ଓଡିଶା

odisha

ରାତି ପାହିଲେ ମହାପ୍ରଭୁଙ୍କ ରଥଯାତ୍ରା, ଆଜିଠୁ ଚଳଚଞ୍ଚଳ ଇସ୍କନ ମନ୍ଦିର

By

Published : Jun 19, 2023, 7:42 PM IST

Updated : Jun 19, 2023, 8:41 PM IST

ରାତି ପାହିଲେ ମହାପ୍ରଭୁଙ୍କ ଘୋଷଯାତ୍ରା । ଭୁବନେଶ୍ବର ସ୍ଥିତ ଇସ୍କନ ମନ୍ଦିରରେ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

rath yatra in iskcon temple
ରଥଯାତ୍ରା ପାଇଁ ଚଳଚଞ୍ଚଳ ଇସ୍କନ ମନ୍ଦିର

ରଥଯାତ୍ରା ପାଇଁ ଚଳଚଞ୍ଚଳ ଇସ୍କନ ମନ୍ଦିର

ଭୁବନେଶ୍ବର: ଆଜି ହେଉଛି ମହାପ୍ରଭୁ ଶ୍ରୀ ଜଗନାଥଙ୍କ ନବ ଯୌବନ ଦର୍ଶନ । ୧୫ ଦିନ ଅଣସର ଘରେ ରହିବା ପରେ ଆଜି ଭାଇ ଭଉଣୀଙ୍କ ସହ ମହାପ୍ରଭୁ ନବ ଯୌବନ ବେଶରେ ଦର୍ଶନ ଦେଉଛନ୍ତି । ଏହି ଅପୂର୍ବ ଓ ସ୍ୱତନ୍ତ୍ର ଦର୍ଶନକୁ ନେଇ ଭାବର ଠାକୁରଙ୍କୁ ସ୍ଵଚକ୍ଷୁରେ ଦର୍ଶନ କରୁଛି ଭକ୍ତ । ଶ୍ରୀଜିଉଙ୍କ ଦର୍ଶନ ନେଇ ପୁରୀ ଶ୍ରୀମନ୍ଦିରରେ ଭିଡ଼ ଲାଗିଥିବା ବେଳେ ଭୁବନେଶ୍ୱରର ଇସ୍କନ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି । ଆସନ୍ତାକାଲି ବିଶ୍ୱ ପ୍ରସଦ୍ଧ ରଥଯାତ୍ରା ପାଇଁ ଏଥିପାଇଁ ଏବେଠୁ ଇସ୍କନ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି ।

ଭୁବନେଶ୍ୱର ସ୍ଥିତ ଇସ୍କନ ମନ୍ଦିରରେ ରଥଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥ ଯାତ୍ରାର ନୀତିକାନ୍ତି ଅନୁସାରେ ସକାଳ ୭. ୩୦ରେ ଦର୍ଶନ ଆରତୀ ପରେ ୮. ୩୦ ରେ ରଥ ପ୍ରତିଷ୍ଠା ହେବ ଏବଂ ୧୦ .୪୫ ଟାରେ ପହଣ୍ଡି ବିଜେ ହେବ । ପ୍ରଥମେ ବଳଭଦ୍ର ପରେ ସୁଭଦ୍ରା ଓ ଶେଷରେ ଜଗନ୍ନାଥ ପହଣ୍ଡି ବିଜେ କରିବେ । ମଧ୍ୟାହ୍ନ ୧୨ଟାରେ ଖରାବେଳ ଭୋଗ ପରେ ୨ ଟାରେ ଛେରା ପହଁରା କରାଯାଇ ୩ଟାରେ ରଥ ଟଣା ହେବ । ଆଉ ତିନିରଥ ବାହାରିବେ ମାଉସୀମା ମନ୍ଦିରକୁ । ସୁଭଦ୍ରାଙ୍କ ରଥକୁ ମହିଳା ଭକ୍ତମାନେ ଟାଣିବାକୁ ବିଧି ରହିଥିବା ବେଳେ ବଳଭଦ୍ର ଓ ଜଗନ୍ନାଥଙ୍କ ରଥକୁ ଅନ୍ୟ ଭକ୍ତମାନେ ଟାଣିନେବେ । ୬ଟାରେ ରଥ ପହଞ୍ଚିବାର ସମୟ ନିର୍ଘଣ୍ଟ ହୋଇଛି । ତେବେ ସମ୍ପୂର୍ଣ୍ଣ ରଥଯାତ୍ରାକୁ ଶୃଙ୍ଖଳିତ ପରିଚାଳନା ପାଇଁ ୬ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି । ସବୁ ରଥ ପାଇଁ ଗୋଟେ ଲେଖା ପ୍ଲାଟୁନ ଫୋର୍ସ ରଖାଯାଇଥିବା ବେଳେ ଅନ୍ୟ କାର୍ଯ୍ୟ ଯେପରିକି ଟ୍ରାଫିକ ନିୟନ୍ତ୍ରଣ ଭିଡ଼ ନିୟନ୍ତ୍ରଣ ପାଇଁ ୩ ପ୍ଲାଟୁନ ପୋଲିସ ବ୍ୟବସ୍ଥା ହୋଇଥିବା କହିଛି ମନ୍ଦିର ପ୍ରଶାସନ ।

