ଓଡିଶା

odisha

ETV Bharat / state

୫ ପୂର୍ବାଞ୍ଚଳ ରାଜ୍ୟର ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ସମ୍ବନ୍ଧୀୟ ଆଞ୍ଚଳିକ ବୈଠକ - ଜାତୀୟ ପ୍ରାଣିଧନ ମିଶନ

ପାଞ୍ଚଟି ପୂର୍ବାଞ୍ଚଳ ରାଜ୍ୟର ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ସମ୍ବନ୍ଧୀୟ ଆଞ୍ଚଳିକ ସମୀକ୍ଷା ବୈଠକ ଆୟୋଜିତ । ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ସହଯୋଗରେ ଭାରତ ସରକାରଙ୍କ ପଶୁ ପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ଏହାକୁ ଆୟୋଜନ କରିଛନ୍ତି । ଅଧିକ ପଢନ୍ତୁ

୫ ପୂର୍ବାଞ୍ଚଳ ରାଜ୍ୟର ପଶୁ ପାଳନ ଏବଂ ଦୁଗ୍ଧ ଉତ୍ପାଦନ ସମ୍ବନ୍ଧୀୟ ଆଞ୍ଚଳିକ ବୈଠକ
୫ ପୂର୍ବାଞ୍ଚଳ ରାଜ୍ୟର ପଶୁ ପାଳନ ଏବଂ ଦୁଗ୍ଧ ଉତ୍ପାଦନ ସମ୍ବନ୍ଧୀୟ ଆଞ୍ଚଳିକ ବୈଠକ

By ETV Bharat Odisha Team

Published : Aug 26, 2023, 7:20 AM IST

ଭୁବନେଶ୍ୱର: ପାଞ୍ଚଟି ପୂର୍ବାଞ୍ଚଳ ରାଜ୍ୟର ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ସମ୍ବନ୍ଧୀୟ ଆଞ୍ଚଳିକ ସମୀକ୍ଷା ଆୟୋଜିତ । ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ସହଯୋଗରେ ଭାରତ ସରକାରଙ୍କ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ଏହାକୁ ଆୟୋଜନ କରିଛନ୍ତି । ପାଞ୍ଚଟି ପୂର୍ବାଞ୍ଚଳ ରାଜ୍ୟ ହେଉଛି ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼ । ଏହି ୫ ରାଜ୍ୟକୁ ନେଇ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ସମ୍ବନ୍ଧୀୟ ଏକ ଆଞ୍ଚଳିକ ସମୀକ୍ଷା ବୈଠକ ଭୁବନେଶ୍ଵରର ଏକ ଘରୋଇ ହୋଟେଲରେ ଆୟୋଜିତ ହୋଇଛି ।

ସୂଚନାଯୋଗ୍ୟ, ଭାରତ ସରକାରଙ୍କ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗର ସଚିବ ଅଳକା ଉପାଧ୍ୟାୟ ବୈଠକର ସଭାପତିତ୍ୱ କରିଛନ୍ତି । ପୂର୍ବାଞ୍ଚଳର ଏହି ପାଞ୍ଚଟି ରାଜ୍ୟରେ ପ୍ରାଣୀ ସ୍ୱାସ୍ଥ୍ୟ ଏବଂ ରୋଗ ନିୟନ୍ତ୍ରଣ କାର୍ଯକ୍ରମ (LHDCP), ଜାତୀୟ ପ୍ରାଣୀଧନ ମିଶନ (NLM), ରାଷ୍ଟ୍ରୀୟ ଗୋକୁଳ ମିଶନ (RGM), ପ୍ରାଣୀପାଳନ ଭିତ୍ତିଭୂମି ବିକାଶ ପାଣ୍ଠି (AHIDF) ଏବଂ କିଶାନ କ୍ରେଡିଟ କାର୍ଡ (KCC) ଆଦି କେନ୍ଦ୍ରୀୟ ତଥା କେନ୍ଦ୍ର ପ୍ରାୟୋଜିତ ଯୋଜନାର ଅଗ୍ରଗତି ଉପରେ ସଚିବ ଏକ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି ।

