ଓଡିଶା

odisha

ETV Bharat / state

Odisha Assembly: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ରିପୋର୍ଟ, ଡକାୟତିର ୬ଗୁଣା ଦୁଷ୍କର୍ମ ମାମଲା - ରାଜ୍ୟରେ ଦୁଷ୍କର୍ମ ମାମଲା ରିପୋର୍ଟ

ବିଧାନରଭା ପ୍ରଶ୍ନ କାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପଚାରିଥିବା ପ୍ରଶ୍ନର ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ । ରାଜ୍ୟରେ ଡକାୟତିର ୬ଗୁଣା ଧର୍ଷଣ ମାମଲା ରହିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ

Odisha Assembly: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ରିପୋର୍ଟ, ଡକାୟତିର ୬ଗୁଣା ଦୁଷ୍କର୍ମ ମାମଲା
Odisha Assembly: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ରିପୋର୍ଟ, ଡକାୟତିର ୬ଗୁଣା ଦୁଷ୍କର୍ମ ମାମଲା

By

Published : Nov 28, 2022, 10:47 PM IST

ଭୁବନେଶ୍ବର:ରାଜ୍ୟରେ ଦୁଷ୍କର୍ମ ମାମଲା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯେତିକି ସଂଖ୍ୟକ ଡକାୟତି ହେଉଛି ତାହାର ପ୍ରାୟ ଛଅ ଗୁଣା ଦୁଷ୍କର୍ମ ହେଉଛି । ରାଜ୍ୟରେ ଘଟିଥିବା ଡକାୟତି, ଚୋରି, ଦୁଷ୍କର୍ମ ଓ ଯୌତୁକ ନିର୍ଯାତନା ସଂକ୍ରାନ୍ତରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଦେଇଥିବା ତିନି ବର୍ଷର ପରିସଂଖ୍ୟାନରୁ ଏହା ଜଣାପଡିଛି ।

ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ୪ର୍ଥ ଦିନରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପଚାରିଥିବା ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ, ୨୦୧୯ ମସିହାରେ ରାଜ୍ୟରେ ୫୮୭ ଟି ଡକାୟତି ଘଟଣା ଘଟିଥିବାବେଳେ ଦୁଷ୍କର୍ମ ମାମଲା ସଂଖ୍ୟା ଥିଲା ୨୯୫୦ । ସେହିଭଳି ୨୦୨୦ ରେ ଡକାୟତି ଓ ଦୁଷ୍କର୍ମ ମାମଲା ସଂଖ୍ୟା ଯଥାକ୍ରମେ ୫୧୪ ଓ ୨୯୮୪ ଥିବାବେଳେ ୨୦୨୧ ରେ ଏହା ୫୫୨ ଓ ୩୩୨୭ ରହିଥିଲା । ରାଜ୍ୟରେ ଡକାୟତି ଭଳି ଅପରାଧ ହ୍ରାସ ପାଉଥିବାବେଳେ ଦୁଷ୍କର୍ମ ମାମଲା କିନ୍ତୁ ବଢିବାରେ ଲାଗିଛି ।

ଏହା ବି ପଢନ୍ତୁ- Assembly News: ଅର୍ଚ୍ଚନା ସେକ୍ସ ସ୍କାଣ୍ଡଲକୁ ନେଇ ଗୃହ ସରଗରମ, ଜବାବ ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

ସେହିଭଳି ୨୦୧୯ରେ ରାଜ୍ୟରେ ଚୋରି ମାମଲା ୧୦,୭୬୬ ଥିବାବେଳେ ୨୦୨୦ରେ ୧୦, ୪୧୨ ଓ ୨୦୨୧ ମସିହାରେ ୧୩, ୦୨୪ ରହିଥିଲା । ସେହିଭଳି ଯୌତୁକ ନିର୍ଯାତନା ସଂଖ୍ୟା ଏହି ତିନି ବର୍ଷରେ ଯଥାକ୍ରମେ ୨୫୩୨, ୩୧୩୫ ଓ ୪୮୮୯ ରହିଥିବା ମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି । ସେପଟେ ବହୁ ଚର୍ଚ୍ଚିତ ଅର୍ଚ୍ଚନା ସେକ୍ସ ସ୍କାଣ୍ଡଲକୁ ନେଇ ଆଜି ବିଧାନସଭା ସରଗରମ ହୋଇଥିଲା । ପାୱାରଫୁଲ ନେତା ଓ ଅଫିସରଙ୍କ ପୃଷ୍ଠପୋଷକତାରେ ନାଗ ଦମ୍ପତି ସାମ୍ରାଜ୍ୟ ବିସ୍ତାର ଅଭିଯୋଗ କରିଛନ୍ତି ବିରୋଧୀ । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ସଫେଇ ଦେଇଥିବା ବେଳେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିଜେପି ଗୃହ ତ୍ୟାଗ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details