ଓଡିଶା

odisha

ETV Bharat / state

Ratha Yatra 2023: ବାଣୀବିହାର ରଥଯାତ୍ରା ଦିଏ ନିଆରା ବାର୍ତ୍ତା; ମହିଳା କରନ୍ତି ଛେରାପହଁରା - ଭୁବନେଶ୍ବର ଉତ୍କଳ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର ଉତ୍କଳ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି ରଥଯାତ୍ରା । ତେବେ ଏହି ରଥଯାତ୍ରା ଦିଏ ନିଆରା ବାର୍ତ୍ତା । ବିଭିନ୍ନ ସ୍ଥାନରେ ଅଧିକାଂଶ ରଥରେ ପୁରୁଷ ଅତିଥି ଛେରା ପହଁରା କରୁଥିବା ବେଳେ ଏଠାରେ କୁଳପତି କରନ୍ତି ଛେରା ପହଁରା । ସେ ମହିଳା ହୁଅନ୍ତୁ ବା ପୁରୁଷ । ଅଧିକ ପଢ଼ନ୍ତୁ

ବାଣୀବିହାର ରଥଯାତ୍ରା ଦିଏ ନିଆରା ବାର୍ତ୍ତା
ବାଣୀବିହାର ରଥଯାତ୍ରା ଦିଏ ନିଆରା ବାର୍ତ୍ତା

By

Published : Jun 20, 2023, 11:07 PM IST

ବାଣୀବିହାର ରଥଯାତ୍ରା ଦିଏ ନିଆରା ବାର୍ତ୍ତା

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି ରଥଯାତ୍ରା । ସବୁ ବର୍ଷ ପରି ଏଠାରେ ବି ହୁଏ ଧୁମ୍‌ଧାମରେ ଘୋଷଯାତ୍ରା । ରତ୍ନବେଦୀରୁ ଆସି ମହାପ୍ରଭୁ ବିଜେ କରନ୍ତି ରଥରେ । ରଥାରୁଢ଼ ହୋଇ କ୍ୟାମ୍ପସ ପରିକ୍ରମା କରି ପହଞ୍ଚନ୍ତି ମାଉସୀ ମା' ମନ୍ଦିରରେ । ମହାପ୍ରଭୁଙ୍କ ଏହି ନବଦିନାତ୍ମକ ଯାତ୍ରା ବେଶ ନିଆରା ଓ ରୋଚକ ହୋଇଥାଏ । ବର୍ଷକରେ ଥରେ ଏହି ଯାତ୍ରା ଦେଖିବା ପାଇଁ କ୍ୟାମ୍ପସ୍‌ ପରିସରରେ ଜମା ହୋଇଥାନ୍ତି ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପ୍ରଫେସର ଏବଂ ସେମାନଙ୍କ ପରିବାର ବର୍ଗ । ଆଉ ବେଶ ଆଡମ୍ବର ପାଳନ ହୁଏ ରଥଯାତ୍ରା ।

ବାଣୀବିହାର ରଥଯାତ୍ରା ଦିଏ ନିଆରା ବାର୍ତା

କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ଏହି ଶିକ୍ଷାନୁଷ୍ଠାନରେ ଏହି ରଥଯାତ୍ରା ଏକ ନିଆରା ବାର୍ତ୍ତା ସମାଜକୁ ଦେଇଥାଏ । କାରଣ ଏଠାରେ ରଥାରୁଢ଼ ତିନି ଠାକୁରଙ୍କ ଛେରା ପହଁରା ନୀତି ପାଇଁ ନଥାଏ କୌଣସି ବାରଣ କି ନଥାଏ କୌଣସି ଲିଙ୍ଗଗତ ଭେଦଭାବ । କାରଣ ଏଠାରେ ଯିଏ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ଥାଆନ୍ତି, ସେ କରନ୍ତି ରଥାରୁଢ଼ ତିନି ଠାକୁରଙ୍କ ରଥର ଛେରା ପହଁରା । ଅଧିକାଂଶ ରଥରେ ରାଜା ବା କୌଣସି ପୁରୁଷ ଅତିଥି ଛେରା ପହଁରା କରିଥାନ୍ତି । ହେଲେ ଏଠାରେ ଏକ ବିଶେଷ ନୀତି ରହିଛି ଯେ, କୁଳପତି କରନ୍ତି ଛେରା ପହଁରା । ଆଉ ସେହି କ୍ରମରେ ସେ ମହିଳା ହେଉ ବା ପୁରୁଷ, ସିଏ ହିଁ କରିବେ ଛେରା ପହଁରା । ତେବେ ୨ ବର୍ଷ ଧରି ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟରତ ଅଛନ୍ତି ସବିତା ଆଚାର୍ଯ୍ୟ । ସେ ଜଣେ ମହିଳା ଅଧ୍ୟାପିକା । ତେଣୁ ଜଣେ ମହିଳା ହୋଇ ୨ ବର୍ଷ ଧରି ସେ କରିଆସୁଛନ୍ତି ଛେରା ପହଁରା । ଯାହାକି ସମାଜକୁ ଏକ ନିଆରା ବାର୍ତ୍ତା ଦେଇଥାଏ । ଏକ ଶିକ୍ଷାନୁଷ୍ଠାନ ପରିସରରେ ଯେପରି କୌଣସି ଲିଙ୍ଗ ବିବିଧତା ନାହିଁ, ତେଣୁ ଏଠାରେ ମହିଳାଙ୍କୁ ମଧ୍ୟ ରଥରେ ଛେରା ପହଁରା କରିବାର ସୁଯୋଗ ମିଳିଥାଏ ।

