ଓଡିଶା

odisha

By ETV Bharat Odisha Team

Published : Dec 10, 2023, 11:01 PM IST

ETV Bharat / state

ଜୁଆ ଆଡ୍ଡା ହେଲା କାଳ, ଟ୍ରେନରେ ପିଟି ହୋଇ ଗଲା ନାବାଳକର ଜୀବନ

Minor boy dies after collision with Train near Santipali: ଭୁବନେଶ୍ବର ଜିଆରପି ଅଧୀନରେ ଥିବା ଶାନ୍ତିପଲି ବସ୍ତି ନିକଟରେ ଅଘଟଣ । ଟ୍ରେନରେ ପିଟି ହୋଇ ଗଲା ନାବାଳକର ଜୀବନ । ଅଧିକ ପଡନ୍ତୁ

ଜୁଆ ଆଡ୍ଡା ହେଲା କାଳ
ଜୁଆ ଆଡ୍ଡା ହେଲା କାଳ

ଭୁବନେଶ୍ବର:ଜୁଆ ଆଡ୍ଡା ପାଇଁ ଗଲା ନିରୀହ ଜୀବନ । ରେଡ ବେଳେ ପୋଲିସ ଭୟରେ ଅଘଟଣ । ଟ୍ରେନରେ ପିଟି ହୋଇ ଗଲା ନାବାଳକର ଜୀବନ । ଭୁବନେଶ୍ବର ଜିଆରପି ଅଧୀନରେ ଥିବା ଶାନ୍ତିପଲି ବସ୍ତି ନିକଟରେ ଘଟିଛି ଅଘଟଣ । ଜୀବନ ଯାଇଥିବା ନାବାଳକ ହେଉଛି ନବମ ଶ୍ରେଣୀର ୧୪ବର୍ଷୀୟ ଛାତ୍ର ସୂର୍ଯ୍ୟକାନ୍ତ ପାତ୍ର । ଯିଏକି ଶାନ୍ତି ପଲ୍ଲୀ ବସ୍ତିରେ ନିଜ ବାପା ଓ ମାଆଙ୍କ ସହ ରହିଆସୁଥିଲା । ତେବେ ଆଜି ତାର ବ୍ୟବଚ୍ଛେଦ କରି ତଦନ୍ତ ଚଳାଇଛି ଜିଆରପି ପୋଲିସ ।

ମିଳିଥିବା ସୂଚନା ମୁତାବକ ଶନିବାର ଦିନ‌ପ୍ରାୟ ୧୨ଟା ୩୦ସମୟରେ । ଶାନ୍ତିପଲି ବସ୍ତି କଡ଼ରେ ଥିବା ଟ୍ରେନ ଲାଇନର ଦୁଇ ଟ୍ରାକ ମଝିରେ କିଛି ଜୁଆ ଖେଳୁଥିବାର ଖବର‌ ପାଇଥିଲା ପୋଲିସ । ଏନେଇ ସାଦା ବେଶରେ ରେଡ ମାରିବାକୁ ପହଞ୍ଚିଥିଲେ ୪ରୁ ୫ଜଣ କିଛି ଅଫିସର । ଏନେଇ ପୋଲିସ ଆସୁଥିବା ଦେଖି ସେଠାରେ ଥିବା ଜୁଆଡି ସେଠାରୁ ପଳାୟନ କରିବାକୁ ଚେଷ୍ଟା କରିଥିଲେ । ଗୋଟିଏ ପଟେ ପୋଲିସ ଅନ୍ୟପଟେ ଧଉଳି ଏକ୍ସପ୍ରେସ । ଏହାରି ଭିତରେ ଜୁଆ ଆଡା ପାଖରେ ୧୪ବର୍ଷର ନାବାଳକ ସୂର୍ଯ୍ୟକାନ୍ତ ପୋଲିସ ଦେଖି ଭୟଭୀତ ହୋଇ ଦୌଡ଼ିବାକୁ ଲାଗିଥିଲା । ଆଉ ହଠାତ ଭୁବନେଶ୍ବର ଷ୍ଟେସନରୁ କଟକ ଅଭିମୁଖେ ଯାଉଥିବା ଧଉଳି ଏକ୍ସପ୍ରେସରେ ପିଟି ହୋଇଯାଇଥିଲା ।

