ଓଡିଶା

odisha

Weather Update: ଅକ୍ଟୋବର ୨୩ରୁ ୨୬ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

ଚଳିତ ବର୍ଷ ଭିଜିବ ଦଶହରା । ଅକ୍ଟୋବର ୨୩ରୁ ୨୬ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 16, 2023, 6:06 PM IST

Published : Oct 16, 2023, 6:06 PM IST

Odisha Weather
Odisha Weather

Weather Update

ଭୁବନେଶ୍ବର: ଚଳିତ ବର୍ଷ ଭିଜିବ ଦଶହରା । ଅକ୍ଟୋବର ୨୩ରୁ ୨୬ ତାରିଖ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟର ସମ୍ଭାବନାକୁ ନେଇ ରାଜ୍ୟରେ ୧୮ ତାରିଖରୁ ବଦଳିବ ପାଗ । ବର୍ଷା ହେବା ସହ କମିବ ତାପମାତ୍ରା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୧୮ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ଥିବାରୁ ରାଜ୍ୟରେ ଆଉ ଶୁଖିଲା ପାଗ ନୁହେଁ ବରଂ ମେଘୁଆ ପାଗ ରହିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ।

ଆସନ୍ତା ୧୮ ତାରିଖ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଥିବା ବେଳେ ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବର୍ଷା ଆଶଙ୍କା ରହିଛି । ଆସନ୍ତା ୧୮ ଓ ୧୯ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ଏହାର ଗତି ଓଡ଼ିଶା ଉପକୂଳ ଆଡ଼କୁ ରହିବ । ଆସନ୍ତା ୨୨ କିମ୍ବା ୨୩ ତାରିଖ ବେଳକୁ ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ । ୨୩ତାରିଖ ବେଳକୁ ଏହା ଦକ୍ଷିଣ ଓଡ଼ିଶା ଉପକୂଳରେ ପ୍ରଭାବ ପକାଇବ । ଦକ୍ଷିଣ ଓଡ଼ିଶା ଉପକୂଳ କଡ଼େ କଡ଼େ ଏହା ଆଗକୁ ବଢ଼ି ଉତ୍ତର ଓଡ଼ିଶା ପ୍ରବେଶ କରିପାରେ ୨୫ ତାରିଖ ବେଳକୁ ବୋଲି ପାଣିପାଗ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।

ଏହା ବି ପଢନ୍ତୁ- Weather Update: ରାଜ୍ୟରେ ବଢୁଛି ତାପମାତ୍ରା, 18ରେ 6 ଜିଲ୍ଲାରେ ବର୍ଷା ସମ୍ଭାବନା

ଏହା ପ୍ରଭାବରେ ୨୩ରୁ ୨୬ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ମୁଖ୍ୟତଃ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏହି ସମୟରେ ଲଗାଣ ବର୍ଷା ସମ୍ଭାବନ କମ ରହିଛି । ପାଗ ମେଘୁଆ ଓ କୋହଲା ରହିବା ସହ ଦିନରେ କାଲୁଆ ଲାଗିପାରେ ପାଗ । ପ୍ରଥମେ ଦକ୍ଷିଣ ଓଡ଼ିଶାରେ ପାଗ ବଦଳିବା ସହ ବର୍ଷା ହୋଇପାରେ ବୋଲି ଆକଳନ କରିଛନ୍ତି ଶରତ ସାହୁ । ଅନ୍ୟପଟେ ଆଗାମୀ ୨ ଦିନ ଯାଏଁ ପାଗ ଶୁଖିଲା ରହିବା ସହ ଗତ ୨୪ ଘଣ୍ଟାରେ ରାଜ୍ୟରେ ଶୁଖିଲା ପାଗ ଜାରି ରହିଛି । ଏହି କ୍ରମରେ ଗତ ୨୪ ଘଣ୍ଟାରେ ଚାନ୍ଦବାଲି ଓ ପାରାଦ୍ବୀପ ସର୍ବାଧିକ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେପଟେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ଶୁଖିଲା ରହିବା ସହ ରାତିର ତାପମାତ୍ରା କମ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ରାଜ୍ୟର କେତେକ ସ୍ଥାନରେ ବିଜୁଳି ଘଡଘଡି ଜନିତ ବର୍ଷା ହେଉଥିବା ବେଳେ ଦୁଇ ଦିନ ପରେ ଅର୍ଥାତ ୧୮ ତାରିଖ ବେଳକୁ ୬ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ବାଲେଶ୍ୱର, ଗଞ୍ଜାମ ଓ ଗଜପତିରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details