ଓଡିଶା

odisha

ETV Bharat / state

ହିତାଧିକାରୀଙ୍କୁ ଯୋଗାଣ ସହାୟିକା କମ୍ ସାମଗ୍ରୀ ଦେଉଥିବା ଅଭିଯୋଗ

ରାଉତପଡା ଯୋଗାଣ ସହାୟିକା ହିତାଧିକାରୀଙ୍କୁ କମ୍ ସାମଗ୍ରୀ ଦେଉଥିବା ଅଭିଯୋଗ । ଅଧିକ ପଢନ୍ତୁ...

ହିତାଧିକାରୀଙ୍କୁ କମ୍ ସାମଗ୍ରୀ ଦେଉଛନ୍ତି ରାଉତପଡା ଯୋଗାଣ ସହାୟିକା
ହିତାଧିକାରୀଙ୍କୁ କମ୍ ସାମଗ୍ରୀ ଦେଉଛନ୍ତି ରାଉତପଡା ଯୋଗାଣ ସହାୟିକା

By

Published : Jun 4, 2021, 9:29 AM IST

ଖୋର୍ଦ୍ଧା:ଜିଲ୍ଲା ବେଗୁନିଆ ବ୍ଲକ ରାଉତପଡା ପଞ୍ଚାୟତରେ ଯୋଗାଣ ସହାୟିକା ହିତାଧିକାରୀଙ୍କୁ ସରକାର ଦେଉଥିବା ରାସନ ସାମଗ୍ରୀ ଠାରୁ କମ ସାମଗ୍ରୀ ଦେଉଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ହିତାଧିକାରୀ ମାନେ ପଞ୍ଚାୟତ ଆଗରେ ହୋହଲ୍ଲା କରିଥିବା ଦେଖାଦେଇଛି ।

ହିତାଧିକାରୀଙ୍କୁ କମ୍ ସାମଗ୍ରୀ ଦେଉଛନ୍ତି ରାଉତପଡା ଯୋଗାଣ ସହାୟିକା

ସେପଟେ ରାଉତପଡ଼ାର ଯୋଗାଣ ସହାୟିକା କହିଛନ୍ତି ଜଣେ ହିତାଧିକାରୀ ପ୍ରକୃତ ଘଟଣା ନଜାଣି ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଳଜ କରିଛନ୍ତି, ତେଣୁ ସେ ରାସନ ସାମଗ୍ରୀ ଦେବା ବନ୍ଦ କରି ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ଲୋକଙ୍କୁ କମ୍ ସାମଗ୍ରୀ ଦିଆଯାଉଥିବା ସମ୍ପର୍କରେ କହିଛନ୍ତି ଚଳିତ ଥର ସରକାର କୋଭିଡ ପାଇଁ ଘୋଷଣା କରିଥିବା ଚାଉଳ ଆସିଛି କିନ୍ତୁ ଗହମ ଆସିନି । ତେଣୁ ହିତାଧିକାରୀଙ୍କୁ କେବଳ ସେମାନଙ୍କର କୋଟାରେ ଆସଥିବା ଚାଉଳ ଦିଆଯାଇଛି ଏବଂ ଗହମ ଆସିଲେ ଦିଆଯିବ ବୋଲି କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details