ଭୁବନେଶ୍ବର: ରାଜ୍ୟରେ କମିଛି ବର୍ଷାର ପରିମାଣ । ଲଘୁଚାପର ପ୍ରଭାବ ନଥିବା ବେଳେ କେବଳ ମୌସୁମୀର ନିମ୍ନ ଚାପରେଖା ସକ୍ରିୟ ରହିଛି । ତେଣୁ ବର୍ତ୍ତମାନ ପାଇଁ ରାଜ୍ୟରେ କୌଣସି ନିର୍ଦ୍ଦିଷ୍ଟ କିଛି ପାଣିପାଗର ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର ଅନେକ ଅଞ୍ଚଳ ସହ ଦକ୍ଷିଣର ଓଡ଼ିଶାର କିଛି ସ୍ଥାନରେ ହାଲୁକା ଓ ମଧ୍ୟ ଧରଣର ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଆସନ୍ତାକାଲି ରାଜ୍ୟର କିଛି ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଥିବା ବେଳେ ରାଜ୍ୟରେ କୌଣସି ସତର୍କ ସୂଚନା ନାହିଁ । ଅନ୍ୟପଟେ ବାୟୁ ଚଳାଚଳର ପରିବର୍ତ୍ତନକୁ ନେଇ ଆସନ୍ତା ୧୮ ତାରିଖରୁ ପୁଣି ବଢିବ ବର୍ଷା । ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ବିଜୁଳି ଘଡଘଡି ବର୍ଷା ସହ ଭାରି ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଉପକୂଳ ଓଡ଼ିଶା ଓ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୧୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଏହା ବି ପଢନ୍ତୁ- ରାଜ୍ୟରେ ଆଜିଠୁ କମିବ ବର୍ଷା, 24 ଘଣ୍ଟା ପାଇଁ 5 ଜିଲ୍ଲାକୁ ୟେଲୋ ଆଲର୍ଟ