ଓଡିଶା

odisha

ETV Bharat / state

ମାଗଣା କୋଚିଂ ପାଇଁ ଭିତ୍ତିଭୂମିର ଅଭାବ, ଏବେବି କଲେଜରେ ନାହିଁ ସ୍ମାର୍ଟକ୍ଲାସ - ଭିତ୍ତିଭୂମିର ଅଭାବ

Lack of infrastructure for free Coaching: ମାଗଣା ଜେଇଇ ଓ ନିଟ୍‌ କୋଚିଂ ପାଇଁ ଭିତ୍ତିଭୂମିର ଅଭାବ । ଏବେ ବି କଲେଜରେ ସ୍ମାର୍ଟ କ୍ଲାସ ନଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

Lack of infrastructure for free Coaching
Lack of infrastructure for free Coaching

By ETV Bharat Odisha Team

Published : Jan 6, 2024, 6:52 PM IST

Updated : Jan 6, 2024, 7:38 PM IST

ମାଗଣା କୋଚିଂ ପାଇଁ ଭିତ୍ତିଭୂମିର ଅଭାବ, ଏବେବି କଲେଜରେ ନାହିଁ ସ୍ମାର୍ଟକ୍ଲାସ

ଭୁବନେଶ୍ବର: ମାଗଣା ଜେଇଇ ଓ ନିଟ କୋଚିଂ ପାଇଁ ଭିତ୍ତିଭୂମିର ଅଭାବ । ଏବେ ବି ଅଧିକାଂଶ କଲେଜରେ ନାହିଁ ସ୍ମାର୍ଟ କ୍ଲାସ । ବାରମ୍ବାର କଲେଜକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସ୍ମାର୍ଟ କ୍ଲାସ ରୁମ୍ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅନେକ କଲେଜରେ ହୋଇନାହିଁ। ଏପଟେ ଆସନ୍ତା ୮ ତାରିଖଠାରୁ ବିଧିବଦ୍ଧ ଭାବରେ ଅନଲାଇନ ମାଧ୍ୟମରେ ଦିଆଯିବ କୋଚିଂ । ପ୍ରତ୍ୟେକ ଦିନ ୨ଟି ପର୍ଯ୍ୟାୟରେ କୋଚିଂ ଦିଆଯିବ ।

ଆସନ୍ତା ୮ ତାରିଖଠାରୁ ବିଧିବଦ୍ଧ ଭାବରେ ଅନଲାଇନ ମାଧ୍ୟମରେ ଦିଆଯିବ କୋଚିଂ । ଯୁକ୍ତ ଦୁଇ ପ୍ରଥମ ବର୍ଷର ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ଦିଆଯିବ ମାଗଣାରେ ମେଡିକାଲ ଏବଂ ଇଞ୍ଜିନିୟରିଂ ପାଠ୍ୟକ୍ରମ ସମେତ ପ୍ରତିଯୋଗିତାମୂଳକ ପାଠ୍ୟକ୍ରମ । ଯାହା ଛାତ୍ରଛାତ୍ରୀଙ୍କୁ ବିଶେଷ ଭାବରେ ସହାୟକ ହେବ । ଏନେଇ ମଧ୍ୟ ୩ ଦିନ ଧରି ସମସ୍ତ କଲେଜରେ ୱାର୍ମିଂ କ୍ଲାସ ଆରମ୍ଭ ହୋଇଛି । ଯାହା ମାଗଣା କୋଚିଂ ସାଙ୍ଗକୁ ଦିଆଯିବ ଷ୍ଟଡି ମ୍ୟାଟେରିଆଲ ।