ବାଣୀବିହାର ରଥଯାତ୍ରା ଦିଏ ନିଆରା ବାର୍ତା

ତେବେ ଚଳିତ ବର୍ଷ ମଧ୍ୟ ମହିଳା କୁଳପତିଙ୍କ ଦ୍ବାରା ଛେରା ପହଁରା ପରେ ରଥଟଣା ହୋଇଥିଲା । ତିନି ଠାକୁରଙ୍କୁ ଦୁଇଟି ରଥ ଦଉଡ଼ି ମାଧ୍ୟମରେ ଟାଣିଥିଲେ ଭକ୍ତ । ବିଶେଷ କରି ଶୃଙ୍ଖଳିତ ରଥଯାତ୍ରାକୁ ଦୃଷ୍ଟିରେ ରଖି ଗୋଟିଏ ପାର୍ଶ୍ବ ଦଉଡ଼ି ମହିଳା ଓ ଶିକ୍ଷାନୁଷ୍ଠାନର ଛାତ୍ରୀମାନେ ଟାଣିଥିବା ବେଳେ ଅନ୍ୟ ଏକ ରଥ ଦଉଡ଼ି ପୁରୁଷ ବା ଛାତ୍ରମାନେ ଟାଣିଥିଲେ । ଏହିପରି ଢଙ୍ଗରେ ରଥଯାତ୍ରା ସମ୍ପନ୍ନ ହୋଇଥିଲା । ୧୯୮୦-୮୧ ମସିହାରୁ ଏହି ରଥଯାତ୍ରା କ୍ୟାମ୍ପସ ଭିତରେ ଥିବା ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଆସୁଅଛି । ଭିଏସ୍‌ଏସ୍‌ ନଗର ମାଉସୀ ମା' ମନ୍ଦିର ପର୍ଯ୍ୟନ୍ତ ରଥ ଟଣାଯାଏ‌ । ସମସ୍ତ ରଥଯାତ୍ରାର ଖର୍ଚ୍ଚ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଖର୍ଚ୍ଚ କରିଥାନ୍ତି । ତେବେ ଏନେଇ ବିଶ୍ଵବିଦ୍ୟାଳୟର ପ୍ରଫେସର ପ୍ରବୋଧ କୁମାର‌ ହୋତା କହିଛନ୍ତି, "ଆମର କୁଳପତି ଛେରା ପହଁରା କରିଥାନ୍ତି । ସେ ମହିଳା ହୁଅନ୍ତୁ ବା ପୁରୁଷ । କ୍ୟାମ୍ପସରେ ଅନେକ ପ୍ରଫେସର, ବିଦ୍ୟାର୍ଥୀ ବା ଛାତ୍ରଛାତ୍ରୀ ରହିଥାନ୍ତି, ପାଖରେ ଥିବା ଲୋକମାନେ ମଧ୍ୟ ଆସିଥାନ୍ତି ଓ ପୁରାତନ ଛାତ୍ରମାନେ ମଧ୍ୟ ରଥଟଣାରେ ଭାଗନେଇ ଆଗ୍ରହର ସହ ଏକ ସଂସ୍କୃତିର ଉତ୍ସବ ଭାବେ ପାଳନ କରାଯାଇଥାଏ ଏହି ରଥଯାତ୍ରା ‌।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details