ଇସ୍କନ ମନ୍ଦିରର ଉପସଭାପତି କାଶୀନାଥ ପଣ୍ଡିତ ଦାସ କହିଛନ୍ତି ଯେ, "ବିଏମ୍‌ସି ଏବଂ ଇସ୍କନ ମନ୍ଦିର ପ୍ରଶାସନ ମଧ୍ୟରେ ସମନ୍ବୟ ବୈଠକ ପୂର୍ବରୁ ହୋଇଯାଇଛି । ମନ୍ଦିର ପାଖରେ ଗାଡ଼ି ପାର୍କିଂ କରିବାକୁ ଜାଗା ନ ଥିବାରୁ ରଥଯାତ୍ରା ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀରେ ବହୁତ ସମସ୍ୟା ଦେଖିବାକୁ ମିଳେ । ତେଣୁ ଏହାକୁ ନଜରରେ ରଖି ମନ୍ଦିର ପାଖରେ ଥିବା ତେଲ ଟାଙ୍କି ନିକଟରେ ରହିଥିବା ଗାଡ଼ି ଗୁଡିକୁ ହଟାଯାଇ ସେଠାରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯିବ । ଏଥିସହ ଲେବର ଅଫିସ ପାଖରେ ଥିବା ବସ୍ତି ନିକଟରେ ଏବଂ ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ ଗାଡ଼ି ପାର୍କିଂ କରାଯିବ। ସେହିପରି ଟ୍ରାଫିକ ନିୟନ୍ତ୍ରଣ ପାଇଁ ରଥଟଣା ଆରମ୍ଭ ହେବା ସମୟରେ ଯାନବାହାନକୁ ଫାୟାରଷ୍ଟେସନ ପାଖରୁ ଡାଇଭର୍ଟ କରାଯିବ। ତଳ ରାସ୍ତାରେ କୌଣସି ଗାଡ଼ିକୁ ଛଡାଯିବ ନାହିଁ । ଏଥିସହ ମନ୍ଦିରରୁ ରଥ ବାହାରି ସିଆର୍‌ପି ଦେଇ ଯିବା ବେଳେ ରଥକୁ ସମ୍ମାନ ଦେଇ କୌଣସି ଗାଡ଼ି ଓଭରବ୍ରିଜ ଉପରେ ଯିବନାହିଁ । ଯାତ୍ରାର ଦୁଇଦିନ ପୂର୍ବରୁ ରାସ୍ତା କଡ଼ରେ ଥିବା ଗଛର ଡାଳଗୁଡିକୁ କଟାଯାଇଛି । ରଥଯାତ୍ରା ସମୟରେ ବର୍ଷା ହେଲେ ତୁରନ୍ତ ଆବଶ୍ୟକ ସଂଖ୍ୟକ ମଟରପମ୍ପ ପକାଇ ପାଣି ନିଷ୍କାସନ କରାଯିବ ବୋଲି ମେୟର ସୁଲୋଚନା ଦାସ ପ୍ରତିଶୃତି ଦେଇଛନ୍ତି ।"ଅନ୍ୟପଟେ ଖରା ହେଲେ ବିଏମ୍‌ସି ପକ୍ଷରୁ ପାଣି ସିଞ୍ଚନ କରିବା, ଇ-ଟଏଲେଟ୍‌ର ବ୍ୟବସ୍ଥା କରିବା, ଓଭରହେଡ୍‌ କେବୁଲ ହଟାଇବା, କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଫାଷ୍ଟଏଡ୍‌ର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଇସ୍କନ ମନ୍ଦିରର ଉପସଭାପତି କାଶୀନାଥ ପଣ୍ଡିତ ଦାସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 19, 2023, 8:41 PM IST

ABOUT THE AUTHOR

...view details