ଭୁବନେଶ୍ବର : ଭିଜିବ ରଙ୍ଗର ପର୍ବ ହୋଲି । ପଶ୍ଚିମା ଝଡ ଆଣିବ ବର୍ଷା। ବର୍ଷା ପ୍ରଭାବରେ ତାତିରୁ ମିଳିବା ତ୍ରାହି । ଏନେଇ ୯ ଓ ୧୦ ତାରିଖରେ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ୮, ୯ ଏବଂ ୧୦ ତାରିଖରେ ପଶ୍ଚିମା-ଝଡ଼ ପ୍ରଭାବରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଏହାକୁ ନେଇ ୯ ତାରିଖରେରେ ସୁନ୍ଦରଗଡ, କେନ୍ଦୁଝର,ମୟୁରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ଏବଂ ଯାଜପୁର ରେ ବର୍ଷା ହେବାର ଆକଳନ କରିଛି ଵିଭାଗ । ସେହିପରି ୧୦ ତାରିଖରେ ରେ କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷା ହେବାର ଆକଳନ କରିଛି ଵିଭାଗ। ତେବେ ଏହି ବର୍ଷାର ସମ୍ଭାବନାକୁ ନେଇ ୯ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ଓ୍ବାର୍ଣ୍ଣିଂ ଚେତାବନୀ ଜାରି କରିଛି ।
ଅନ୍ୟପଟେ ମାର୍ଚ୍ଚ ଆରମ୍ଭରୁ ସ୍ୱାଭାବିକ ଠାରୁ ୨ ରୁ 3 ଡିଗ୍ରୀ ଯାଏଁ ଅଧିକା ଟାଣ ଖରା ହେଉଥିବା ସହ ଅସମ୍ଭାଳ ତାତି ଅନୁଭୂତ ହେଉଥିଲା। ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ବିଶେଷ ଭାବେ ଗରମ ଅନୁଭୂତ ହେଉଥିଲା । ଗତକାଲି ଝାରସୁଗୁଡା ରେ ୩୭ .୮ ଦଶମିକ ତାପମାତ୍ରା ରେକର୍ଡ ସହ ସବୁଠୁ ଉତ୍ତପ୍ତ ସହର ଥିଲା । ଏବେ ରାଜ୍ୟରେ ପାଗ ଶୁଖିଲା ରହୁଥିବା ସହ ବାୟୁମଣ୍ଡଳର ଆଦ୍ରତା କମ୍ ରହିଛି । ଗତକାଲି ଠାରୁ ଆଜି ଯାଏଁ ଯଦିଓ ପାଣିପାଗର ନିୟାମକରେ ସେଭଳି ପାଗର ପରିବର୍ତ୍ତନ ହୋଇ ନାହିଁ । କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ସ୍ଥାନରେ ୨ ରୁ 3 ଡିଗ୍ରୀ ତାପମାତ୍ରା କମିଥିବା ବିଭାଗ ସୂଚନା ଦେଇଛି ।