ଜାତୀୟ ପ୍ରାଣୀ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ପଶୁମାନଙ୍କୁ ଟୀକାକରଣ, ଦେଶବ୍ୟାପୀ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ ଅନ୍ତର୍ଗତ କୃତ୍ରିମ ପ୍ରଜନନ, ଜାତୀୟ ପଶୁ ସମ୍ପଦ ମିଶନର ସ୍କିମାଟିକ ପ୍ରଗତି ବାବଦରେ ଆଲୋଚନା କରାଯାଇଛି । ଛେଳି ଫାର୍ମ ୟୁନିଟ, ଗୋପାଳନ ୟୁନିଟ, ଘାସ ଚାଷ ୟୁନିଟ ଏବଂ ତାଲିମ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି । ଏହି କାର୍ଯ୍ୟକ୍ରମଗୁଡିକ କାର୍ଯ୍ୟକାରୀ କରିବାରେ ରାଜ୍ୟମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଉପରେ ଧ୍ୟାନ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ...ଦେଶରେ ସାର ଉପଲବ୍ଧତା ଓ ବ୍ୟବହାର ସମ୍ପର୍କରେ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ରାଜ୍ୟଗୁଡିକ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନାର ଭୌତିକ ଏବଂ ଆର୍ଥିକ ଅଗ୍ରଗତିର ସମୀକ୍ଷା, PFMSରେ ପୁରୁଣା ତଥ୍ୟ ଏଣ୍ଟ୍ରି, ରାଜ୍ୟ ଲିଙ୍କ ହୋଇଥିବା ଯୋଜନା ଗୁଡିକର ମ୍ୟାପିଂ, ଭାରତ କୋଶ ମାଧ୍ୟମରେ ସୁଧ ଦେୟ, ଟ୍ରେଜେରୀରୁ SNA ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର, ଅସନ୍ତୁଳିତ ବାଲାନ୍ସ ବାତିଲ, ନୂତନ ପ୍ରସ୍ତାବ ଦାଖଲ ଏବଂ ୨୦୨୩-୨୪ ପାଇଁ ନୂତନ ପ୍ରସ୍ତାବର ସମୀକ୍ଷା, ବିଭାଗର ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ, ରାଜ୍ୟଗୁଡିକ ଦ୍ୱାରା ପିଏମ୍ ଗତି ଶକ୍ତି କାର୍ଯ୍ୟ ଯୋଜନା, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଗତି କାର୍ଯ।ନ୍ଵୟନରେ ସମସ୍ୟା, ଟିକାକରଣ କାର୍ଯ୍ୟକ୍ରମ ସହ ଜଡିତ ସମସ୍ୟା, AHDF ଓ KCCର କାର୍ଯକାରିତା ଉପରେ ଆଲୋଚନା କରାଯାଇଛି । ସଚିବ ସମସ୍ତ ରାଜ୍ୟକୁ କଠିନ ପରିଶ୍ରମର ସହ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି । ଯାହାଦ୍ଵାରା ଉପରୋକ୍ତ କେନ୍ଦ୍ରୀୟ ଯୋଜନାରେ ଲକ୍ଷ୍ୟ ହାସଲ ହୋଇପାରିବ ।

ବୈଠକ ପୂର୍ବରୁ ପ୍ରାଣୀରୋଗ ସମ୍ବନ୍ଧୀୟ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ଏବଂ ରୋଗର ପୂର୍ବାନୁମାନ ପାଇଁ ଜିନୋମିକ୍ ସର୍ଭିଲାନ୍ସ ସହିତ ପ୍ରାଣୀରୋଗ ଉପରେ ନଜର ରଖିବା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । ଏଥିରେ ଅଂଶଗ୍ରହଣକାରୀ ରାଜ୍ୟମାନଙ୍କ ସହିତ ଏକ ବ୍ରେନ ଷ୍ଟରମିଂ ଅଧିବେଶନ ଅନୁଷ୍ଠିତ ହୋଇଛି । ଏହି କାର୍ଯକ୍ରମରେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସମେତ ଅଂଶଗ୍ରହଣକାରୀ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି ।

ABOUT THE AUTHOR

...view details