ଖୋର୍ଦ୍ଧା: ଗରିବ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସରକାର ରାସନ କାର୍ଡ ପ୍ରଦାନ କରିଛନ୍ତି । କିନ୍ତୁ ସେହି କାର୍ଡ ଏବେ ପଡିଛି ଜଙ୍ଗଲରେ । ଗୋଟିଏ କି 2ଟି ନୁହେଁ ବରଂ 30 ରୁ 40ଟି ରାସନକାର୍ଡ ଜଙ୍ଗଲ ଭିତରେ ପଡିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଭିଡିଓଟି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଅଞ୍ଚଳର ବୋଲି ଜଣାପଡିଛି । ସେହି ଭିଡିଓରେ ସ୍ଥାନୀୟ କିଛି କଲେଜ ଛାତ୍ର ରାସନ କାର୍ଡ ଗୁଡିକୁ ଦେଖି ଭିଡିଓ କରିଥିବା ଜଣାପଡୁଛି ।