ଓଡିଶା

odisha

ETV Bharat / state

ନନ୍ଦନକାନନରେ ୭ ବର୍ଷର ରେକର୍ଡ ଭାଙ୍ଗିଲା ପର୍ଯ୍ୟଟକଙ୍କ ଭିଡ - ସର୍ବାଧିକ ପର୍ଯ୍ୟଟକ ନନ୍ଦନକାନନ ବୁଲିଥିବା ରେକର୍ଡ

ବିଗତ ୭ ବର୍ଷ ମଧ୍ୟରେ ବଡଦିନ ଉପଲକ୍ଷେ ଆଜି ସର୍ବାଧିକ ପର୍ଯ୍ୟଟକ ନନ୍ଦନକାନନ ବୁଲିବା ପାଇଁ ଆସିଥିବା ରେକର୍ଡ ହୋଇଛି । ଆଜି ନନ୍ଦନକାନନ ବୁଲିଛନ୍ତି ପ୍ରାୟ ୪୬ ହଜାର ୧୪୮ ଜଣ ପର୍ଯ୍ୟଟକ । ତେବେ ପ୍ରାଣୀ ଉଦ୍ୟାନ ଭିତରେ ପର୍ଯ୍ୟଟକ ଓ ଜୀବଜନ୍ତୁଙ୍କ ସୁରକ୍ଷା ଉପରେ ବିଶେଷ ଭାବେ ଧ୍ୟାନ ଦିଆଯାଉଛି । ଅଧିକ ପଢ଼ନ୍ତୁ

ନନ୍ଦନକାନନରେ ୭ ବର୍ଷର ରେକର୍ଡ ଭାଙ୍ଗିଲା ପର୍ଯ୍ୟଟକଙ୍କ ଭିଡ
ନନ୍ଦନକାନନରେ ୭ ବର୍ଷର ରେକର୍ଡ ଭାଙ୍ଗିଲା ପର୍ଯ୍ୟଟକଙ୍କ ଭିଡ

By

Published : Dec 25, 2022, 10:54 PM IST

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ନନ୍ଦନକାନନରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ଆଜି ବଡ଼ଦିନ ଥିବାରୁ ନନ୍ଦନକାନନରେ ଅହେତୁକ ଭିଡ ଦେଖିବାକୁ ମିଳିଛି । ୭ ବର୍ଷ ମଧ୍ୟରେ ବଡଦିନ ଉପଲକ୍ଷେ ଆଜି ସର୍ବାଧିକ ପର୍ଯ୍ୟଟକ ନନ୍ଦନକାନନ ବୁଲିବା ପାଇଁ ଆସିଥିଲେ । ଚଳିତ ବର୍ଷ ବଡଦିନରେ ନନ୍ଦନକାନନ ବୁଲିଛନ୍ତି ପ୍ରାୟ ୪୬ ହଜାର ୧୪୮ ଜଣ ପର୍ଯ୍ୟଟକ । ସେହିଭଳି ରାଜ୍ୟ ବଟାନିକାଲ ଗାର୍ଡେନରେ ଆଜିର ଦିନରେ ୫ ହଜାର ୩୫୮ ଜଣ ପର୍ଯ୍ୟଟକ ବୁଲିଛନ୍ତି ।

ନନ୍ଦନକାନନରେ ୭ ବର୍ଷର ରେକର୍ଡ ଭାଙ୍ଗିଲା ପର୍ଯ୍ୟଟକଙ୍କ ଭିଡ

ବିଗତ ୭ ବର୍ଷର ତଥ୍ୟ ଦେଖିଲେ ୨୦୧୬ ମସିହାରେ ୪୦ ହଜାର ୦୭୮, ୨୦୧୭ ମସିହାରେ ୨୩ ହଜାର ୬୨୮, ୨୦୧୮ ମସିହାରେ ୩୪ ହଜାର ୯୧୪, ୨୦୧୯ ମସିହାରେ ୨୯ ହଜାର ୭୦୧, ୨୦୨୦ ମସିହାରେ ୬ ହଜାର ୭୬୯ ଜଣ, ୨୦୨୧ ମସିହାରେ ୨୦ ହଜାର ୦୧୩ ପର୍ଯ୍ୟଟକ ନନ୍ଦନକାନନ ବୁଲିବା ପାଇଁ ଆସିଥିଲେ । ତେବେ ୨୦୨୨ ମସିହା ବଡ଼ଦିନରେ ଅର୍ଥାତ ଆଜି ରେକର୍ଡ ସଂଖ୍ୟକ ୪୬ ହଜାର ୧୪୮ ଜଣ ପର୍ଯ୍ୟଟକ ବୁଲିବା ପାଇଁ ଆସିଛନ୍ତି । ଏହାସହ ରାଜ୍ୟ ବଟାନିକାଲ ଗାର୍ଡେନରେ ଆଜିର ଦିନରେ ବୁଲିଛନ୍ତି ୫ ହଜାର ୩୫୮ ଜଣ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବଡ଼ଦିନ ଛୁଟି କାଟିବା ପାଇଁ ଅଫଲାଇନରେ ୪୨ ହଜାର ୫୭୧ ଓ ଅନଲାଇନରେ ୩ ହଜାର ୫୭୭ ଜଣ ପର୍ଯ୍ୟଟକ ଟିକେଟ କାଟିଛନ୍ତି । ସେହିପରି ଭାବରେ ଟଏ ଟ୍ରେନରେ ଆଜି ୮୧୧ ଜଣ ବୁଲିଛନ୍ତି ।

ସୂଚନା ଅନୁଯାୟୀ, ବଡଦିନ ଓ ନୂଆବର୍ଷ ପାଇଁ ନନ୍ଦନକାନନ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ରହିଛି । ପର୍ଯ୍ୟଟକଙ୍କ ସୁରକ୍ଷା ମୁଖ୍ୟ ଉଦ୍ଦେଶ୍ୟ ରହିଥିବା ବେଳେ ନନ୍ଦନକାନନ ଥାନା ପୋଲିସ ଓ ନନ୍ଦନକାନନର କର୍ମଚାରୀ ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ପ୍ରାଣୀ ଉଦ୍ୟାନ ଭିତରେ ସମସ୍ତ ଅଞ୍ଚଳରେ ଓ ଛକ ସ୍ଥାନରେ ସିସିଟିଭି କ୍ୟାମେରା ଲାଗିଛି । ଏହାସହ ଯେଭଳି ଭାବରେ ଜୀବଜନ୍ତୁଙ୍କର କୌଣସି ଅସୁବିଧା ନହୁଏ ସେଥିପ୍ରତି ନନ୍ଦନକାନନ କର୍ତ୍ତୃପକ୍ଷ ଧ୍ୟାନ ଦେଉଛନ୍ତି । ଅନ୍ୟପଟେ ପକେଟ ମାର ଚୋରଙ୍କୁ ତୀକ୍ଷ୍‌ଣ ନଜର ରଖାଯାଇଛି । ମାଇକ ମାଧ୍ୟମରେ ପର୍ଯ୍ୟଟକଙ୍କୁ ନିଜ ଜିନିଷ ପାଖରେ ସୁରକ୍ଷିତ ରଖିବାକୁ ସୂଚନା ଦିଆଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ABOUT THE AUTHOR

...view details