍ଧା: ବେଗୁନିଆ ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ପରିଛଳ ଗ୍ରାମରେ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର କରାଯାଇଛି । ସୋମବାର ଗ୍ରାମବାସୀ ଗ୍ରାମ ପୋଖରୀରୁ ମାଛ ମାରୁଥିବା ବେଳେ ଜାଲରେ ବିପଳ ମୟୂର ପ୍ରଜାତିର ମାଛ ପଡିଥିବା ଦେଖିବାକୁ ମିଳିଥିଲା ।
ବିରଳ ପ୍ରଜାତିର ମାଛ ଉଦ୍ଧାର - ଖୋର୍ଧା ଖବର
ବେଗୁନିଆ ବ୍ଲକ ଗୋବିନ୍ଦପୁରରୁ ବିରଳ ପ୍ରଜାତିର ମାଛ ଉଦ୍ଧାର । ମାଛଟିର ଓଜନ ପ୍ରାୟ ୫୦୦ ଗ୍ରାମ ହେବ ବୋଲି ଅନୁମାନ । ଅଧିକ ପଢନ୍ତୁ..
ବିରଳ ପ୍ରଜାତିର ମାଛ ଉଦ୍ଧାର
ଧରାପଡିଥିବା ମାଛଟିର ଓଜନ ପ୍ରାୟ ୫୦୦ ଗ୍ରାମ ହେବ ବୋଲି ଅନୁମାନ କରାଯାଉଛି । ଏହି ବିରଳ ପ୍ରଜାତିର ମାଛଟି କେତେକ ଦୂରାରୋଗ୍ୟ ଔଷଧ ପାଇଁ ବ୍ୟବହାର କରାଯାଇପାରିବ ବୋଲି ସ୍ଥାନୀୟ ଗ୍ରାମବାସୀ ମାନେ ମତ ରଖିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