ଏହା ବି ପଢନ୍ତୁ- ଜୁଆ ଆଡ୍ଡା ଉପରେ ଚଢ଼ାଉ, 19 ଗିରଫ

ଟ୍ରେନର ବଗିରେ ପିଟି ହୋଇ ପିଲାଟି ଛିଟିକି ପଡ଼ିଥିଲା ଟ୍ରେନ ଲାଇନ କଡ଼ରେ । ପରେ ସେଠାରେ ପୋଲିସ ଏସବୁ ଘଟଣା ଦେଖି ସେଠାରୁ ଖସି ଆସିଥିଲେ । ପରେ ସେଠାରେ ବସ୍ତି ଲୋକ ଏ ଘଟଣା ଦେଖି ସେଠାରେ ରୁଣ୍ଡ ହୋଇଯାଇଥିଲେ । ଟ୍ରେନ ଟ୍ରାକରେ ମୃତଦେହ ପଡ଼ିଥିବା ଦେଖି ଷ୍ଟେସନରେ ଅନ୍ୟ ଟ୍ରେନର ଚାଳକ ଜଣାଇଥିଲେ । ଏନେଇ ଟ୍ରେନ ମୋମୋ ୩ଟା ୩୦ରେ ପାଇବା ପରେ ମୃତଦେହ ପାଖରେ ପହଞ୍ଚିଥିଲା ଜିଆରପି ପୋଲିସ । ପରେ ପୋଲିସ ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇଥିଲା । ତେବେ ଆଜି ପୋଷ୍ଟମର୍ଟମ ପରେ ପୋଲିସ ଭୟରେ ଗୁଡ଼ି ଉଡ଼ାଇବାକୁ ନେଇ ତାର ମୃତ୍ୟୁ ହୋଇଥିବା ଖବର ପ୍ରଚାର ହୋଇଥିଲା । ମୃତକର ଏପରି ମୃତ୍ୟୁକୁ ନେଇ ଶାନ୍ତିପଲି ବସ୍ତିରେ ଶୋକର‌ ଛାୟା ଖେଳିଥିବା ବେଳେ ଏହି ଘଟଣା କିପରି ଚାଲିଛି ସେ ନେଇ ତଦନ୍ତ ଚାଲିଛି ବୋଲି କହିଛନ୍ତି ଜିଆରପି ଆଇଆଇସି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଛୋଟ ପିଲାଟିର ମୃତ୍ୟୁ ପଛରେ ଜୁଆ ଆଡା ବୋଲି ଜଣାପଡିଛି । ମୃତ୍ୟୁ ପାଇଁ ଘଟଣାକୁ ଚପାଇ ଦିଆଯାଉଥିବା ସୂଚନା ମିଳିଛି । ଘଟଣାର ଅସଲ ସତ କଣ ଜୁଆ ଆଡ୍ଡା ଯୋଗୁଁ ରେଡ ବେଳେ ଛୁଆର ଜୀବନ ଜିବନ ଯିବା ଏନେଇ କାହିଁକି ଘଟଣାକୁ ହାଲୁକା ଭାବେ ନିଆଯାଉଛି । ଘଟଣାର ସତ ସାମ୍ନାକୁ ଆସିବ ନା ଚପିଯିବ ତାହା ଏବେ ଚର୍ଚ୍ଚାରେ ବିଷୟ ହୋଇଛି । ଶାନ୍ତି ପଲ୍ଲୀ ବସ୍ତି କଡ଼ରେ କିଛି ଯୁବକ ନିତିଦିନ‌ ସେଠାରେ ଜୁଆ ଆଡା ଲଗାନ୍ତି ।

ନିତିଦିନ ସେଠାରେ ‌ଟ୍ରାକ ମଝିରେ ଜୁଆ ଖେଳ ଚାଲିଥାଏ । କିଛି ପେସାଦାର ଜୁଆଡି ଆସି ସେଠାରେ ଜୁଆ ଖେଳିଥାନ୍ତି । ଏପରିକି ୧୦୦ରୁ ଆରମ୍ଭ କରି ୧୦ହଜାର‌ ପର୍ଯ୍ୟନ୍ତ ଜୁଆ ଖେଳ‌ ହୋଇଥାଏ । ହେଲେ ଦୁଇ ଟ୍ରେନ‌କଡରେ ବିଶ୍ରାମ ନେବାକୁ ଥିବା ସ୍ଥାନରେ ଏଭଳି ଜୁଆ ଆଡ୍ଡା ପାଇଁ ଯେ ଛୁଆର ଯିବନି ଯିବ ତାଙ୍କୁ ନେଇ ବସ୍ତିର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଘଟଣାର ସଠିକ ତଦନ୍ତ ହେଲେ ସତ ପଦାକୁ ଆସିବ ବୋଲି ଜଣେ ସୂତ୍ରରୁ ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details