ଏହା ବି ପଢନ୍ତୁ- ଆରମ୍ଭ ହେଲା ମାଗଣା ନିଟ୍ ଓ ଜେଇଇ କୋଚିଂ

ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଅଭିରାମ ଆୟାର କହିଛନ୍ତି, "ଆସନ୍ତା ସୋମବାରଠାରୁ ଆରମ୍ଭ ହେବ ମାଗଣାରେ ପ୍ରତିଯୋଗିତାମୂଳକ କୋଚିଂ । ସକାଳ ୮ଟା ୩୦ରୁ ୧୦ଟା ପର୍ଯ୍ୟନ୍ତ ଦିଆଯିବ କୋଚିଂ । ଏହାରି ମଧ୍ୟରେ ଅନେକ କଲେଜରେ ହୋଇନାହିଁ ସ୍ମାର୍ଟ କ୍ଲାସରୁମ୍ । କିଛି ମାସ ପୂର୍ବରୁ ରାଜ୍ୟର ସମସ୍ତ ଯୁକ୍ତ ଦୁଇ କଲେଜକୁ ସ୍ମାର୍ଟ କ୍ଲାସ ପ୍ରସ୍ତୁତ କରିବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଏପର୍ଯ୍ୟନ୍ତ ହୋଇନାହିଁ । ଯଦି ଯେଉଁ କଲେଜରେ ସ୍ମାର୍ଟ କ୍ଲାସ ଅଭାବରୁ ପିଲାମାନେ କୋଚିଂ ନେଇପାରିବେ ନାହିଁ। ତେବେ ସେନେଇ ପରବର୍ତ୍ତୀ ସମୟରେ ପଦକ୍ଷେପ ନିଆଯିବ। ଏହାସହ ଯେଉଁ କଲେଜରେ ନାହିଁ ସ୍ମାର୍ଟ କ୍ଲାସ ସେହି କଲେଜର ଅଧ୍ୟକ୍ଷମାନେ ଅସ୍ଥାୟୀ ଭାବରେ କିଛି ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।"

ଏହା ସହ ପାଖାପାଖି ଭାବରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ୭୦ ହଜାର ଛାତ୍ରଛାତ୍ରୀ ପାଠ ଲଢ଼ୁଛନ୍ତି। ସେହି ତୁଳନାରେ ପାଖାପାଖି ୬୫ ପ୍ରତିଶତ ପିଲାମାନେ ଏହାକୁ ଅଧିକ ପସନ୍ଦ କରୁଛନ୍ତି ବୋଲି କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ। ଏପଟେ କଲେଜ ଅଧ୍ୟାପକ ସଂଘର ସଭାପତି ଗୋଲକ ନାୟକ ଏଭଳି ମାଗଣା କୋଚିଂକୁ ସ୍ଵାଗତ କରିଛନ୍ତି । ସେ କହିଛନ୍ତି, "ଏହା ଆରମ୍ଭ କରିବା ପୂର୍ବରୁ ସମସ୍ତ କଲେଜରେ ସ୍ମାର୍ଟ କ୍ଲାସ ପ୍ରସ୍ତୁତ କରିବା ଆବଶ୍ୟକ । ତେବେ ଅନେକ ପିଲାମାନେ ଏହାର ସଠିକ ଭାବରେ ସୁବିଧା ପାଇପାରିବେ ।"

ସୂଚନା ଅନୁଯାୟୀ, ଆସନ୍ତା ସୋମବାରଠାରୁ ଆରମ୍ଭ ହେବ ବିଧିବଦ୍ଧ ଭାବରେ ମାଗଣାରେ ନିଟ ଓ ଜେଇଇ କୋଚିଂ ଦିଆଯିବ। ଦୁଇଟି ପର୍ଯ୍ୟାୟରେ ହେବ କ୍ଲାସ । ସକାଳ ୮ ଟା ୩୦ରୁ ୧୦ ଟା ପର୍ଯ୍ୟନ୍ତ କ୍ଲାସ କରାଯିବା ସହ ଅପରାହ୍ନ ୨ ଟା ସମୟରୁ ୩ ଟା ୩୦ ମିନିଟ ପର୍ଯ୍ୟନ୍ତ ହେବ କ୍ଲାସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 6, 2024, 7:38 PM IST

ABOUT THE AUTHOR

...view details