ଓଡିଶା

odisha

ETV Bharat / state

ପୁରୀରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା: ଜୋର ଧରିଲା ରାଜନୀତି - ଦୁଷ୍କର୍ମ

ଜଗନ୍ନାଥ ଧାମରେ ଦୁଷ୍କର୍ମ ଘଟଣା ଘଟିବା ପରେ ଆବେ ରାଜନୀତି ସରଗରମ । ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ହଜାର ହଜାର ପୋଲିସ ଅଧିକାରୀ ଥିବା ସ୍ବତ୍ତେ, ଏପରି ଲଜ୍ଯାଜନକ ଘଟଣାକୁ ନେଇ ସରକାରକୁ ଘେରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ।

ଫଟୋ ସୌଜନ୍ଯ: ସମ୍ବାଦଦାତା,ଭୁବନେଶ୍ବର

By

Published : Jul 9, 2019, 3:26 PM IST

Updated : Jul 9, 2019, 3:44 PM IST

ଭୁବନେଶ୍ବର: ପୁରୀ ଗତକାଲି ରାତିରେ ଘଟିଥିବା ଦୁଷ୍କର୍ମ ଘଟଣାରେ ଜୋର ଧରିଛି ରାଜନୀତି । ବିରୋଧୀ ମଧ୍ୟ ଘଟଣାକୁ ନେଇ ସରକାରଙ୍କୁ ଘେରିଛି ।କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି ଯେ,ରଥଯାତ୍ରା ସମୟରେ ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଏହି ଘଟଣାରେ ଦୋଷୀକୁ ତୁରନ୍ତ ଗିରଫ ନକଲେ ରାଜରାସ୍ତାକୁ ଓହ୍ଲାଇବ ଦଳ । ପୀଡିତାଙ୍କୁ ତୁରନ୍ତ ନ୍ୟାୟ ଦେବାକୁ ଦାବି କରିଛନ୍ତି ସୁର ।

ଭଡ଼ିଓ ସୌଜନ୍ଯ: ସମ୍ବାଦଦାତା,ଭୁବନେଶ୍ବର

ସେପଟେ ବିଜେପି ମଧ୍ୟ ଘଟଣାର ତୀବ୍ର ନିନ୍ଦା କରିଛି । ବରିଷ୍ଠ ନେତା ମନମୋହନ ସାମଲ କହିଛନ୍ତି ଯେ ରାଜ୍ୟରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ, ରାଜ୍ୟ ରେ ପ୍ରତିଦିନ ବଳତ୍କାର ଘଟଣା ଘଟୁଛି । ସରକାର ଦୋଷୀଙ୍କୁ ଧରିବାରେ ବିଫଳ ହୋଇଛି । ଏହି ଘଟଣାରେ ଦଳ ରାଜରାସ୍ତାରେ ପ୍ରତିବାଦ କରିବ ବୋଲି ଚେତାବନୀ ଦେଇଛି ବିଜେପି ।


ଘଟଣା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ,ଏନେଇ ତଦନ୍ତ କରାଯାଉଛି । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଘଟଣା ଯଦି ସତ୍ଯ ହୋଇଥାଏ ତେବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି।


ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jul 9, 2019, 3:44 PM IST

ABOUT THE AUTHOR

...view details