ଓଡିଶା

odisha

By ETV Bharat Odisha Team

Published : Aug 24, 2023, 7:56 PM IST

ETV Bharat / state

ଓଡ଼ିଶାର ଉଦ୍ୟମିତାକୁ ଧ୍ଵଂସ କରୁଛି ବିଜେଡ଼ି ସରକାର: ପୃଥୀରାଜ ହରିଚନ୍ଦନ

ଓଡ଼ିଶା ଶାସନ ବ୍ୟବସ୍ଥା ଉପରେ ଓଡ଼ିଆ ଉଦ୍ୟମୀ ସାକ୍ୟ ସିଂହ ମହାପାତ୍ରଙ୍କ କବିତାକୁ ନେଇ ଟ୍ବିଟ୍ ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାପରେ ରାଜ୍ୟରେ ଶାସନ ବ୍ୟବସ୍ଥାକୁ ନେଇ ବିଜେଡି ଉପରେ ବର୍ଷିଛି ବିଜେପି। ଅଧିକ ପଢନ୍ତୁ

ରାଜ୍ୟରେ ଶାସନ ବ୍ୟବସ୍ଥାକୁ ନେଇ ବର୍ଷିଲା ବିଜେପି
ରାଜ୍ୟରେ ଶାସନ ବ୍ୟବସ୍ଥାକୁ ନେଇ ବର୍ଷିଲା ବିଜେପି

ରାଜ୍ୟରେ ଶାସନ ବ୍ୟବସ୍ଥାକୁ ନେଇ ବର୍ଷିଲା ବିଜେପି

ଭୁବନେଶ୍ବର: ଓଡ଼ିଆ ଉଦ୍ୟମୀ ସାକ୍ୟ ସିଂହ ମହାପାତ୍ରଙ୍କ କବିତାକୁ ନେଇ ଓଡ଼ିଶା ଶାସନ ବ୍ୟବସ୍ଥା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ ଉଠାଇ ଥିଲେ । ଏହି ପ୍ରସଙ୍ଗରେ ବିଜେପି ପ୍ରତିକ୍ରିୟା ରଖି ବିଜେଡିକୁ ଟାର୍ଗେଟ କରିଛି। ଏହାକୁ ନେଇ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ବିଜେଡି ସରକାରରେ ଓଡ଼ିଶାରେ ଶାସନ ବ୍ୟବସ୍ଥା ନାହିଁ ଏହା ସ୍ପଷ୍ଟ ଅଛି । ଓଡ଼ିଶା ଶାସନ ବ୍ୟବସ୍ଥାକୁ କିଏ ଧ୍ଵଂସ କରିଛି ଏହାର ସ୍ପଷ୍ଟ ଚିତ୍ର ବି ଓଡ଼ିଶାବାସୀ ଜାଣିଛନ୍ତି । ମୁଖ୍ୟମନ୍ତ୍ରୀ ଯେଉଁଠି ଅକ୍ଷମ, ଅଯୋଗ୍ୟ ହୋଇ ଘରେ ଶୋଇ ରହନ୍ତି ଏବଂ ତାଙ୍କର ସରକାରୀ ଚାକିରିଆ ଗୁମାସ୍ତାମାନେ ବିଭିନ୍ନ ଆଡେ ବୁଲି ତାଙ୍କ ପାଇଁ କାମ କରୁଛନ୍ତି ଏଭଳି ଜାଗାରେ ଶାସନ ବ୍ୟବସ୍ଥା ଚାଲେ ନାହିଁ।"

