ଓଡିଶା

odisha

ETV Bharat / state

ଖୋର୍ଦ୍ଧାରେ ମହାଆଡମ୍ବରରେ ରଥଯାତ୍ରା ସମ୍ପନ୍ନ - ଖୋର୍ଦ୍ଧା

ଶ୍ରୀ ଅନନ୍ତ ପୁରୁଷୋତ୍ତମ କ୍ଷେତ୍ରର ରଥଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Jul 4, 2019, 9:52 PM IST


ଖୋର୍ଦ୍ଧା: ମହାପ୍ରଭୁଙ୍କର ରଥଯାତ୍ରା ଶ୍ରୀ ଅନନ୍ତ ପୁରୁଷୋତ୍ତମ କ୍ଷେତ୍ରରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି । ପରମ୍ପରା ଓ ରୀତିନୀତି ଅନୁସାରେ ଏହି ରଥଯାତ୍ରାର ସମସ୍ତ କାର୍ଯ୍ୟ ସଂପନ୍ନ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସକାଳୁ ଶ୍ରୀଜୀଉମାନଙ୍କର ବିଭିନ୍ନ ନୀତି କରାଯାଇଥିଲା । ଏହାପରେ ପହଣ୍ଡି କରାଯାଇ ରଥରେ ବିରାଜମାନ କରାଯାଇଥିଲା । ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ଛେରା ପହଁରା କରିଥିଲେ । ଏହା ପରେ ଉପସ୍ଥିତ ହଜାର ହଜାର ଭକ୍ତ ମହାଆନନ୍ଦରେ ମହାପ୍ରଭୁଙ୍କ ରଥକୁ ଟାଣି ଟାଣି ମାଉସୀମା ମନ୍ଦିରରେ ପହଞ୍ଚାଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details