ରାଜ୍ୟରେ ଶାସନ ବ୍ୟବସ୍ଥାକୁ ନେଇ ବର୍ଷିଲା ବିଜେପି
ସେ ଆହୁରି ମଧ୍ୟ କହିଛନ୍ତି, "ବ୍ରିଟିଶ ସମୟରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା, ଓଡ଼ିଶାର ଉଦ୍ୟୋଗ, କଳକାରଖାନା ଓ ହସ୍ତ ଶିଳ୍ପକୁ ଧ୍ଵଂସ କରିବା ପାଇଁ ବ୍ରିଟିଶ ସରକାର ଯେଉଁ ଷଡ଼ଯନ୍ତ୍ର କରୁଥିଲେ ଆଜି ଏଠାରେ ନିର୍ବାଚିତ ସରକାର ସେମିତି କରୁଛି । ଯେଉଁଥିପାଇଁ ଓଡ଼ିଶାର ଯୁବ ସମାଜ ଆଜି ଅସହାୟ ହୋଇପଡ଼ିଛନ୍ତି । ରାଜ୍ୟରେ ଉଦ୍ୟମିତାକୁ ଧ୍ଵଂସ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାକୁ ବିରୋଧ ଏବଂ କଟାକ୍ଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ତବ୍ୟ ଦେଇଛନ୍ତି । ଯଦି ରାଜ୍ୟ ସରକାରଙ୍କ ମୁହଁରେ ଲଜ୍ଜା ସରମ ଥିବ ତେବେ ଏହି ପ୍ରକ୍ରିୟାରୁ ଓହରିବେ । ଓଡିଶାକୁ ଧ୍ଵଂସ କରିବାକୁ ଯେଉଁ ପ୍ରୟାସ କରିଛନ୍ତି ସେଥିରୁ କ୍ଷାନ୍ତ ରଖିବେ ସରକାର।" ସେହିପରି ନିଯୁକ୍ତି ପ୍ରସଙ୍ଗ ମଧ୍ୟ ଉଠାଇଛି ବିଜେପି । ପୃଥ୍ବୀରାଜ କହିଛନ୍ତି, "ରାଜ୍ୟର ସ୍କିଲ ଓଡ଼ିଶା ପ୍ଲାଟଫର୍ମ ଏକ ଧୂଆଁବାଣ । ସ୍କିଲ୍‌ ଓଡ଼ିଶା କାମ କରୁନାହିଁ, ଯେଉଁଥିପାଇଁ ମିଶନର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଅସହାୟ ଅବସ୍ଥାରେ ନିଜକୁ ନିବୃତ୍ତ ରଖିଲେ । ଓଡ଼ିଶାରେ ସ୍କିଲ୍‌ ଡେଭେଲପମେଣ୍ଟ୍‌ ଏବଂ ଉଦ୍ୟମିତା, ଶିଳ୍ପାୟନ ପ୍ରକ୍ରିୟା ଜିରୋରେ ପହଞ୍ଚିଛି । ଡାଉନ୍‌ ଷ୍ଟ୍ରିମ୍‌ ଇଣ୍ଡଷ୍ଟ୍ରି ହେଲା ଭଳି ବି ପରିଲକ୍ଷିତ ହେଉନାହିଁ । ଓଡ଼ିଶାର ଉଦ୍ୟମିତାକୁ ଧ୍ଵଂସ କରୁଛି ବିଜେଡ଼ି ସରକାର । ଆଗାମୀ ଦିନରେ ଲୋକମାନେ ନିଶ୍ଚିତ ଏହି ସରକାରକୁ ପ୍ରତ୍ୟାଖ୍ୟାନ କରିବେ ।"

ଏହା ବି ପଢନ୍ତୁ...20 ହଜାର ଶିକ୍ଷକଙ୍କ ଠିକା ନିଯୁକ୍ତି ବ୍ୟବସ୍ଥା, ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ସୂଚନା ଥାଉକି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ଜଣେ ଓଡ଼ିଆ ଉଦ୍ୟମୀ ଶାକ୍ୟସିଂହ ମହାପାତ୍ରଙ୍କ ଦ୍ୱାରା ଓଡ଼ିଶାର ଶାସନ ଓ ସାମାଜିକ ବ୍ୟବସ୍ଥାକୁ ନେଇ ଲିଖିତ ଏକ କବିତା ପଢ଼ିବା ପରେ ଚିନ୍ତାବ୍ୟକ୍ତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି, "କବିତା ମାଧ୍ୟମରେ ଓଡ଼ିଶାର ଶାସନ ଓ ସାମାଜିକ ବ୍ୟବସ୍ଥା ଉପରେ ଥିବା ନିଜର ଉଦବେଗ ଓ ଅଭିବ୍ୟକ୍ତିକୁ ପ୍ରକାଶ କରାଯାଇଛି । ତାଙ୍କର ଏହି କବିତା ପଢ଼ିବା ପରେ ବ୍ୟାସକବି ଫକୀରମୋହନ ସେନାପତି ୧୯୦୮ ମସିହାରେ ତାଙ୍କ ‘ଅରଟ’ ପ୍ରବନ୍ଧରେ ଲେଖିଥିବା ଏକ ପଦ୍ୟ ମନେ ପଡିଲା । ରାଜ୍ୟର ଯୁବବର୍ଗ ଓ ଉଦ୍ୟମୀଙ୍କ ମନରେ ଏଭଳି ଆନ୍ଦୋଳିତ ହେଉଥିବା ପ୍ରଶ୍ନ ଚିନ୍ତିତ କରିଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details